କଳିଙ୍ଗନଗର, ଜୁନ୍ ୧୩, ୨୦୨୫: ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍, କଳିଙ୍ଗନଗର ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ) ର ରକ୍ତ କେନ୍ଦ୍ର ସହ ମିଳିତ ସହଯୋଗରେ ଅସୋସିଏସନ୍ ଅଫ୍ ସର୍ଜନସ ଅଫ୍ ଇଣ୍ଡିଆ (ଏଏସଆଇ) ଓଡ଼ିଶା ଶାଖା ଦ୍ୱାରା ଶୁକ୍ରବାର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଏକ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ଏହି ଶିବିରକୁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ସିଇଓ ଡ. ସନ୍ତୋଷ କୁମାର ଉଦଘାଟନ କରିଥିଲେ ,ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସେବାରେ ବ୍ୟବହୃତ ହେବ ।
ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍,ଏଏସଆଇ ଓଡ଼ିଶା ଶାଖା ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରକ୍ତ କେନ୍ଦ୍ରକୁ ଏହି ଜୀବନରକ୍ଷାକାରୀ ପ୍ରୟାସରେ ସେମାନଙ୍କ ସହଯୋଗ ପାଇଁ ଏବଂ ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ହୃଦୟପୂର୍ବକ କୃତଜ୍ଞତା ଜଣାଇଛି ।
Comments are closed.