ଲକ୍ଷ୍ନୌ କୋର୍ଟରେ ବୋମା ବିସ୍ଫୋରଣ, ଅନେକ ଗୁରୁତର ଆହତ


ଲକ୍ଷ୍ନୌର ୱଜିରଗଞ୍ଜ କୋର୍ଟ ପରିସରରେ ଗୁରୁବାର ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ୱଜିରଗଞ୍ଜ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୩ଟି ଜୀବନ୍ତ ବୋମା ଜବତ ହୋଇଛି। ଲକ୍ଷ୍ନୌ ବାର ଆସୋସିଏଶନ ଅଧ୍ୟକ୍ଷ ସଞ୍ଜୀବ ଲୋଧୀ ଟାର୍ଗେଟରେ ଥିଲେ ବୋଲି ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି। ବର୍ତ୍ତମାନ କୋର୍ଟ ପରିସରରେ ପୁଲିସ ସଜାଗ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।


Share It

Comments are closed.