ଇଂଟରନ୍ୟାସନାଲ ଜେମୋଲୋଜିକାଲ ଇନଷ୍ଟିଚ୍ୟୁଟ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ୪୦୦୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆରଏଚପି ଦାଖଲ


ଭୁବନେଶ୍ୱର: ଇଂଟରନ୍ୟାସନାଲ ଜେମୋଲୋଜିକାଲ ଇନଷ୍ଟିଚ୍ୟୁଟ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି କମ୍ପାନିର ପ୍ରମୋଟର ହେଉଛନ୍ତି ବିସିପି ଏସିଆ ୨ ଟପକୋ ପିଟିଇ ଲିମିଟେଡ।
କମ୍ପାନି ପକ୍ଷରୁ ୧୨୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲରେ ୨୭୫୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ବିକ୍ରି କରାଯିବ। ଅଫର ଫର ସେଲ୍ରେ ବିସିପି ଏସିଆ ୨ ଟପକୋ ପିଟିଇ ଲିମିଟେଡ ପକ୍ଷରୁ ୨୭୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କୁ ସେୟାର ପିଛା ୨ ଟଙ୍କାର ରିହାତି ପ୍ରଦାନ କରାଯିବ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତହେବ ତାହାକୁ (କ) ଆଇଜିଆଇ ବେଲଜିଅମ ଗ୍ରୁପ ଆଣ୍ଡ ଆଇଜିଆଇ ନେଦରଲ୍ୟାଣ୍ଡ ଗ୍ରୁପକୁ ଅଧିଗ୍ରହଣ କରିବା ପାଇଁ ଏବଂ (ଖ) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଆଇଜିଆଇ ଇଣ୍ଡିଆ ଆଇଜିଆଇର ଏକ ଅଂଶ ଯାହା ବିଶ୍ୱ ବଜାରରେ ପ୍ରତିଷ୍ଠିତ ପ୍ରମାଣକମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ରେଡସିୟର ରିପୋର୍ଟରୁ ଜଣାପଡିଛି । ରେଡିସିୟର ରିପୋର୍ଟ ଅନୁଯାୟୀ, ଆଇଜିଆଇ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ୱାଧୀନ ସାର୍ଟିଫିକେସନ୍ ଏବଂ ମାନ୍ୟତା ସେବା ପ୍ରଦାନକାରୀ ସଂସ୍ଥା ଯାହା ହୀରା, ଗହଣା ଏବଂ ରଙ୍ଗୀନ ପଥର ସାର୍ଟିଫିକେସନ୍ ପ୍ରଦାନ କରୁଛି।
୨୦୨୩ ଆର୍ôଥକ ବର୍ଷରେ ବିଶ୍ୱର ମୋଟ ପଲିସ୍ ହୋଇଥିବା ହୀରାର ପ୍ରାୟ ୯୫% ହୀରା କାଟିବା ଏବଂ ପଲିସ୍ କରିବା ପାଇଁ ବିଶ୍ୱର ସର୍ବବୃହତ କେନ୍ଦ୍ର ହୋଇଥିବା ଭାରତରେ ଆଇଜିଆଇ ହେଉଛି ଭାରତର ସର୍ବବୃହତ ସ୍ୱାଧୀନ ସାର୍ଟିଫିକେଟ୍ ଏବଂ ମାନ୍ୟତା ସେବା ପ୍ରଦାନକାରୀ। ୨୦୨୩ ଆର୍ôଥକ ବର୍ଷ ପାଇଁ ହୀରା, ଅଳଙ୍କାର ଏବଂ ରଙ୍ଗୀନ ପଥରର ସାର୍ଟିଫିକେସନ୍ ସଂଖ୍ୟା ଦୃଷ୍ଟିରୁ ପ୍ରାୟ ୫୦% ବଜାର ଅଂଶ ଏହା ପାଖରେ ରହିଛି। ୨୦୨୩ ଆର୍ôଥକ ବର୍ଷରେ ଗହଣାର ସାର୍ଟିଫିକେସନ୍ ସଂଖ୍ୟା ଦୃଷ୍ଟିରୁ ଆଇଜିଆଇର ବିଶ୍ୱ ବଜାର ଅଂଶ ପ୍ରାୟ ୪୨% ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, କୋଟାକ ମହିନ୍ଦ୍ରା କ୍ୟାପିଟାଲ ଲିମିଟେଡ କମ୍ପାନି, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍‌।


Share It

Comments are closed.