ହଲିଉଡ ଅଭିନେତା “ଚ୍ୟାଡୱିକ ବୋସମ୍ୟାନ”ଙ୍କ ୪୩ ବର୍ଷରେ ପରଲୋକ


ହଲିଉଡର ସୁପରହିଟ୍ ଫିଲ୍ମ ବ୍ଲାକ୍ ପାନ୍ଥରର ଅଭିନେତା ଚ୍ୟାଡୱିକ ବୋସମ୍ୟାନଙ୍କ ପରଲୋକ ହୋଇଯାଇଛି। ଶନିବାର କୋଲନ୍ କ୍ୟାନସର ଫଳରେ ୪୩ବର୍ଷ ବୟସ୍କ ଚ୍ୟାଡୱିକ ବୋସମ୍ୟାନ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଚ୍ୟାଡୱିକ ବୋସମ୍ୟାନଙ୍କ ପରଲୋକ ଖବର ଶୁଣି ହଲିଉଡଠୁ ଆରମ୍ଭ କରି ବଲିଉଡ ଯାଏଁ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକଙ୍କଠୁ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଚ୍ୟାଡୱିକ ବୋସମ୍ୟାନ ଗତ ୪ବର୍ଷ ହେବ କ୍ୟାନସର ସହ ଲଢ଼ୁଥିଲେ। ତାଙ୍କୁ କୋଲୋନ୍ କିମ୍ବା ଅନ୍ତନଳୀ କ୍ୟାନସର ହୋଇଥିଲା। ଦିବଂଗତ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ଶେଷ ସମୟରେ ତାଙ୍କ ସହ ଥିଲେ। ଚ୍ୟାଡୱିକ ବୋସମ୍ୟାନଙ୍କ ପରଲୋକ ପରେ ତାଙ୍କ ପରିବାର ତରଫରୁ ଏକ ଆଧିକାରିକ ବୟାନ ମଧ୍ୟ ଜାରି କରାଯାଇଥିଲା। ଚ୍ୟାଡୱିକ ବୋସମ୍ୟାନଙ୍କ ପରିବାର ତରଫରୁ ଜାରି କରାଯାଇଥିବା ଷ୍ଟେଟମେଣ୍ଟରେ ଲେଖାଯାଇଛି ଯେ ,‘ ଜଣେ ପ୍ରକୃତ ଯୋଦ୍ଧା,ଚ୍ୟାଡୱିକ ନିଜ ସଂଘର୍ଷ ଜରିଆରେ ଆପଣଙ୍କଠାରେ ସମସ୍ତ ଫିଲ୍ମ ପହଞ୍ଚାଇଥିଲେ ଯେଉଁଗୁଡ଼ିକ ଆପଣ ପସନ୍ଦ କରିଥିଲେ। ଏହା ସହିତ ପରିବାର ଲୋକେ ଏହା ମଧ୍ୟ କହିଥିଲେ ଯେ ଗତ ୪ବର୍ଷରୁ ଅଭିନୟ ସହ ବୋସମ୍ୟାନଙ୍କ ସର୍ଜରି ଏବଂ କେମୋଥେରାପି ମଧ୍ୟ ଜାରି ଥିଲା। ‘ବ୍ଲାକ୍ ପାନ୍ଥର’ ଫିଲ୍ମରେ ସମ୍ରାଟ ଟି-ଚାଲାଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ସମ୍ମାନର କଥା ଥିଲା।


Share It

Comments are closed.