ୟୁରୋପ ଏବଂ ଆମେରିକା ତୁଳନାରେ ଦିଲ୍ଲୀ ଅଧିକ ପ୍ରଦୂଷିତ


ଦେଶର ରାଜଧାନୀ ଦିଲ୍ଲୀରେ କାର ଚଳାଉଥିବା ବ୍ୟକ୍ତିମାନେ ୟୁରୋପ ଏବଂ ଆମେରିକା ତୁଳାନରେ ୫ ଗୁଣା ଅଧିକ ବ୍ଲାକ କାର୍ବନର ଶିକାର ହେଉଛନ୍ତି । ଲଣ୍ଡନରେ ହୋଇଥିବା ଏକ ଗବେଷଣାରୁ ଏହି ଚାଞ୍ଚଲ୍ୟର ତଥ୍ୟ ସାମନାକୁ ଆସିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏସିଆରେ କମ୍ ଆୟ ତଥା ମଧ୍ୟବିତ ଆୟ ଦେଶ ମାନଙ୍କରେ ସମୟ ପୂର୍ବରୁ ମୃତ୍ୟୁ ହେଉଥିବା ଘଟଣା ମାନଙ୍କର ମୁଖ୍ୟ କାରଣ ବାୟୁ ପ୍ରଦୂଷଣ ବୋଲି କୁହାଯାଇଛି । ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ଯେ, ଚୀନର ବେନଜିଙ୍ଗରେ ୨୦୦୦ ମସିହାରେ ୧୫ ଲକ୍ଷ ଗାଡି ରହିଥିବାବେଳେ ୨୦୧୪ରେ ଏହା ସଂଖ୍ୟା ୫୦ ଲକ୍ଷ ଆସିକି ପହଞ୍ôଚଥିଲା । ସେହିଭଳି ଦିଲ୍ଲୀରେ ୨୦୧୦ ମସିହାରେ ୪୭ ଲକ୍ଷ ଗାଡି ରହିଥିବାବେଳେ ୨୦୩୦ରେ ଏହା ସଂଖ୍ୟା ୫୬ ଲକ୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।
ଏହା ମଧ୍ୟ ଦେଖାଦେଇଛି ଯେ , ଏସିଆର ଦେଶ ଗୁଡିକର ଚଲାବାଟରେ ଚାଲିକି ଯାଉଥିବା ପଦ ଯାତ୍ରା ମାନେ ୟୁରୋପ ଏବଂ ଆମେରିକା ଦେଶ ତୁଳନାରେ ୧.୬ ଛୋଟ ଛୋଟ ବାୟୁ ପ୍ରଦୂଷଣର କଳିକା ଦ୍ୱାରା ଶୀକାର ହୋଇଥାନ୍ତି । ସେହିଭଲି ଏସିଆରେ କାର ଚଲାଉଥିବା ବ୍ୟକ୍ତି ମାନେ ୟୁରୋପ ଏବଂ ଆମେରିକା ତୁଳନାରେ ୯ ଗୁଣା ଅଧିକ ବାୟୁ ପ୍ରଦୂଷଣର ଶୀକାର ହୋଇଥାନ୍ତି ।


Share It

Comments are closed.