ଝାଡଖଣ୍ଡରେ ବିଜେପିର ପରାଜୟ ପାଇଁ ନିଜକୁ ଦାୟୀ କଲେ ଅମିତ ଶାହା


ବିଜେପି ଅଧ୍ୟକ୍ଷ ଅମିତ ଶାହା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ନିଜକୁ ଦାୟୀ କରିଛନ୍ତି । ସେ ଗତ ବୁଧବାର ଦିନ ଏକ ଗଣମାଧ୍ୟମ ଚ୍ୟାନେଲରେ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆମେ ହାରିଛୁ ନିଶ୍ଚିତ ଏବଂ ଏହା ଆମ ପାଇଁ ଆତ୍ମଚିନ୍ତନର ବିଷୟ ଅଟେ । ଏହି ପରାଜୟ ପାଇଁ ଦଳର ଅଧ୍ୟକ୍ଷ ହୋଇଥିବା ହେତୁ ମୁଁ ନିଜକୁ ଦାୟୀ କରୁଛି । ”
ସେ ଦଳର ବିଦ୍ରୋହୀ ବିଧାୟକ ସରଯୂ ରଏଙ୍କ ସଂପର୍କରେ କହିଛନ୍ତି ଯେ, “କୌଣସି ଗୋଟିଏ ନିଷ୍ପତି ଦ୍ୱାରା ଦଳର ହାର-ଜିତ ନିର୍ଭର କରେ ନାହିଁ ।”
ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭାରେ ଦଳର ପ୍ରଦର୍ଶନ ସଂପର୍କରେ ମତ ଦେଇ ଶାହା କହିଛନ୍ତି ଯେ, “ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମର ରଣନୀତି ଖୁବ ଭଳ ରହିଛି । ଗତ ନିର୍ବାଚନ ପରେ ତିନୋଟି ଏମସିଡି ଏବଂ ୭ଟି ଲୋକସଭା ଆସନରେ ଆମେ ବିଜୟ ହାସଲ କରିଛୁ । ବିଜେପି ଦିଲ୍ଲୀରେ ଖୁବ ଭଲ ପ୍ରଦର୍ଶନ କରିଛି ଏବଂ ଦିଲ୍ଲୀରେ ଜନସାଧାରଣ ବିଜେପି ସହିତ ହିଁ ରହିବେ । କେଜରିୱାଲ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ଅସଫଳ ରହିଛନ୍ତି ।” ସେହିଭଳି ପଶ୍ଚିମବଙ୍ଗରେ ଦଳରସ୍ଥିତିକୁ ନେଇ ଶାହା କହିଛନ୍ତି ଯେ, “ରାଜ୍ୟରେ ବିଜେପି ଦୁଇ-ତୃତୀୟାଂଶ ବହୁମତ ପାଇ ସରକାର ଗଠନ କରିବ । ରାଜ୍ୟର ଜନସାଧାରଣ ତୃଣମୂଳ କଂଗ୍ରେସର ଶାସନରେ ଅତିଷ୍ଠ ହୋଇଗଲେଣି ଏବଂ ସେଠାରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଗଲାଣି ।”


Share It

Comments are closed.