ଅତି ନିର୍ଦୟ ଭାବରେ ବିଚ ରାସ୍ତାରେ ମହିଳାଙ୍କୁ ମାରିଲେ ବିଜେପି ବିଧାୟକ


ଗୁଜୁରାଟର ଅହ୍ମଦାବାଦରେ ଜଣେ ବିଜେପି ବିଧାୟକଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହ ଭିଡିଓରେ ନରୋଡା ବିଧାୟକ ‘ବଲରାମ ଥୱାନୀ’ ଜଣେ ମହିଳାଙ୍କୁ ଅତି ନିର୍ଦୟ ଭାବରେ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ମହିଳା ଜଣକ ନିଜର କିଛି ଅଭିଯୋଗକୁ ନେଇ ସ୍ଥାନୀୟ ବିଜେପି ବିଧାୟକଙ୍କ ନିକଟକୁ ଆସିଥିଲେ । କିନ୍ତୁ ବିଧାୟକ ଜଣକ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଅତି ନିର୍ଦୟ ଭାବରେ ମାରିବାକୁ ଲାଗିଲେ ।

କେବଳ ଏତିକି ନୁହେଁ ବିଧାୟକ ଜଣକ ମହିଳାଙ୍କୁ ତଳେ ପକାଇ ଗୋଇଠା ମଧ୍ୟ ମାରିବାକୁ ମଧ୍ୟ ଲାଗିଥିଲେ । ଏହି ଘଟଣା ପରେ ମହିଳା ଜଣକ ପୋଲିସ ନିକଟରେ ଏକ ମାମଲା ଦାୟର କରିଥିଲେ । ଏହି ଘଟଣାକୁ ନେଇ ମହିଳା ଜଣକ କହିଛନ୍ତି ଯେ, “ମୁଁ ଯେତେବେଳେ ସ୍ଥାନୀୟ ସମସ୍ୟାକୁ ନେଇ ବିଧାୟକଙ୍କ ପାଖକୁ ଯାଇଥିଲେ ସେତେବେଳେ ସେ କିଛି ନଶୁଣି ପ୍ରଥମେ ମୋତେ ମାରିବାକୁ ଲାଗିଲେ ଏବଂ ମୁଁ ଯେତେବେଳେ ତଳେ ଗଳି ପଡିଲି ମୋତେ ଗୋଇଠା ମଧ୍ୟ ମାରିବାକୁ ଲାଗିଥିଲେ ।” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବିଧାୟକ ମୋତେ ମାରିବା ସହ ତାଙ୍କ ସମର୍ଥକମାନେ ମଧ୍ୟ ମୋ ସ୍ୱାମୀଙ୍କୁ ଅତି ନିର୍ଦୟ ଭାବରେ ମାରିବା ଲାଗିଥିଲେ । ମୁଁ ମୋଦି ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ, ବିଜେପିର ଶାସନରେ କ’ଣ ଏପରି ମହିଳା ସୁରକ୍ଷିତ ଅଛନ୍ତି ।”


Share It

Comments are closed.