ବିଜେଡିରୁ ବିତାଡିତ ହୋଇଥିବା ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଏନଡିଏରେ ବିଜେଡି ସାମିଲ ହେବା ଚର୍ଚ୍ଚାକୁ ନେଇ ନିଜ ପ୍ରତକ୍ରିୟ ଦେଇଛନ୍ତି । କ’ଣ ବିଜେଡି, ଏନଡିଏକୁ ସମର୍ଥନ କରିବ ? ସାମ୍ବାଦିକ ମାନଙ୍କ ଦ୍ୱାରା ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେକହିଛନ୍ତି ଯେ, “ଦଳର ଅଧ୍ୟକ୍ଷ ଅମିତ ଶାହା କହଛନ୍ତି ଆମେ ଚଳିତ ନିର୍ବାଚନରେ ୩୦୦ରୁ ଉଦ୍ଧ୍ୱର୍ ଆସନରେ ବିଜୟୀ ହେବା ଏବଂ ଆମେ ଏନଡିଏରେ ସହଯୋଗୀ ଦଳମାନଙ୍କୁ ନେଇ ପୁଣିଥରେ ଭାରତବର୍ଷରେ ସରକାର ଗଢିବୁ । ଏହା ବାଦ ଯଦି ଅନ୍ୟ କୌଣସି ଦଳ ଏନଡିଏରେ ସାମିଲ ହେବାକୁ ଚାହୁଁଥିବେ ତେବେ ଦଳ ଖୋଲା ମସ୍ତିଷ୍କରେ ଏହି ସଂକ୍ରାନ୍ତରେ ଚିନ୍ତା କରିବ ।”
ସେହିଭଳି ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ? ସାମ୍ବାଦିକ ମାନଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, “ମୁଁ ବହୁତ ଆତ୍ମଚିନ୍ତନ କଲା ପରେ ବିଜେପିରେ ଯୋଗ ଦେଇଛି । ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତା ପାଇଁ ମୁଁ ଖୁସି ହେବି । ବିଜେପିରେ ଅନେକ ପ୍ରତିଭା ଅଛନ୍ତି । ଯାହାକୁ ଯେଉଁ ଦାୟିତ୍ୱ ମିଳୁ ଆମେ ମିଳିମିଶି କାମ କରିବା ”
Prev Post
Next Post
Comments are closed.