କର୍ଣ୍ଣାଟକରେ ପୁଣି ମଉଳିଲା ପଦ୍ମ ଫୁଟିବାର ଆଶା


କର୍ଣ୍ଣାଟକରେ ବିଜେପି ସରକାର ଗଢିବା ପାଇଁ ଅନେକ ଚେଷ୍ଟା ଚଳାଇଥିଲା । କିନ୍ତୁ ବୁଧବାର ଦିନ ତାଙ୍କର ଏହି ଆଶା ଧୂଳିସାତ ହୋଇଯାଇଥିଲା କାରଣ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ବିରୋଧରେ କେତେକ ବିଧାୟକ ଶେଷ ମୂହୂର୍ତ୍ତରେ ବିଜେପି ପ୍ରତି ନିଜ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ରାଜ୍ୟ ସରକାର ଗଠନ ହେବା ପରେ ଏହା ଦ୍ୱିତୀୟ ଥର, ଯେଉଁଥିରେ ବିଜେପି ପୁଣି ଥରେ ବିଫଳ ହୋଇଛି ।
ପ୍ରକାଶ ଥାଉକି, ବିଜେପି ଏହି ଷଡଯନ୍ତ୍ର ଚଳାଇଥିଲା କି, ସେମାନେ କଂଗ୍ରେସର ୧୨-୧୫ ବିଧାୟକଙ୍କୁ ଇସ୍ତଫା କରାଇ ନିଜେ କର୍ଣ୍ଣାଟକରେ ସରକାର ଗଢିବେ କିନ୍ତୁ ତାଙ୍କର ଏହି ଆଶାରେ ପାଣି ଫାଟିଗଲା ।
ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନିଜର ସମସ୍ତ ବିଧାୟକଙ୍କୁ କିଛି ଦିନ ହେବ ଗରଗାୱର ଏକ ହୋଟେଲରେ ରଖିଥିବାବେଳେ ସେପଟେ ବିଜେପି, କଂଗ୍ରେସର ଚାରୋଟି ବିଧାୟକଙ୍କୁ ମୁମ୍ବାଇ ଏବଂ ଅନ୍ୟ ବିଧାୟକଙ୍କୁ ଅନ୍ୟାନ୍ୟ ସ୍ଥାନରେ ରଖି ସେମାନଙ୍କର ମାଇଣ୍ଡ ୱାସ କରାଇବା ପାଇଁ ଚେଷ୍ଟା ଚଳାଉଥିଲା କିନ୍ତୁ ବିଜେପି ଯେତେବେଳେ ଜାଣିଲା ସେମାନଙ୍କୁ ସରକାର ଗଢିବା ପାଇଁ ଆବଶ୍ୟକୀୟ ମୁତବାକ ସଂଖ୍ୟା ମିଳିବ ନାହିଁ ତେବେ ରାଜ୍ୟ ବିଜେପି ଅଧ୍ୟକ୍ଷ ୟଦୁୟୁରପ୍ପା ଏହି ଅପରେସନ ‘ଲୋଟସ’କୁ ଶେଷ କରିବା ପାଇଁ ସୂଚନା ଦେଲେ ।
ୟଦୁୟୁରପ୍ପା ନିଜ ଦଳୀୟ ବିଧାୟକଙ୍କୁ କହିଥିଲେ ଯେ, “ବିଜେପି ଚାହୁଁଥିଲା ଯେ, କଂଗ୍ରେସ ଏବଂ ବିଜେପିର ୧୬ ଜଣ ବିଧାୟକ ଏକକାଳୀନ ଯେପରି ସରକାରଙ୍କ ଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତୁ ଏବଂ ୧୨ ଜଣ ବିଧାୟକ ଆମକୁ ଶନିବାର ପର୍ଯ୍ୟନ୍ତ ଆଶ୍ୱସନା ମଧ୍ୟ ଦେଇଥିଲେ । ବର୍ତ୍ତମାନ ସେମାନେ ନିଜେ ପଛ ଘୁଞ୍ଚା ଦେଲେଣି । ଏଥି ପାଇଁ ଏହି ଅପରେସନ ଶେଷ କରାଯାଉ ।”


Share It

Comments are closed.