ଦଳର ନୂଆ ମୁଖପାତ୍ର ଏବଂ ପାନେଲିଷ୍ଟଙ୍କ ନାମ ଘୋଷଣା କଲା ବିଜେଡି


ବିଜେଡି ପକ୍ଷରୁ ନବନିଯୁକ୍ତ ମିଡିଆ ଟିମ ସଦସ୍ୟଙ୍କ ତାଲିକା ଘୋଷଣା କରାଯାଇଛି । ଦଳ ପକ୍ଷରୁ ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଏବଂ ୧୪ ଜଣଙ୍କୁ ରାଜ୍ୟ ମୁଖପାତ୍ର ଓ ୧୦ ଜଣଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି । ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଏବଂ ସତ୍ୟନାରାୟଣ ସାହୁଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ରାଜ୍ୟ ମୁଖପାତ୍ର ଭାବେ ବ୍ୟାମକେଶ ରାୟ, ଦେବୀ ମିଶ୍ର, ପ୍ରତାପ ଦେବ, ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ମାଝି, ସବାଷ ଚୌହାନ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଡ. ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ପାନେଲିଷ୍ଟ ଭାବେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା ବିଶ୍ୱଜିତ ମହାନ୍ତି, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝି, ଚକ୍ରଧର ଦାସ ଇତ୍ୟାଦି ନିଯୁକ୍ତି ପାଇଛନ୍ତି ।


Share It

Comments are closed.