ଏହିଭଳି ଭାବରେ ଗଢିଉଠିଥିଲା ଜାହିର ଏବଂ ସାଗରିକାଙ୍କ ପ୍ରେମ କାହାଣୀ


ଭାରତର ସଫଳତମ ଦ୍ରୁତତ୍ତମ ବୋଲରଂଙ୍କ ନାମ ଯେତେବେଳେ ଆସେ, ତେବେ ସର୍ବପ୍ରଥମେ ୟର୍କର ସ୍ପେସାଲିଷ୍ଟ ଜାହିର ଖାନଙ୍କ ନାମ ଆସିଥାଏ । ନିଜ ବୋଲିଂର ଯାଦୁ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଅତି ଚତୁରତାର ସହ ବୋଲ୍ଡ କରୁଥିବା ଜାହିରଙ୍କର କାଲି ଥିଲା ଜନ୍ମଦିନ । ତେବେ ଏହି ଭଳି ଖୁସି ଅବସରରେ ଆସନ୍ତୁ ଜାଣିବା ତାଙ୍କର ପ୍ରେମ କାହାଣୀ ସଂପର୍କରେ ।
ଭାରତର ସଫଳତମ ଦ୍ରୁତ ବୋଲର ଜାହିର ଖାନଙ୍କର କାଲିଥିଲା ଜନ୍ମଦିନ । ସେ ମହାରାଷ୍ଟ୍ରର ଶ୍ରରାମପୁରସ୍ଥିତ ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜାହିରଙ୍କ ବାପାଙ୍କ ନାମ ବଖତିଆର ଖାନ ଥିବାବେଳେ ତା’ଙ୍କ ମା’ଙ୍କ ନାମ ଜାକିଆ ।
କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ଏବଂ ଖେଳିବାର ଜିଦ ଯୋଗୁଁ ସେ ଆଜି ଭାରତର ସଫଳତମ ବୋଲର ରୂପେ ସ୍ଥାନ ପାଇଛନ୍ତି । ଆନ୍ତର୍ଜାତିକ କ୍ରିକେଟରେ ସେ ଅନେକ ରେକର୍ଡର ଅଧିକାରୀ ମଧ୍ୟ ହୋଇସାରିଛନ୍ତି ।
ଜାହିରଙ୍କର ଏହି ରେକର୍ଡ ଏବଂ ତାଙ୍କର ଖେଳ ସଂପର୍କରେ ଆପଣ ତ ସମସ୍ତେ ଜାଣିଥିବେ । ତେବେ ଆସନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ କହିବା ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ପ୍ରେମ ସଂପର୍କରେ କିଛି ଅଜଣା କଥା ।
କଥାରେ ନାଇ ପ୍ରେମ କେତେବେଳେ ଏବଂ କେଉଁଠି ହୋଇଯିବା ତାହା କେହି କହିପାରିବେ ନାହିଁ । ଜାହିର ଏବଂ ସାଗରିକଙ୍କ ସହ ଠିକ ଏହା ଘଟିଥିଲା । ଉଭୟ ପରସ୍ପରର ଜଣେ ଭଳ ବନ୍ଧୁ ଥିଲେ । ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇ କେହି ଜାଣି ବି ପାରିଲେ ନାହିଁ । ଉଭୟ ଦୀର୍ଘ ଦେଢ ବର୍ଷ ଧରି ପରସ୍ପରକୁ ଡେଟ କରି ଆସୁଥିଲେ । ତାଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କରେ କାହାକୁ ଜଣା ମଧ୍ୟ ନଥିଲା ।
କିନ୍ତୁ ମିଳିଥିବା ସୂଚନା ମୁତାବକ ଉଭୟ ପ୍ରଥମ ଦେଖାରେ ହିଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ । ଜାହିର ଏବଂ ସାଗରିକାଙ୍କ ମଧ୍ୟରେ ଏତେ ନିବିଡ ହୋଇଗଲା ଯେ, ଦୁହେଁ ନିଜକୁ ନିଜର ଜୀବନସାଥି ବାଛିନେଇଥିଲେ ।

ସାଗରିକାଙ୍କ ପୂର୍ବରୁ ଜାହିର ବଲିଉଡ ଅଭିନେତ୍ରୀ ଇଶା ସରୱାନୀଙ୍କ ସହ ରିଲେସନସିପର ଥିଲେ । ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥିଲା । ୨୦୧୧ ୱାର୍ଲଡ କପ ସମୟରେ ଏଭଳି ଖବର ସାମନାକୁ ଆସିଥିଲା ଉଭୟ ପରସ୍ପରକୁ ବିବାହ କରିବେ ବୋଲି କିନ୍ତୁ ଅଳ୍ପ କିଛି ଦିନ ମଧ୍ୟରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ପ୍ରକାଶ ଥାଉକି କପିଲ ଦେବଙ୍କ ପରେ ଜାହିର ହେଉଛନ୍ତି ଭାରତର ଦ୍ୱିତୀୟ ସଫଳତମ ଦ୍ରୁତ ବୋଲର । ସେ ନିଜର କ୍ରିକେଟ କ୍ୟାରିୟର ବରୋଦାରୁ ଆରମ୍ଭ କରିଥିଲେ ।


Share It

Comments are closed.