ଭୁବନେଶ୍ୱରରେ ବିର୍‌ଲା ଓପସ୍ ଇଂଟରାକ୍ଟିଭ ଏକ୍ସପୋ


ଭୁବନେଶ୍ୱର: ଫେବୃଆରୀ ୨୦୨୪ରେ ଆଦିତ୍ୟ ବିର୍‌ଲା ଗ୍ରୁପ୍ “ବିର୍‌ଲା ଓପସ୍‌’ର ଲଂଚ୍ ସହିତ ପେଂଟ୍ ଶିଳ୍ପରେ ପ୍ରବେଶ କରିଥିଲା । ବିର୍‌ଲା ଓପସ୍ ଭାରତର ଅନ୍ୟତମ ପ୍ରମୁଖ ପେଂଟ୍ ବ୍ରାଣ୍ଡରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ଯାହା ଜଳ-ଆଧାରିତ ପେଂଟ୍‌, ଏନାମଲ୍‌, ଉଡ୍ ଫିନିଶ ଓ ୱାଲ୍‌ପେପର ସମେତ ୧୪୫ରୁ ଅଧିକ ଉତ୍ପାଦ ଓ ୧୨୦୦ ଏସ୍‌କେୟୁ ସହ ୨୩୦୦+ ଟିଂଟେବୁଲ କଲର୍ ବିକଳ୍ପ ପ୍ରଦାନ କରୁଛି । ଦେଶବ୍ୟାପୀ ପ୍ରମୁଖ ବଜାରଗୁଡିକରେ ସଫଳ ଏକ୍ସପୋଗୁଡିକ ପରେ ବିର୍‌ଲା ଓପସ୍ ଏହାର ପ୍ରତିଷ୍ଠିତ ବ୍ରାଣ୍ଡ ଏକ୍ସପୋକୁ ଭୁବନେଶ୍ୱର ଆଣିଛି ଯାହା ଜୁଲାଇ ୧୬ ତାରିଖ, ୨୦୨୪, ଦିନ ୧୧ଟାରୁ ଆୟୋଜିତ ହେବାକୁ ଯାଉଛି ।
ନିର୍ଦ୍ଧିଷ୍ଟ ଭାବେ ଡିଲର, ପେଂଟର, କଂଟ୍ରାକ୍ଟର, ଆର୍କିଟେକ୍ଟ ଓ ଇଂଟେରିୟର ଡିଜାଇନରଙ୍କ ସମେତ ଟ୍ରେଡ୍ ପାର୍ଟନରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ଓ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ଏକ୍ସପୋଗୁଡିକୁ ବିର୍‌ଲା ଓପସ୍‌ର ପ୍ରଡକ୍ଟ ରେଞ୍ଜ, ପ୍ରଡକ୍ଟ ୟୁଏସ୍‌ପି ଆଦିକୁ ପ୍ରଦର୍ଶିତ କରିବା ପାଇଁ ଡିଜାଇନ କରାଯାଇଛି ଏବଂ ଏହା ଟ୍ରେଡ୍ ପାର୍ଟନରମାନଙ୍କୁ ଏହି ଏକ୍ସପୋକୁ ଆସି ଉତ୍କୃଷ୍ଟମାନର ଉତ୍ପାଦ ଗୁଣବତା ଓ ରେଞ୍ଜର ଅନୁଭୂତି ପାଇବା ପାଇଁ ଏକ ମଂଚ ପ୍ରଦାନ କରୁଛି । ଯଦି ଆପଣ ବ୍ୟବସାୟ ସମୁଦାୟର ଏକ ଅଂଶ ଅଟନ୍ତି ଏବଂ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଜୁଲାଇ ୧୬ ତାରିଖ ୨୦୨୪, ଦିନ ୧୧ଟା ପରଠାରୁ ଅକେଜନ୍ସ ବାଂକ୍ୱେଟ ଆଣ୍ଡ୍ ଲନ୍‌, କଟକ-ପୁରୀ ବାଇପାସ୍ ରୋଡ୍‌, ସାଇ ମନ୍ଦିର ଛକ, ବଡଗଡ, ଭୁବନେଶ୍ୱରଠାରେ ବିର୍‌ଲା ଓପସ୍ ଏକ୍ସପୋରେ ଆମ ସହ ଯୋଗ ଦିଅନ୍ତୁ ଏବଂ ବିର୍‌ଲା ଓପସ୍‌ର ସମସ୍ତ ଉତ୍ପାଦ ଶୃଙ୍ଖଳାର ଅନୁଭୂତି ପାଆନ୍ତୁ ।
ଏହି ଏକ୍ସପୋ ସମ୍ପର୍କରେ ବିର୍‌ଲା ଓପସ୍‌ର ସିଇଓ ରକ୍ଷିତ ହାର୍‌ଗଭେ କହିଛନ୍ତି, “ଆମେ ୧୭୫ରୁ ଅଧିକ ସ୍ଥାନରେ ଏକ୍ସପୋଗୁଡିକ ମାଧ୍ୟମରେ ଭାରତର ପ୍ରତ୍ୟେକ କୋଣରେ ପହଂଚିବା ଏବଂ ଏହି ସ୍ଥାନଗୁଡିକରେ ଏକ୍ସପୋରେ ଯୋଗ ଦେବା ଓ ବିର୍‌ଲା ଓପସ୍ ପେଂଟ୍‌ସର ଉତ୍ପାଦଗୁଡିକର ସମସ୍ତ ଶୃଙ୍ଖଳାର ଅନୁଭୂତି ପାଇବା ପାଇଁ ଡିଲର, ପେଂଟର, କଂଟ୍ରାକ୍ଟର, ଆର୍କିଟେକ୍ଟ ଓ ଇଂଟେରିୟର ଡିଜାଇନରଙ୍କ ସମେତ ଟ୍ରେଡ୍ ପାର୍ଟନରମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଏହି ଏକ୍ସପୋଗୁଡିକ ଆମକୁ ଆମର ଟ୍ରେଡ୍ ପାର୍ଟନରଙ୍କ ସହିତ ଗଭୀର ଦୀର୍ଘସ୍ଥାୟୀ ସମ୍ପର୍କ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।”


Share It

Comments are closed.