ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଆୟୋଜିତ ହେବ ଚତୁର୍ଥ ବ୍ୟାଙ୍କର୍ସ କନକ୍ଲେଭ

- ଫିନ୍‌ଟେକ୍‌ ଆଧାରିତ ସ୍ଥିରତା ଉପରେ ହେବ ଆଲୋଚନା

Share It

  • ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ କମର୍ସ ଏବଂ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ୨୦୨୬ ଶିକ୍ଷାବର୍ଷ ପାଇଁ ଦୁଇ ବର୍ଷିଆ ପୂର୍ଣ୍ଣକାଳୀନ ଏମବିଏ (ଫିନ୍‌ଟେକ୍) ପ୍ରୋଗ୍ରାମ ଆରମ୍ଭ କରାଯାଇଛି।

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) ଏହାର ବିର୍ଲା ସ୍କୁଲ୍ ଅଫ୍ କମର୍ସ ମାଧ୍ୟମରେ ଆସନ୍ତା ୩୦ ଜାନୁଆରୀ ତାରିଖରେ “ଆଧୁନିକ ବ୍ୟାଙ୍କିଂରେ ଫିନ୍‌ଟେକ୍‌ ଆଧାରିତ ସ୍ଥିରତା: ରିସ୍କ ଓ ଦାୟିତ୍ୱର ସମନ୍ୱୟ” ଥିମ୍‌ ଉପରେ ୪ଥ ବ୍ୟାଙ୍କର୍ସ କନକ୍ଲେଭ ଆୟୋଜନ କରିବାକୁ ଯାଉଛି। ଏହି କନକ୍ଲେଭର ଉଦ୍ଦେଶ୍ୟ ବ୍ୟାଙ୍କିଂ ଏବଂ ଫିନ୍‌ଟେକ୍‌ ପରିବେଶ ସହିତ ସଂପୃକ୍ତ ବିଭିନ୍ନ କ୍ଷେତ୍ରରୁ ଶିଳ୍ପ ବିଶେଷଜ୍ଞମାନଙ୍କୁ ଏକତ୍ର କରି ଭାରତୀୟ ଅର୍ଥନୀତିକୁ ଅଧିକ ସ୍ଥିର, ସମାବେଶୀ ଓ ଉଚ୍ଚ ବିକାଶ ଦିଗରେ ନେବାରେ ଫିନ୍‌ଟେକ୍‌ର ଭୂମିକା ଉପରେ ମୂଲ୍ୟବାନ ମତାମତ ବିନିମୟ କରିବା।

କନକ୍ଲେଭରେ ପ୍ରଯୁକ୍ତି ଆଧାରିତ ଆର୍ଥିକ ନବୀନତା କିପରି ବ୍ୟାଙ୍କିଂର ମୌଳିକ ଧାରଣାକୁ ପୁନଃଗଠନ କରୁଛି, ରିକ୍ସ ପରିଚାଳନା ପ୍ରଣାଳୀକୁ ସୁଦୃଢ଼ କରୁଛି ଏବଂ ଆର୍ଥିକ ସେବାର ପହଞ୍ଚକୁ ବଢ଼ାଉଛି – ସେଥିପାଇଁ ଆଲୋଚନା କରାଯିବ। ଏହା ସହିତ ସାଇବର ସୁରକ୍ଷା, ଜଳବାୟୁ ଅର୍ଥଯୋଗାଣ ଏବଂ ନିୟମନ ଅନୁପାଳନ ସହିତ ସଂପୃକ୍ତ ଉଦୟମାନ ଚ୍ୟାଲେଞ୍ଜମାନଙ୍କୁ ମଧ୍ୟ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ପିକ୍ସେଲପେର ଚିଫ୍ ପ୍ରୋଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ଶ୍ରୀ ଅରୁଣ ବିଜୟକୁମାର, ଡ୍ରିମ୍ ମନିର ଉପାଧ୍ୟକ୍ଷ (ପ୍ରୋଡକ୍ଟ ଏବଂ ରେଭେନ୍ୟୁ) ଶ୍ରୀ ନୈତିକ ଶାହ, ଆଇଡିଏଫସିର ପୂର୍ବତନ ଚିଫ୍ ରିସ୍କ ଅଫିସର ଏବଂ  ଆଇଆସିଆଇ ବ୍ୟାଙ୍କର ପୂର୍ବତନ ବରିଷ୍ଠ ନେତା ଶ୍ରୀ ପାରାଗ ଶାହ, ଏବଂ  ଏଚଡିଏଫସି ବ୍ୟାଙ୍କ ଓଡ଼ିଶାର ଉପାଧ୍ୟକ୍ଷ ଶ୍ରୀ ଅନନ୍ତ ପଟ୍ଟନାୟକ ଉପସ୍ଥିତ ରହିବେ।

ଏହି ଅବସରରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ କହିଛନ୍ତି, “ବିଜିୟୁ ର ବ୍ୟାଙ୍କର୍ସ କନକ୍ଲେଭ ଶିଳ୍ପ ଏବଂ ଶିକ୍ଷାଜଗତ ମଧ୍ୟରେ ସଂଲାପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହା ଦ୍ୱାରା ଉଦୟମାନ ପ୍ରବୃତ୍ତି, ଚ୍ୟାଲେଞ୍ଜ ଓ ସୁଯୋଗ ଉପରେ ମତବିନିମୟ ସମ୍ଭବ ହେବ। ଏପରି କାର୍ଯ୍ୟକ୍ରମଗୁଡ଼ିକ ଆର୍ଥିକ ପରିବେଶକୁ ସୁଦୃଢ଼ କରିବା ସହିତ ଭବିଷ୍ୟତ ପେଶାଜୀବୀମାନଙ୍କୁ ପ୍ରସ୍ତୁତ କରେ।”

ଏହି ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରି ବିର୍ଲା ସ୍କୁଲ୍ ଅଫ୍ କମର୍ସର ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ସାନ୍ୟାଲ କହିଛନ୍ତି, “ଫିନ୍‌ଟେକ୍‌ ବ୍ୟାଙ୍କିଂକୁ ତାହାର ମୂଳ ଭିତ୍ତିରୁ ପୁନଃନିର୍ମାଣ କରୁଛି – ଏହାକୁ ଅଧିକ ସମାବେଶୀ, ଦକ୍ଷ ଏବଂ ସୁରକ୍ଷିତ କରୁଛି। ବ୍ୟାଙ୍କର୍ସ କନକ୍ଲେଭ ଶିଳ୍ପ ଓ ଶିକ୍ଷାଜଗତକୁ ଏକାଠି କରି ଭବିଷ୍ୟତ ବ୍ୟାଙ୍କିଂ ପାଇଁ ଦାୟିତ୍ୱଶୀଳ ପଥ ଗଢ଼ିବାରେ ସାହାଯ୍ୟ କରିବ।”

ବ୍ୟାଙ୍କର୍ସ କନକ୍ଲେଭ ପରି ପଦକ୍ଷେପ ମାଧ୍ୟମରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଶିକ୍ଷାଜଗତ ଓ ଶିଳ୍ପ ମଧ୍ୟରେ ଅର୍ଥପୂର୍ଣ୍ଣ ସହଯୋଗକୁ ପ୍ରୋତ୍ସାହିତ କରୁଛି। ଏହା ଉଦୟମାନ ଚ୍ୟାଲେଞ୍ଜ ଓ ସୁଯୋଗ ଉପରେ ସଚେତନ ଆଲୋଚନାକୁ ବଢ଼ାଇ ଭାରତର ବିକାଶଶୀଳ ଆର୍ଥିକ ପରିବେଶ ପାଇଁ ଜ୍ଞାନଭିତ୍ତିକ ନେତୃତ୍ୱ, ଦାୟିତ୍ୱଶୀଳ ନବୀନତା ଏବଂ ଭବିଷ୍ୟତ-ସଜାଗ ପେଶାଜୀବୀ ତିଆରି କରିବା ପ୍ରତି ୟୁନିଭର୍ସିଟିର ପ୍ରତିବଦ୍ଧତାକୁ ଶୁନିଶ୍ଚିତ କରେ।


Share It

Comments are closed.