ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ ଗୁଗୁଲ୍ ଡେଭେଲପର୍ ଗ୍ରୁପ୍ ସହଯୋଗରେ ସଫଳ ଜେନ-ଏଆଇ ହ୍ୟାକାଥନ୍ ଆୟୋଜିତ

Share It

  • ଛାତ୍ର ନବୋନ୍ମେଷକମାନେ ଗୁଗୁଲ୍ ପ୍ରଯୁକ୍ତି ବ୍ୟବହାର କରି ଏଡ୍‌ଟେକ୍ ଓ ଫିନ୍‌ଟେକ୍ କ୍ଷେତ୍ର ପାଇଁ ଏଆଇ ଆଧାରିତ ସମାଧାନ ପ୍ରସ୍ତୁତ କରିଛନ୍ତି

ଭୁବନେଶ୍ୱର : ବିର୍ଲା ଗ୍ରୁପ୍‌ର ଏକ ପ୍ରମୁଖ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) ତାହାର କ୍ୟାମ୍ପସରେ ଗୁଗୁଲ୍ ଡେଭେଲପର୍ ଗ୍ରୁପ୍ (ଜିଡିଜି) ସହଯୋଗରେ “ନେକ୍ସଟ୍ ମାଇଣ୍ଡ ୧୨” ଜେନଏଆଇ ହ୍ୟାକାଥନ୍ ସଫଳତାର ସହ ଆୟୋଜନ କରିଛି। ଏହି ୧୨ ଘଣ୍ଟିଆ ନବୋନ୍ମେଷମୂଳକ ହ୍ୟାକାଥନ୍‌ରେ ଓଡ଼ିଶାର ବିଭିନ୍ନ ୟୁନିଭର୍ସିଟି ଓ ଶିକ୍ଷା ପ୍ରତିଷ୍ଠାନର ପ୍ରତିଭାଶାଳୀ ଛାତ୍ର ଡେଭେଲପର୍ମାନେ ଅଂଶଗ୍ରହଣ କରିଥିଲେ।
ଏହି ହ୍ୟାକାଥନ୍‌ରେ “ଏଡ୍‌ଟେକ୍‌” ଏବଂ “ଫିନ୍‌ଟେକ୍‌” ନାମକ ଦୁଇଟି ମୁଖ୍ୟ ଶ୍ରେଣୀ ଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ଜେମିନାଇ (ଜେମିନାଇ) ଓ ଗୁଗୁଲ୍ କ୍ଲାଉଡ୍ ସହିତ ଆଧୁନିକ ଗୁଗୁଲ୍ ପ୍ରଯୁକ୍ତି ବ୍ୟବହାର କରି ବାସ୍ତବ ଜଗତରେ ପ୍ରୟୋଗଯୋଗ୍ୟ ଓ ବିସ୍ତାରଯୋଗ୍ୟ ସମାଧାନ ପ୍ରସ୍ତୁତି କରିଥିଲେ।
ଏହି କାର୍ଯ୍ୟକ୍ରମ ଶିକ୍ଷା ପ୍ରଣାଳୀ, ଆର୍ôଥକ ସେବା କ୍ଷେତ୍ର ଓ ଡିଜିଟାଲ୍ ସମସ୍ୟା ସମାଧାନ ଢାଞ୍ଚାକୁ ପୁନର୍ଗଠିତ କରିବାରେ ଜେନେରେଟିଭ୍ ଏଆଇର ବୃଦ୍ଧିଶୀଳ ଭୂମିକାକୁ ପ୍ରକାଶ କରିଥିଲା। ସମୁଦାୟ ୨୦ଟି ଟିମ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରଯୁକ୍ତିବିଦ୍ୟା ଦକ୍ଷତା ଓ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀରେ ବାଇଟ୍‌ଆଇକ୍ୟୁ ଆନାଲିଟିକ୍ସର ସିଇଓ ଆର୍ଯ୍ୟ ୱେଦବ୍ରତ, ଏଫ୍‌ଏକ୍ସୟୁଏଭି ର ନିର୍ଦ୍ଦେଶକ ସୁଭମ୍ ଆଚାର୍ଯ୍ୟ, ଉବଲ୍ ର ସିଇଓ ଆକାଶ ଜୟସ୍ୱାଲ୍ ଏବଂ ଟାଟା କନସଲଟେନ୍ସି ସର୍ଭିସେସ୍ ର ସିନିୟର କନସଲଟାଣ୍ଟ ସ୍ମୃତି ରଞ୍ଜନ ଧଳ ଅନ୍ତର୍ଭୁକ୍ତ ଥିଲେ।
ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ କହିଥିଲେ, “ଅନୁଭୂତିମୂଳକ ଶିକ୍ଷା ପ୍ରଣାଳୀ କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିବର୍ତ୍ତିତ ଭବିଷ୍ୟତ ପାଇଁ ଯୁବ ନବୋନ୍ମେଷକମାନଙ୍କୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ। ହ୍ୟାକାଥନ୍ ପରି ପଦକ୍ଷେପ ମାଧ୍ୟମରେ ଆମେ ସୃଜନଶୀଳ ଓ ଜିଜ୍ଞାସୁ ମନକୁ ଆଗକୁ ଆଣୁଛୁ। ‘ନେକ୍ସଟ୍ ମାଇଣ୍ଡ ୧୨’ ଭଳି ମଞ୍ଚ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟୋଗପତି ସୃଷ୍ଟି କରିବାରେ ସାହାଯ୍ୟ କରିବ।”
ଶିକ୍ଷାଗତ ଗୁରୁତ୍ୱ ଉପରେ ଆଲୋକ ପକାଇ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଡିନ୍ ପ୍ରଫେସର ସଞ୍ଜୟ କୁଅଁର କହିଥିଲେ,“ନେକ୍ସଟ୍ ମାଇଣ୍ଡ ୧୨ ଜେନ-ଏଆଇ ହ୍ୟାକାଥନ୍ କ୍ଲାସ୍‌ରୁମ୍ ଶିକ୍ଷାକୁ ବାସ୍ତବ ଜଗତ ସହିତ ଯୋଡ଼ିଥାଏ। ଏପରି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ, ସୃଜନଶୀଳତା ଓ ନବୋନ୍ମେଷ ପାଇଁ ପ୍ରେରଣା ଦେଇଥାଏ ଏବଂ ଧାରଣାକୁ ବ୍ୟବହାରିକ ସମାଧାନରେ ପରିଣତ କରିବାର ସୁଯୋଗ ପ୍ରଦାନ କରିଥାଏ।”
ଏହି ପ୍ରତିଯୋଗିତାରେ ଆଇଆଇଆଇଟି ଭୁବନେଶ୍ୱରର ଟିମ୍ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ସହିତ ୨୫,୦୦୦ ଟଙ୍କା ନଗଦ ପୁରସ୍କାର ପାଇଥିଲେ। ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ପ୍ରଥମ ରନ-ର୍ଅପ୍ ଏବଂ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ୱିତୀୟ ରନ-ର୍ଅପ୍ ହୋଇ ୧୫,୦୦୦ ଓ ୧୦,୦୦୦ ଟଙ୍କା ପୁରସ୍କାର ହାସଲ କରିଥିଲେ।
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ନବୋନ୍ମେଷ, ବହୁଶାଖୀୟ ଶିକ୍ଷା ଏବଂ ଶିଳ୍ପ ସହଯୋଗର ସୁଦୃଢ଼ ସଂସ୍କୃତିକୁ ଲଗାତାର ପ୍ରତ୍ସାହିତ କରିଆସୁଛିି।


Share It

Comments are closed.