କରୋନା ସଂକ୍ରମଣ ରୋକିବା ଲାଗି ବାୟୋମେଡିକାଲ୍ ବର୍ଜ୍ୟବସ୍ତୁର ପରିଚାଳନା ଉପରେ ଜାତିସଂଘର ସଂସ୍ଥା “ୟୁନିଡୋ’ର ଗୁରୁତ୍ୱ


ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବାକୁ ହେଲେ ବାୟୋ ମେଡିକାଲ୍ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା କରିବା ଜରୁରୀ । ଏହା ଉପରେ ଗମ୍ଭୀରତାର ସହ ବିଚାର କରି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ୟୁନାଇଟେଡ୍ ନେସନ୍ସ ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଂଟ୍ ଅର୍ଗାନାଇଜେସନ୍ (ୟୁନିଡୋ)ର ପ୍ରତିନିଧି ଡକ୍ଟର ରେନେ ଭାନ୍ ବର୍କେଲ୍ କହିଛନ୍ତି । ଅଣ ଲାଭଦାୟକ ସଂସ୍ଥା କମ୍ୟୁନେଟି ପକ୍ଷରୁ ରମୈୟାହ ମେଡିକାଲ୍ କଲେଜ ଓ ୟୁନିଡୋ ଭାରତ ସହଯୋଗରେ ଆୟୋଜନ କରାଯାଇଥିବା ଏକ ୱେବିନାରରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ପୂର୍ବାପେକ୍ଷା ଆମକୁ ବାୟୋ ମେଡିକାଲ୍‌ର ବର୍ଜ୍ୟ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଏହା ଦ୍ୱାରା ହିଁ କରୋନା ସଂକ୍ରମଣକୁ ରୋକାଯାଇପରିବ ।
ଭାରତର ପାଂଚଟି ରାଜ୍ୟ କର୍ଣ୍ଣାଟକ, ପଂଜାବ, ଓଡ଼ିଶା, ମହାରାଷ୍ଟ୍ର ଓ ଗୁଜରାଟର ୧୬୦ରୁ ଅଧିକ ହସ୍ପିଟାଲ୍‌ରେ ମେଡିକାଲ୍ ବର୍ଜ୍ୟର ପରିଚାଳନା କରିବା ଲାଗି ପରିବେଶ ମିତବ୍ୟୟୀ ପଦ୍ଧତି ଓ ବ୍ୟବସ୍ଥା ବିକଶିତ କରିବା ଏବଂ କାର୍ଯ୍ୟକାରୀ କରିବା ଉପରେ ୟୁନିଡୋ କାର୍ଯ୍ୟ କରୁଛି । କୋଭିଡ୍‌-୧୯ ସଂକ୍ରମଣ ପରଠାରୁ ଏହି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ କୋଭିଡ୍‌-୧୯ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକାଯାଇପାରିଛି । ପରାମର୍ଶ ଭିତିକ ଭିିଡିଓ, ପେସାଦାର ତାଲିମ, ବିକାଶ ଏବଂ ସ୍ୱତନ୍ତ୍ର କୋଭିଡ୍‌-୧୯ ଭିତିକ ନିୟମ ପ୍ରଣୟନ, ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ଯୋଗାଣକାରୀଙ୍କୁ ଚିହ୍ନଟ ଓ ପ୍ରସାର ଆଦି ଜରିଆରେ ବର୍ଜ୍ୟବସ୍ତୁକୁ ନିୟନ୍ତ୍ରଣରେ ରଖାଯାଇଥିବା ବେଳେ ତାହାର ପୃଥକୀକରଣ କରିବା ପାଇଁ ବିବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବାରାଣାସୀର ସ୍ୱଚ୍ଛତା କର୍ମୀ ତେମସୁତୁଲା ଇମସଙ୍ଗ ଏହି ୱେବିନାରରେ ଅଂଶଗ୍ରହଣ କରି ଗୋଷ୍ଠୀ ସହଯୋଗିତା ଜରିଆରେ ବାରାଣାସୀ ଘାଟର ସଫେଇ ଅନୁଭୂତି ବର୍ଣ୍ଣନା କରିଥିଲେ । ଜୈବ ମେଡିକାଲ୍ ବର୍ଜ୍ୟ ପରିଚାଳନାରେ ହସ୍ପିଟାଲ୍‌ଗୁଡ଼ିକ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ତାହା ସେ ଜଣାଇଥିଲେ । ଏହି ୱେବିନାରରେ ରାଜ୍ୟ ପଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରି ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ ।


Share It

Comments are closed.