ଶେଷରେ ଶତୃଘ୍ନଙ୍କ ଟିକେଟ କାଟିଲା ବିଜେପି


ଆଗାମୀ ଲୋକସଭା ନିର୍ବାଚନ ଲାଗି ବିହାରରେ ଏନଡିଏ ପକ୍ଷରୁ ୪୦ ଟି ଲୋକସଭା ଆସନ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସବୁଠାରୁ ମୁଖ୍ୟ କଥା ହେଲା ଏନଡିଏ ପକ୍ଷରୁ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀ ତାଲିକା ମଧ୍ୟରେ ବିଜେପି ସାଂସଦ ଶତୃଘ୍ନ ସିହ୍ନାଙ୍କ ନାମ କାଟି ଦିଆଯାଇଛି । ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟିକେଟ ଦିଆଯାଇଛି ।
ବିଜେପି ଶତୃଘ୍ନ ସିହ୍ନାଙ୍କ ସମେତ ଶାହାନାବାଜ ହୁସେନଙ୍କୁ ମଧ୍ୟ ଟିକେଟ ନଦେବା ପାଇଁ ନିଷ୍ପତି ନେଇଛି । ପୂର୍ବରୁ ବିହାରରେ ବିଜେପି, ଜନତା ଦଳ ଏବଂ ଲୋକ ଜନଶକ୍ତି ଦଳ ମଧ୍ୟରେ ୧୭-୧୭ ଓ ୬ ଟି ଆସନ ପାଇଁ ବୁଝାମଣା ହୋଇଥିଲା ।
ଶତୃଘ୍ନ ବିଜେପି ସାଂସଦ ଥିବା ସତ୍ତେ୍ୱ ମଧ୍ୟ ସେ ଦୀର୍ଘଦିନ ହେବ ମୋଦିଙ୍କ ନୀତି ଏବଂ ବିଜେପିର କାର୍ଯ୍ୟକଳାପ ବିରୋଧରେ କଟୁ ସ୍ୱର ବ୍ୟବହାର କରିଆସୁଥିଲେ ଯେଉଁଥିପାଇଁ ଏକ ତରଫରୁ ତାଙ୍କ ଟିକେଟ କଟିବା ସୁନିଶ୍ଚିତ ହୋଇଯାଇଥିଲା । ଶତୃଘ୍ନଙ୍କ ଟିକେଟ କଟିବା ପରେ ସେ ବର୍ତ୍ତମାନ କଂଗ୍ରେସ କିମ୍ବା ଆରଜେଡି ତରଫରୁ ପାଟଣା ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ରାଜନୈତିକ ବେଶଷଜ୍ଞ ମାନେ ମତ ଦେଇଛନ୍ତି ।
ପ୍ରକାଶ ଥାଉକି ଶତୃଘ୍ନ ଲୋକସଭା ସାଂସଦ ଥିବା ସତ୍ତେ୍ୱ ମଧ୍ୟ ପୂର୍ବରୁ ସେ ଦୁଇଥର ରାଜ୍ୟସଭା ସାଂସଦ ମଧ୍ୟ ରହି ସାରିଛନ୍ତି । କେବଳ ଏତିକି ନୁହେଁ ସେ ଦେଶରେ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।


Share It

Comments are closed.