ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, କରୋନା ମହାମାରୀ ସତ୍ତ୍ୱେ ବିହାରରେ ବନ୍ଦ ହେବନି ବିଧାନସଭା ନିର୍ବାଚନ


ବିହାର କୋଭିଡ -୧୯ ମୁକ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ବିଚାର କରିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆବେଦନରେ କୌଣସି ଯଥାର୍ଥତା ନାହିଁ। ସୂଚନାଯୋଗ୍ୟେ ଚଳିତ ବର୍ଷ ଶେଷରେ ରାଜ୍ୟରେ ନିର୍ବାଚନ ହେବ।

ମାମଲାର ଶୁଣାଣି ସମୟରେ ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି ଯେ ନିର୍ବାଚନ ସ୍ଥଗିତ ରଖିବା ପାଇଁ କୋଭିଡ-୧୯ ପାଇଁ ଆଧାର ହୋଇପାରିବ ନାହିଁ। ବିଶେଷକରି ଯେତେବେଳେ ନିର୍ବାଚନ ଘୋଷଣା ନେଇ ବିଜ୍ଞପ୍ତି ଜାରି କରାଯାଇ ନାହିଁ। ଧାରା ୩୨ ଅନୁଯାୟୀ ଏହା ଏକ ଭୁଲ ଆବେଦନ, ଆମେ ଏହି ଆବେଦନକୁ ବିଚାର କରିପାରିବୁ ନାହିଁ । ଏଥି ସହ ଜଷ୍ଟିସ ଏମ.ଆର ଶାହା କହିଛନ୍ତି ଯେ ନିର୍ବାଚନ ଆୟୋଗ ସମସ୍ତ ସତର୍କତା ଅବଲମ୍ବନ କରିବେ ଏବଂ ସବୁକିଛି ବିଚାର କରିବେ। ଆପଣ କାହିଁକି (ଆବେଦନକାରୀ) ଭାବୁଛନ୍ତି ଯେ ସେମାନେ ଏହି ଦିଗ ଗୁଡ଼ିକୁ ବିଚାର କରିବେ ନାହିଁ? କୋଭିଡ -୧୯ ବିଶ୍ୱ ମହାମାରୀ ପରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଅବିନାଶ ଠାକୁର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ।


Share It

Comments are closed.