ଶିଶୁପାଳ ହେଲେ ବିହାର ପୂର୍ବତ୍ତନ ଡିଜି ଗୁପ୍ତେଶ୍ୱର ପାଣ୍ଡେ, ମିଳି ନାହିଁ କୌଣସି ଦଳୀୟ ଟିକେଟ


ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ବିହାର ବିଧାନସଭା ନିର୍ବାଚନରୁ ନିରାଶା ହେବାକୁ ପଡ଼ିଛି। ପାଣ୍ଡେଙ୍କୁ କେଉଁ ଦଳରୁ ଟିକେଟ୍ ମିଳି ନାହିଁ। ବିଜେପି କି ଜେଡିୟୁ କୌଣସି ଦଳରୁ ଟିକେଟ୍ ତାଙ୍କୁ ମିଳି ନାହିଁ। ଏବେ ଏଥିରୁ ସ୍ପଷ୍ଟ ହେଉଛି ଯେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ପାଣ୍ଡେ। ବିହାର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଜାରି ହୋଇଥିବା ୧୧୫ ଜଣ ପ୍ରାର୍ଥିଙ୍କ ତାଲିକାରେ ପୂର୍ବତନ ଡିଜିପିଙ୍କ ନାଁ ନାହିଁ। ଏହା ପୂର୍ବରୁ ଜେଡିୟରୁରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ତାଲିକାରେ ତାଙ୍କ ନାଁ ନ ଥିଲା।

ପାଣ୍ଡେ ଗତ ମାସରେ ଜେଡିୟୁରେ ସାମିଲ ହୋଇଥିଲେ। ଆଶା କରାଯାଉଥିଲା ସେ ତାଙ୍କ ଘର ବକ୍ସରୁ ନିର୍ବାଚନ ଲଢ଼ିବେ। ତେବେ ଏ ଆସନ ବିଜେପି ପଶୁର୍ରୁାମ ଚତୁର୍ବେଦୀଙ୍କୁ ଦେଇଛି। ଏହାରି ଭିତରେ ଆଶା କରାଯାଉଛି ପାଣ୍ଡେଙ୍କୁ ପରେ ବିଧାନ ପରିଷଦ ପଠାଯାଇପାରେ।

ପାଣ୍ଡେଙ୍କୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନିଜ ବୟାନ ପାଇଁ ସମାଲୋଚିତ ହେବାକୁ ପଡ଼ିଥିଲା। ବିହାରର ପୂର୍ବତନ ପୋଲିସ୍ ମୁଖ୍ୟ ସେପ୍ଟେମ୍ବର ୨୨ରେ ଭାରତୀୟ ପୋଲିସ ସେବାରୁ ସ୍ୱେଚ୍ଛାକୃତ ସେବାନିବୃତିର ବିକଳ୍ପ ବାଛି ଥିଲେ। ସେ ଭିଆରଏସ ପାଇଁ ଆବେଦନ କରିଥିଲେ। ଯାହାର ତୁରନ୍ତ ପରେ ତାଙ୍କୁ ସ୍ୱୀକୃତି ମିଳିଲା ଓ ତିନି ଦିନ ପରେ ପାଣ୍ଡେ ଜେଡିୟୁରେ ସାମିଲ ହେଲେ।


Share It

Comments are closed.