ଭିଡିଓ କଲରେ ମା’ଙ୍କ ସହ କଥା ହେଉଥିବା ସମୟରେ କାନ୍ଦି ପକାଇଲେ ରାକ୍ଷୀ


ବିଗ ବସ-୧୪ ସମସ୍ତଙ୍କୁ ଭାବପ୍ରବଣ କରେଇ ଦେଉଛି କାରଣ ଫ୍ୟାମିଲି ୱିକର ଆରମ୍ଭ ହୋଇଯାଇଛି । ଗତ ଏପିସୋଡରେ ଦେଖା ଯାଇଥିଲା ଯେ, ନିକି ତମ୍ବୋଲି, ଅନୁଭବ ଶୁକ୍ଲା ଏବଂ ଏଲି ଗୋନି ଭଳି କିଛି ପ୍ରତିଯୋଗୀ ଅନେକ ମାତ୍ରରେ ଭାବପ୍ରବଣ ହୋଇଯାଇଥିଲେ କାରଣ ସେ ଅନେକ ଦିନ ହେବ ନିଜର ପ୍ରଶଂସକ ଏବଂ ସମ୍ପର୍କୀୟଙ୍କ ସହ ମିଳିପାରି ନଥିଲେ । ବର୍ତ୍ତମାନ ଘରର ବାକି ଏବଂ ନିକଟସ୍ଥ ସମ୍ପର୍କୀୟଙ୍କୁ ନିଜର ଭଲ ପାଇବା ଅନୁଭବ କରାଇବାର ସମୟ ଆସିଯାଇଛି । ଏହି ମଧ୍ୟରେ ରାକ୍ଷୀ ସାୱନ୍ତ ନିଜ ମା’ଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହେଉଥିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ ।

 

View this post on Instagram

 

A post shared by ColorsTV (@colorstv)

ରାକ୍ଷୀ ସାୱନ୍ତ, ମା’ଙ୍କ ସହ ଭିଡିଓ କଲରେ କଥା ହେଉଥିବା ସମୟରେ କାନ୍ଦି ପକାଇଥିଲେ । ରାକ୍ଷୀ, ନିଜ ମା’ଙ୍କ ସହ କଥା ହେଉଥିବା ସମୟରେ କହିଲେ ଯେ, ସେ ତାଙ୍କ ମା’ଙ୍କ ପାଇଁ ଉପବାସ ରଖିବେ । କାରଣ ତାଙ୍କ ମା’ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାକ୍ଷୀ ଆଗକୁ ତାଙ୍କ ସ୍ୱାମୀ ରିତେଶଙ୍କ ସଂପର୍କରେ ପଚାରୁଥିବାର ଦେଖିବାକୁ ମିଳିଥିଲା । ଏହି ମଧ୍ୟରେ ତାଙ୍କ ଆଖିରୁ ଲୁହ ବୋହି ଆସିଲା ।


Share It

Comments are closed.