ହସ୍ପିଟାଲରୁ ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ଡିସଚାର୍ଜ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ବିଗବି


କୋଭିଡ-୧୯ ଚିକିତ୍ସା ପାଇଁ ନୀକଟରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅମିତାଭ ବଚ୍ଚନ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ୮ ବର୍ଷର ନାତୁଣୀଙ୍କର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାବବାହ୍ବଳ ହୋଇପଡ଼ିଛନ୍ତି । ଉଭୟ ଐଶ୍ବର୍ଯ୍ୟା ଓ ଆରାଧ୍ୟା ସମାନ ଡାକ୍ତରଖାନାରେ କରୋନା ଚିକିତ୍ସିତ ହେଉଥିବା ବେଳେ ସୋମବାର ଦିନ ଡାକ୍ତରଖାନାରୁ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି ।

ବରିଷ୍ଠ ଅଭିନେତା ତାଙ୍କ ଗତ ଟ୍ୱିଟରେ ଲେଖିଛନ୍ତି ଯେ କୋଭିଡ-୧୯ ପାଇଁ ନେଗେଟିଭ ଟେଷ୍ଟ ହେବା ପରେ ତାଙ୍କ ବୋହୂ ଏବଂ ନାତୁଣୀଙ୍କୁ ଘରକୁ ପଠାଯିବା ପରେ ସେ ଭାବପ୍ରବଣ ହୋଇଯାଇଛନ୍ତି ।

୧୦ ଦିନ ରହିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁମ୍ବାଇର ନାନାବତୀ ଡାକ୍ତରଖାନାରୁ ସୋମବାର ଡିସଚାର୍ଜ ହୋଇଥିଲେ। ସୋସିଆଲ ମିଡିଆରେ ଏହି ଖବର ବସେୟାର କରି ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ ଟ୍ବିଟର ମାଧ୍ୟମରେ କୃତଜ୍ଞତା ଜଣାଇବା ସହ ସେ ଏବଂ ଅମିତାଭ ବଚନ ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


Share It

Comments are closed.