ସାହାରାର ଆମ୍ବି ଭ୍ୟାଲିକୁ କିଣିବା ପାଇଁ କେହି ମିଳିଲେ ନାହିଁ


ସାହାରା ଗ୍ରୁପର ବିଳାସପୂର୍ଣ୍ଣ ପ୍ରପୋର୍ଟି ଆମ୍ବି ଭ୍ୟାଲିର ନିଲାମ ପ୍ରକ୍ରିୟାକୁ ସୁପ୍ରିମ କୋର୍ଟ ସ୍ଥଗିତ ରଖିଛନ୍ତି ଏହା ନିଲାମ ଇସ୍ତାହର ପରେ କୌଣସି ଆଶାୟୀ କ୍ରେତାଙ୍କ ଠାରୁ ଆଗ୍ରହ ଦେଖା ନଯିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା କରାଯାଇଛି । ଏହା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଆମ୍ବି ଭ୍ୟାଲିରୁ ରିସିଭର ଏବଂ ଅଫିସିଆଲ ଲିକ୍ୱିଡେଟରର ଅପସାରଣ କରିବା ପାଇଁ ସହମତି ଦେଇଛନ୍ତି । ଏଥି ସହିତ ଆମ୍ବି ଭ୍ୟାଲି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ପେପର ସାହାରାକୁ ଫେରାଇ ଦେବାକୁ ଆଦେଶ ଦେଇଛନ୍ତି ଏବଂ ସାହାରା ସେଠାରେ ନିଜର ପରିଚାଳନା ପୁନଶ୍ଚ ଆରମ୍ଭ କରିପାରିବ ।
ସାହାରାର ଓକିଲ ବିକାଶ ସିଂହ ଏହାର ଡ଼ାଇରେକ୍ଟର ମାନଙ୍କ ବ୍ୟକ୍ତିଗତ ପୋଲିସ ସୁରକ୍ଷା ଅପସାରଣ ଉପରେ ଗୁରୁତ୍ୱ ଦେଇଥିଲେ ଯାହାକୁ ସେବି ବିରୋଧ କରିବା ସହିତ କହିଥିଲେଯେ ସେମାନେ ଯେହେତୁ ପାରୋଲରେ ଅଛନ୍ତି ତେବେ ସେଠାରେ ସୁରକ୍ଷାବଳ ରହିବା ଉଚିତ୍ । ସେବିର ଏହି ମନ୍ତବ୍ୟକୁ ଖଣ୍ଡନ କରି ଓକିଲ କହିଥିଲେ ଯେ, ଯଦି ସାହାରା ଏପର୍ଯ୍ୟନ୍ତ ୨୦,୦୦୦ କୋଟି ପଇଠ କରିସାରିଛି ତେବେ ମାତ୍ର କିିଛି ହଜାର କୋଟି ପାଇଁ ସେମାନେ ପଳାୟନ କରିବେକି ? ସାହାରା ପାଖରେ ଲାଇବିଲିଟି ତୁଳନାରେ ୩ଗୁଣ ଆସେଟ ରହିିଛି ଯାହା କୋର୍ଟରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଏହି ସମ୍ବନ୍ଧରେ ଯାହା କିଛି ଆଲୋଚନା ହୋଇଛି ତାହା ବାସ୍ତବ ।
ଏହି ପରିପ୍ରେକ୍ଷୀରେ ଓକିଲ ବିକାଶ ସିଂ କହିଛନ୍ତି ଯେ, “ସାହାରା ବର୍ତ୍ତମାନ ଦ୍ୱିତୀୟଥର ପାଇଁ ଏହାର ଲାଇବିଲିଟି ପଇଠ କରୁଛି ଏବଂ ସେବି ପାଖରେ ସାହାରାର ପାଖାପାଖି ୨୦୦୦୦କୋଟି ରହିଛି । ସେବିକୁ ନିବେଶକାରୀଙ୍କ ଭେରିଫିକେସନ ପ୍ରାରମ୍ଭ କରିବାକୁ ଦିଅନ୍ତୁ । ଥରେ ଭେରିଫିକେସନ ସରିବା ପରେ ସାହାରା କହିଥିବା ଟଙ୍କା ସୁଧ ସହିତ ଫେରସ୍ତ ପାଇବ । ମାନ୍ୟବର କୋର୍ଟ ସେବିକୁ ଭେରିଫିକେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେବି କାହିଁକି ଏପର୍ଯ୍ୟନ୍ତ ଭେରିପିକେସନ୍ ପ୍ରକିୟା ପ୍ରାରମ୍ଭ କରିନାହିଁବୋଲି ପ୍ରଶ୍ନ କରିଛନ୍ତି ।”


Share It

Comments are closed.