ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟକୁ ବଡ଼ ଆଶ୍ୱସ୍ତି


ଭୁବନେଶ୍ୱର: ସାହାରା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଏବଂ ସହରାୟନ ୟୁନିଭର୍ସାଲ ମଲ୍‌ଟି ପର୍‌ପସ୍ ସୋସାଇଟିକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ପକ୍ଷରୁ ଉଭୟ ସୋସାଇଟି ବିରୁଦ୍ଧରେ ସେଂଟ୍ରାଲ ରେଜିଷ୍ଟ୍ରାର ଅଫ କୋ-ଅପରେଟିଭ ସୋସାଇଟିଜର ପ୍ରତିବନ୍ଧାତ୍ମକ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରାଯିବା ସହିତ ସେଂଟ୍ରାଲ ରେଜିଷ୍ଟ୍ରାର ସକ୍ଷମରେ ଚାଲୁଥିବା କାର୍ଯ୍ୟବାହୀ ଉପରେ ମଧ୍ୟ ରୋକ ଲଗାଯାଇଛି । ଚିଫ ଜଷ୍ଟିସ ଡି.ଏନ.ପଟେଲ ଏବଂ ଜଷ୍ଟିସ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଷ୍ଟେ ଜାରି କରିବା ସହିତ ଏହି ମାମଲାରେ ସେଂଟ୍ରାଲ ରେଜିଷ୍ଟ୍ରାରକୁ ନୋଟିସ ମଧ୍ୟ ଜାରି କରିଛନ୍ତି ।
ଉଭୟ ସୋସାଇଟି ପକ୍ଷରୁ ସେଂଟ୍ରାଲ ରେଜିଷ୍ଟ୍ରାରର ତା ୨୨.୦୭.୨୦୨୦, ୨୪.୦୯.୨୦୨୦ ଏବଂ ୧୯.୧୧.୨୦୨୦ର ଆଦେଶକୁ ଚ୍ୟାଲେଞ୍ଜ କରଯାଇଥିଲା । ଏହାଦ୍ୱାରା ଉଭୟ ସୋସାଇଟିକୁ ନୂଆ ଡିପୋଜିଟ ନେବା ତଥା ବିଦ୍ୟମାନ ସଦସ୍ୟମାନଙ୍କର ନିବେଶ କିମ୍ବା ସଂଚୟକୁ ନବୀକରଣ କରିବାକୁ ବିରୋଧ କରାଯାଇଥିଲା । ଦିଲ୍ଲୀ ହାଇକୋର୍ଟରେ ନିଜର ପିଟିସନରେ ଉଭୟ କୋ-ଅପରେଟିଭ ସୋସାଇଟି ନିଜର ମତ ରଖି କହିଥିଲେଯେ ମଲ୍‌ଟି-ଷ୍ଟେଟ୍ କୋ-ଅପରେଟିଭ ସୋସାଇଟି ଭାବେ ସେମାନେ ତାଙ୍କର ସଦସ୍ୟମାନଙ୍କର ହିତ ପାଇଁ ସୋସାଇଟିର ଉପନୀୟମ ଅନୁଯାୟୀ ତଥା ମଲ୍‌ଟି ଷ୍ଟେଟ କୋ-ଅପରେଟିଭ ସୋସାଇଟି ଆକ୍ଟ ୨୦୦୨ ଅଧୀନରେ ପ୍ରସ୍‌ୁତ ନୀୟମ ଅଧୀନରେ ରହି କାର୍ଯ୍ୟ କରୁଛନ୍ତି । ସେଂଟ୍ରାଲ ରେଜିଷ୍ଟ୍ରାର ଦ୍ୱାରା ଜାରି କରାଯାଇଥିବା ଆଦେଶ କାରଣରୁ ଉଭୟ ସୋସାଇଟିର ବ୍ୟବସାୟରେ ବାଧା ଉପୁଜିବା ସହିତ ସେମାନଙ୍କ ସଦସ୍ୟମାନଙ୍କର ହିତକୁ ମଧ୍ୟ କ୍ଷତି ପହଂଚିଥିବା ଦାଖଲ କରାଯାଇଥିଲା ।
ତେବେ ଆବେଦନର ଶୁଣାଣୀ ପରେ ହାଇକୋର୍ଟଙ୍କ ପକ୍ଷରୁ ସେଂଟ୍ରାଲ ରେଜିଷ୍ଟ୍ରାରକୁ ନୋଟିସ କରାଯାଇଥିଲା ଏବଂ ଲଗାଯାଇଥିବା ଆଦେଶର କାର୍ଯ୍ୟକାରୀତା ଉପରେ ରୋକ ଲାଗାଯିବା ସହିତ ଆଗାମୀ ଶୁଣାଣୀ ପର୍ଯ୍ୟନ୍ତ ସେଂଟ୍ରାଲ ରେଜିଷ୍ଟ୍ରାର ସକ୍ଷମରେ ଚାଲୁଥିବା କାର୍ଯ୍ୟବାହୀ ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରାଯାଇଛି ।


Share It

Comments are closed.