ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ-ଜ୍ୟାକି ଭଗ୍ନାନୀ


ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସାଉଥ୍ ଇଣ୍ଡଷ୍ଟ୍ରିରେ ବହୁତ ଫେମସ୍। ଗତ କିଛି ସମୟରେ ସେ ବଲିଉଡରେ ମଧ୍ୟ ଭଲ ସ୍ଥାନ ସୃଷ୍ଟି କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ। ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗ୍ନାନୀଙ୍କ ସହ ରିଲେସନସିପ୍‌ରେ ଅଛନ୍ତି। ପ୍ରାୟତଃ ଉଭୟଙ୍କ ବିବାହକୁ ନେଇ ଆଲୋଚନା ହୁଏ। ବର୍ତ୍ତମାନ ରକୁଲଙ୍କ ଭାଇ ଏହି ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। କୁହାଯାଉଛି ୨୦୨୩ ମସିହାରେ ଏହି କପଲ୍ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରକୁଲ ଏବଂ ଜ୍ୟାକି ପ୍ରାୟତଃ ଏକାଠି ନଜର ଆସନ୍ତି। ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କ ସମ୍ପର୍କକୁ ଏକ ପାଦ ଆଗକୁ ନେବାକୁ ଚାହୁଁଛନ୍ତି। ଏଥିରେ ରକୁଲଙ୍କ ଭାଇ ମଧ୍ୟ ସହମତ ହୋଇଛନ୍ତି। ଅଭିନେତ୍ରୀଙ୍କ ଭାଇ ଅମାନ କହିଛନ୍ତି, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ମଧ୍ୟ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। କିନ୍ତୁ ରକୁଲ ନିଜେ ସମସ୍ତଙ୍କୁ ଏ ବିଷୟରେ କହିବେ। ଜ୍ୟାକିଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ଅଛି ଏବଂ ରକୁଲ ମଧ୍ୟ ତାଙ୍କ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ତେଣୁ ଉଭୟ ବିବାହ ପାଇଁ ଭାବି ଚିନ୍ତି ନିଷ୍ପତ୍ତି ନେବେ। ଏଥି ସହିତ ସେମାନଙ୍କର କିଛି ବନ୍ଧୁଙ୍କ ଅନୁଯାୟୀ, ଦୁହେଁ ୨୦୨୩ରେ ବିବାହ କରିବେ।


Share It

Comments are closed.