ଆସୁଛି ବିଗ୍ ବଜାର ‘ସବସେ ସସ୍ତେ ୫ ଦିନ୍’ ସେଲ୍


ଭାରତର ବୃହତ ସପିଂ ପର୍ବ – ବିଗ ବଜାରର ‘ସବ୍ସେ ସସ୍ତେ ୫ ଦିନ୍’ ଆକର୍ଷଣୀୟ ଅଫର୍ ଓ ରିହାତି ସହିତ ଆସୁଛି । ଏହି ସେଲ୍ ଜାନୁଆରୀ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଗ୍ବଜାର ଷ୍ଟୋରମାନଙ୍କରେ ଉପଲବ୍ଧ ହେଉଛି ।
ଉକ୍ତ ସେଲ୍ରେ ଗ୍ରାହକମାନେ ୩୦୦୦ କିମ୍ବା ତଦୁଦ୍ଧ୍ୱର୍ ସପିଂରେ ସେମାନଙ୍କ ଫ୍ୟୁଚର୍ ପେ ୱାଲେଟରେ ଅତିରିକ୍ତ ୨୦% କ୍ୟାସ୍ବ୍ୟାକ୍ ପାଉଛନ୍ତି । ଗ୍ରାହକମାନଙ୍କୁ ସେମାନଙ୍କ ରୁପେ କାର୍ଡରେ ୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଦ୍ରବ୍ୟ କ୍ରୟ ଉପରେ ୭% ଅତିରିକ୍ତ ରିହାତି ମିଳୁଛି ଓ ସେମାନେ ସର୍ବନିମ୍ନ ୫୦୦୦ ଟଙ୍କାର କ୍ରୟରେ ୧୦% ଅତିରିକ୍ତ ରିହାତି ପାଉଛନ୍ତି । ପେଟିଏମ୍ ବ୍ୟବହାର କରି ଗ୍ରାହକମାନେ ଇଗିଫ୍ଟ ଭାଉଚର୍ କ୍ରୟ କରିପାରିବା ସହ ଏହି ଭାଉଚର ମାନଙ୍କରେ ୫୦% କ୍ୟାସ୍ବ୍ୟାକ୍ ପାଇପାରୁଛନ୍ତି ଏବଂ ଦ୍ରବ୍ୟ କ୍ରୟ କରି ୨୦%ରୁ ଅଧିକ ଅତିରିକ୍ତ ରିହାତି ମଧ୍ୟ ପାଉଛନ୍ତି । ଏଥିରେ ପୁରୁଷ, ମହିଳା ଓ ପିଲାମାନଙ୍କ ଫ୍ୟାସନ୍, ଏସି, ଏଲଇଡି ଟିଭି, ସ୍ମାର୍ଟଫୋନ୍, ଗୃହ ଉପକରଣ, ଟୁରିଷ୍ଟ ବ୍ୟାଗ୍ ଆଦି ଉପରେ ଅଫର୍ଗୁଡ଼ିକ ଉପଲବ୍ଧ ହେଉଛି ।
ଏହି ସେଲ୍ ବିଷୟରେ ଶ୍ରୀଯୁକ୍ତ ସଦାଶିବ ନାୟକ, ସିଇଓ, ବିଗ୍ ବଜାର ପ୍ରକାଶ କରିଛନ୍ତି ଯେ, “ସବସେ ସସ୍ତେ ୫ ଦିନ୍ ଆମର ସ୍ୱତନ୍ତ୍ର ସେଲ୍ଗୁଡ଼ିକ ମଧ୍ୟରୁ ଗୋଟିଏ । ଆମେ ଏହି ସେଲ୍ ମାଧ୍ୟମରେ ଆମର ଗ୍ରାହକମାନଙ୍କୁ ଆହୁରି ଅଧିକ ରିହାତି ପ୍ରଦାନ କରିବାକୁ ଚାହୁଁଛୁ । ଏଥିରେ ଆମେ ଗ୍ରାହକମାନଙ୍କୁ ୨୦% ଅତିରିକ୍ତ କ୍ୟାସ୍ ବ୍ୟାକ୍ ପ୍ରଦାନ କରୁଛୁ । ଏହି ସବ୍ସେ ସସ୍ତେ ୫ ଦିନ୍ ସେଲରେ ଅଧିକ ଦ୍ରବ୍ୟ କିଣି ଲୋକମାନେ ଅଧିକ ଟଙ୍କା ସଞ୍ଚୟ କରିପାରିବେ ।”


Share It

Comments are closed.