ବିଗ୍ ବଜାର ‘ପବ୍ଲିକ୍ ହଲିଡେ ସେଲ୍’ ଆସନ୍ତା ୨୮ରୁ


ଭୁବନେଶ୍ୱର: ଫ୍ୟୁଚର ଗ୍ରୁପର ଅଗ୍ରଣୀ ମାର୍କେଟ, ବିଗ୍ ବଜାର, ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ସମସ୍ତ ବିଗ୍ ବଜାର ଷ୍ଟୋରମାନଙ୍କରେ ‘ପବ୍ଲିକ୍ ହଲିଡେ ସେଲ୍’ର ଘୋଷଣା କରାଯାଇଛି । ୫ ଦିନର ଏହି ସେଲ୍ ସପିଙ୍ଗକୁ ଏକ ଆନନ୍ଦ ଦାୟକ ଅନୁଭୁତିରେ ପରିଣତ କରିବ । ଏହି ଅବସରରେ ଟ.୪୦୦୦ ରୁ ଅଧିକ ସପିଙ୍ଗ ଉପରେ ଗ୍ରାହକମାନେ ସେମାନଙ୍କ ଫ୍ୟୁଚର ପେ ୱାଲେଟରେ ଟ.୮୦୦ର କ୍ୟାସବ୍ୟାକ ପାଇ ପାରିବେ । ସେହିଭଳି ଗ୍ରାହକମାନେ ସେମାନଙ୍କ ଏଚଡିଏଫସି ଡେବିଟ କିମ୍ବା କ୍ରେଡିଟ କାର୍ଡରେ ୫%ର ଅତିରିକ୍ତ ରିହାତି ପାଉଥିବା ବେଳେ ପେଟିଏମର ବ୍ୟବହାର କରି ୮% ରିହାତି ପାଇ ପାରିବେ ।
ଏହି ସେଲ୍ ଗ୍ରାହକଙ୍କ ନିମନ୍ତେ ଗ୍ରୋସରି, ଗୃହୋପକରଣ, ବସ୍ତ୍ର, ଇଲେକ୍ଟ୍ରୋନିକ୍ ଏବଂ ଲଗେଜ ଆଦି ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛି । ଏହା ବ୍ୟତୀତ ଏହାର ପ୍ରମୁଖ ଅଫର୍ ଯେମିତିକି କୋରିଓ ୪୩ ଫୁଲ ଏଚଡି ଏଲଇଡି ଟିଭି ମାତ୍ର ଟ. ୧୫,୯୯୦/-ରେ ଉପଲବ୍ଧ ହେଉଥିବା ବେଳେ ସେଲୋ, ଲାର୍ହା, ଓପାଲୱେଅର ଡିନର ସେଟ ଏବଂ ଆହୁରୀ ଅନେକ ସାମଗ୍ରୀ ଉପରେ ୬୦% ପର୍ଯ୍ୟନ୍ତ ରିହାତି ରହିଛି । ସେହିଭଳି ଆରିଷ୍ଟୋକ୍ରାଟ, ସଫାରୀ ଏବଂ କାମିଲିୟାଣ୍ଟ ସେଟରେ ୩ଟି ଲଗେଜ ବ୍ୟାଗର ମୂଲ୍ୟ ମାତ୍ର ଟ.୫,୯୯୯/- (୨ଟି ଟ୍ରଲି+ଡଫଲ ଟ୍ରଲି) ରହିଥିବା ବେଳେ, ଏକ ଲିଟର ଫ୍ରେସ ଏବଂ ପିୟୋର ଘିଅର ମୂଲ୍ୟ ମାତ୍ର ଟ.୩୧୫/- ରହିଛି ।

ଏହି ଅବସରରେ ବିଗ୍ ବଜାରର ସିଇଓ ସଦାଶିବ ନାୟକ କହିଛନ୍ତି ଯେ, “ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପବ୍ଲିକ୍ ହଲିଡେ ସେଲ୍ ନେଇ ଆସି ଆମେ ଖୁବ୍ ଆନନ୍ଦିତ । ଏହି ବର୍ଷ ଆମେ ଆମ ଅଫର୍ ଗୁଡ଼ିକୁ ଆହୁରୀ ଆକର୍ଷଣୀୟ ରୂପେ ନେଇ ଆସିଛୁ । ବିଗ ବଜାରର ଏହି ୫ଦିନିଆ ସେଲରୁ ସପିଙ୍ଗ କରି ଗ୍ରାହକ ମାନେ ସେମାନଙ୍କର ପାର୍ବଣ ପ୍ରସ୍ତୁତି ଆରମ୍ଭ କରିବା ନିମନ୍ତେ ଆମେ ସ୍ୱାଗତ ଜଣାଉଛୁ ।” ଘରେ ଥାଇ ମଧ୍ୟ ଗ୍ରାହକ ମାନେ https://www.newsfeedsmartapp.com/BigBazaar/publicHolidaySale19/ ରେ ‘ପବ୍ଲିକ ହଲିଡେ ସେଲ’ ଗେମ ଖେଳି ଏକ୍ସଟ୍ରା ସପିଙ୍ଗ କୁପନ ଜିତି ପାରିବେ । ତେଣୁ ଏହି ପବ୍ଲିକ ହଲିଡେ ସେଲ୍ରେ ଆପଣଙ୍କ ନୀକଟସ୍ଥ ବିଗ୍ ବଜାର ଷ୍ଟୋର କୁ ଯାଇ ଆକର୍ଷଣୀୟ ରିହାତି ଏବଂ ଦମଦାର ଅଫରର ମଜା ନେବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ ।


Share It

Comments are closed.