ଭୁବନେଶ୍ୱରରେ ବିଗ୍ ବଜାରର ପଞ୍ଚମ ଷ୍ଟୋର


ପ୍ୟୁଚର ଗୃପ୍ର ଏକ ବୃହତ ହାଇପରମାର୍କେଟ ଶୃଙ୍ଖଳ ଭାବେ ଜଣାଶୁଣା ବିଗ୍ ବଜାର ପକ୍ଷରୁ ଭୁବନେଶ୍ୱରରେ ଏହାର ୫ମ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ପୂର୍ବ ଭାରତରେ ଏହାର ସଂପ୍ରସାରଣକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ଡିଏନ୍ ରେଙ୍ଗାଲିଆରେ ଏହି ଷ୍ଟୋରର ଶୁଭାରମ୍ଭ ହୋଇଛି ।
୨୫,୦୦୦ ବର୍ଗଫୁଟ ପରିମିତ ଏହି ଷ୍ଟୋରରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଫ୍ୟାସନ୍, ଖାଦ୍ୟ, ଇଲେକ୍ଟ୍ରୋନିକ୍ସ, ଗୃହ ସାଜ୍ଜସଜ୍ଜା ଉପକରଣ ଆଦି ବର୍ଗରେ ପ୍ରାୟ ୧,୦୦,୦୦୦ରୁ ଉଦ୍ଧ୍ୱର୍ ସାମଗ୍ରୀ ଉପଲବ୍ଧ ହେଉଛି । ଭୁବନେଶ୍ୱରବାସୀମାନେ ବର୍ତ୍ତମାନ ବିଗ୍ ବଜାରର ‘ପ୍ରଫିଟ୍ କ୍ଲବ୍’ ପରିବାରର ଏକ ଅଂଶ ହୋଇପାରିବେ । ଏଥିରେ ଗ୍ରାହକମାନେ ୧୦,୦୦୦ ଟଙ୍କା ପୈଠ କରି ୧୨ ମାସ ପାଇଁ ମାସିକ ୧ହଜାର ଟଙ୍କାର ଦ୍ରବ୍ୟ କ୍ରୟ କରିପାରିବେ । ଅର୍ଥାତ୍ ୧୨ ମାସରେ ୧୨,୦୦୦ ଟଙ୍କାର ଦ୍ରବ୍ୟ କ୍ରୟ କରିପାରିବେ ।

ଏହି ଷ୍ଟୋରର ଶୁଭାରମ୍ଭ ଅବସରରେ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ-ପୂର୍ବ, ବିଗ୍ ବହାର ପ୍ରକାଶ କରିଛନ୍ତି, “ଆମର ପଞ୍ଚମ ଷ୍ଟୋର ସହିତ ବିଗ୍ ବହାରକୁ ଗ୍ରାହକମାନଙ୍କ ଆହୁରି ନିକଟର କରିପାରି ଆନେ ଖୁବ୍ ଆନନ୍ଦିତ । ବିଗ୍ ବଜାରରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ସମସ୍ତ ପ୍ରକାର ଜିନିଷ ସୁଲଭ ଦରରେ କ୍ରୟ କରିପାରିବେ । ତେଣୁ ଆମେ ଆମର ସମସ୍ତ ଗ୍ରାହକମାନଙ୍କୁ ଏହି ଷ୍ଟୋରକୁ ଆସି ସପିଂକୁ ଉପଭୋଗ କରିବା ପାଇଁ ଆମନ୍ତ୍ରଣ କରୁଛୁ ।


Share It

Comments are closed.