ନିଜ କ୍ୟାରିୟରର ୧୦୦ତମ ୱିକେଟ ହାସଲ କଲେ ଭୁବନେଶ୍ୱର


ଭାରତୀୟ ପେସ ବୋଲର ଭୁବନେଶ୍ୱର କୁମାର ନିଜ ଆନ୍ତର୍ଜାତିକ କ୍ୟାରିୟରରେ ୧୦୦ତମ ୱିକେଟ ପୂରଣ କରିନେଇଛନ୍ତି । ଉତ୍ତର ପ୍ରଦେଶର ମେରଠରେ ରହୁଥିବା ଏହି ଖେଳାଳୀ ୨୦୧୨ ମହିସାରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିଥିଲେ । ୨୭ ବର୍ଷିୟ ଏହି ଖେଳାଳୀ ଆନ୍ତର୍ଜାତିକ ମ୍ୟାଚରେ ନିଜର ପ୍ରଥମ ଶୀକାର ପାକିସ୍ତାନର ଓପନର ମହମ୍ମଦ ହାଫିଜଙ୍କୁ କରିଥିଲେ ।
ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭୁବନେଶ୍ୱର ‘ଏରର ଫିଞ୍ଚ’ଙ୍କୁ ଆଉଟ କରି ନିଜର ୧୦୦ତମ ୱିକେଟ ହାସଲ କରିଛନ୍ତି । ଏହା ସହ ଭୁବନେଶ୍ୱର ‘ଏରର ଫିଞ୍ଚ’ଙ୍କୁ ଆଉଟ କରି ଆଉଟ କରି ଭାରତକୁ ପ୍ରଥମ ସଫଳତା ଭେଟି ଦେଇଛନ୍ତି ।
ଭୁବନେଶ୍ୱର ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ ।
ଯଦି ଆମେ ଭୁବନେଶ୍ୱର କୁମାରଙ୍କର କ୍ୟାରିୟର କଥା କହିବା, ତେବେ ସେ ନିଜର ପ୍ରଥମ ୫୦ଟି ୱିକେଟ ୪୯ଟି ପାଳିରେ ପୂରଣ କରିଥିବାବେଳେ ଅନ୍ୟ ୫୦ ଟି ୱିକେଟ ୪୬ଟି ପାଳିରେ ପୂରଣ କରିଛନ୍ତି । ତେବେ ଭାରତ ପକ୍ଷରୁ ସବୁଠାରୁ ଅଧିକ ୱିକେଟ ନେବାର ରେକର୍ଡ ‘ଅନିଲ କୁମ୍ବଲେ’ଙ୍କ ନାମରେ ରହିଥିବାବେଳେ ସେ ନିଜ କ୍ୟାରିୟରରେ ୩୩୪ଟି ୱିକେଟ ହାସଲ କରିଛନ୍ତି ।
ଯଦି ଆମେ ଦ୍ରୁତ ବୋଲରଙ୍କ କଥା କହିବା ତେବେ ‘ଜୱାଗଲ ଶ୍ରୀନାଥ’ଙ୍କ ନାମ ଆଗରେ ଆସିବ । ସେ ନିଜ କ୍ୟାରିୟରରେ ୩୧୫ଟି ୱିକେଟ ହାସଲ କରିଛନ୍ତି ।


Share It

Comments are closed.