ଭୁପେଶ ହୋଇପାରନ୍ତି ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ, ଖୁବ ଶୀଘ୍ର ହୋଇପାରେ ଘୋଷଣା


ଛତିଶଗଡରେ କଂଗ୍ରେସର ବୃହତ ବିଜୟ ପରେ ଦଳର ପ୍ରଦେଶ ଅଧ୍ୟକ୍ଷ ଭୁପେଶ ୱାଘଲେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯାଇପାରେ । ମିଳିଥିବା ସୂଚନା ମୁତାବକ ଆଜି ହାଇକମାଣ୍ଡଙ୍କ ତରଫରୁ ଏହି ଘୋଷଣା ଖୁବ ଶୀଘ୍ର କରାଯାଇପାରେ । ରାହୁଲ ବର୍ତ୍ତମାନ ଦିଲ୍ଲୀରେ ଛତିଶଗଡର ୪ ବରିଷ୍ଠ ନେତା ଟିଏସ ସହଦେବ, ତାମ୍ରଧ୍ୱଜ ସାହୁ, ଭେପେଶ ପଟେଲ ଏବଂ ଚରଣ ଦାସ ମହାନ୍ତଙ୍କ ସହ ଏ ସଂପର୍କରେ ଘନ ଘନ ଆଲୋଚନା କରୁଛନ୍ତି । ଏହି ଚାରି ଜଣ ଜାକ ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ବୋଲି ଶୁଣିବାକୁ ମିଳିଛି ।
କିନ୍ତୁ ପାର୍ଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏମାନଙ୍କ ମଧ୍ୟରେ ୱାଘଲେଙ୍କ ପଲା ବହୁତ ଭାରୀ ରହୁଛି । ମିଳିଥିବା ସୂଚନା ଛତିଶଗଡର ଏହି ଚାରୋଟି ବରିଷ୍ଠ ନେତା ଶନିବାର ଦିନ ରାଜ୍ୟ ପ୍ରଭାରୀ ପିଏଲ ପୁନିଆ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଏକ ସ୍ୱତନ୍ତ୍ର ବିମାନ ଜରୀଆରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ଏହି ସଂପର୍କରେ ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଆଜି ଦିଲ୍ଲ୍ୀସ୍ଥିତ କଂଗ୍ରେସ ମୁଖ୍ୟଳୟରେ ବିଧାୟକ ଦଳର ଏକ ମିଟିଙ୍ଗ ହେବ, ଯେଉଁଥିରେ ସେମାନେ ନିଜର ମୁଖ୍ୟମନ୍ତ୍ରୀ ଚୟନ କରିବେ ।


Share It

Comments are closed.