ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସର ଅ-ନିଶ୍ଚିତ ସୂଚୀ ୨.୦
ଭୁବନେଶ୍ୱର: ଆର୍ଥିକ ଚାପ, ସ୍ୱାସ୍ଥ୍ୟସେବା ଚିନ୍ତା, କର୍ମ-ଜୀବନ ସନ୍ତୁଳନ ଏବଂ ବ୍ୟାପକ ସାମାଜିକ ଆହ୍ୱାନ ପ୍ରଭାବରେ ଭାରତରେ ଅନିଶ୍ଚିତତା ବୃଦ୍ଧି ପାଇଛି। ଆଦିତ୍ୟ ବିର୍ଲା ସନଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅ-ନିଶ୍ଚିତ ସୂଚୀ ୨.୦ରେ ଭାରତର ଉଦବେଗ ସୂଚୀ ୭୯ ରହିଛି। ଭୁବନେଶ୍ୱରରେ ସେହି ସୂଚୀ ଜାତୀୟ ହାରଠାରୁ ସାମାନ୍ୟ ଅଧିକ ୮୨ ରହିଥିବା ବେଳେ ପୂର୍ବ ଭାରତର ସୂଚୀ ୮୪ ପାଖାପାଖି ରହିଛି। ଏହି ସୂଚୀ ଭୁବନେଶ୍ୱରରେ ପରିବାର ସ୍ତରରେ ଆର୍ଥିକ ଓ ସାମାଜିକ ଉଦବେଗ ଅଧିକ ଥିବା ଦର୍ଶାଉଛି। ଅନ୍ୟ ସହରଗୁଡ଼ିକରେ ଅନିଶ୍ଚିତତାର ପ୍ରକାରଭେଦ ଭିନ୍ନ ଭିନ୍ନ ରହିଛି। କିନ୍ତୁ ଭୁବନେଶ୍ୱରରେ ମୁଖ୍ୟତଃ ଗୋଟିଏ କାରଣ ପାଇଁ ଉଦବେଗ ରହିଛି ଓ ତାହା ହେଉଚି ଢ଼ାଂଚାଗତ ଆର୍ôଥକ ଉତରଦାୟିତ୍ୱ।
ସାମାଜିକ-ଅର୍ଥନୈତିକ ରୂପରେଖ ଅନୁସାରେ ସେକ୍ସନ ସି ବର୍ଗରେ ଅନିଶ୍ଚିତତା ଅଧିକ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ବର୍ଗରେ ଅପେକ୍ଷାକୃତ କମ ରହିଛି। ଏହାକୁ କମ କରିବାରେ ଆର୍ଥିକ ଯୋଜନା ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ୟାପକ ବୀମା ଓ ନିବେଶ ଦ୍ୱାରା ତାହା କମ ହୋଇଥାଏ। ଯେଉଁ ପରିବାର ପାଖରେ ଏଭଳି ଚାରି କିମ୍ବା ଅଧିକ ବ୍ୟବସ୍ଥା ରହିଛି ସେମାନଙ୍କ ଉଦବେଗ ସ୍କୋର କମ ରହିଥାଏ।
ଜନସଂଖ୍ୟାରେ ପ୍ରାୟ ସବୁ ବର୍ଗ, ଲିଙ୍ଗ ଓ ବୟସରେ ଅନିଶ୍ଚିତତା ରହିଛି। ତେବେ ବେବି ବୁମର, ଜେନ ଏକ୍ସ, ମିଲେନିଆଲ ଓ ଜେନ ଜିଙ୍କ କ୍ଷେତ୍ରରେ ତାହା କମ ରହିଛି। ନିଯୁକ୍ତି ସହ ଉଦବେଗର ବିଶେଷ କିଛି ସମ୍ପର୍କ ନାହିଁ। କାରଣ ଉଭୟ ବ୍ୟବସାୟ ମାଲିକ ଓ ବେତନଭୋଗୀମାନେ ସମାନ ସ୍ତରର ଉଦବେଗ ପ୍ରକାଶ କରିଛନ୍ତି। ଲୋକମାନଙ୍କ ଜୀବନର ବିଭିନ୍ନ ସ୍ତରକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ବିବାହିତଙ୍କ ତୁଳନାରେ ଅବିବାହିତଙ୍କ ଉଦବେଗ କମ ରହୁଛି। ବିବାହିତଙ୍କ ମଧ୍ୟରେ ନିଃସନ୍ତାନଙ୍କ ଚାପ ଅଧିକ ଆକଳନ କରାଯାଇଛି।
ଭୁବନେଶ୍ୱରରେ ଲୋକଙ୍କ ବଡ଼ ଚିନ୍ତା ହେଉଛି ପରିବାର ଚାପ। ବୟସ୍କଙ୍କ ଯତ୍ନ ନେବା ସହରର ସବୁଠୁ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଏହାପରେ ଲୋକଙ୍କ ଅନ୍ୟତମ ଚିନ୍ତା ହେଉଛି ଟିକସ ନିୟମରେ ଲାଗାତାର ପରିବର୍ତନ, ମୁଦ୍ରାସ୍ଫୀତି ପାଇଁ ସଂଚୟ ମୂଲ୍ୟ କମ ହେବା, ଘରର ଋଣ ବୋଝ ବଢ଼ିବା ଏବଂ ପ୍ରଦୂଷଣର ବର୍ଦ୍ଧିତ ସ୍ତର। ଭବିଷ୍ୟତ ପାଇଁ ପାଣ୍ଠି ଯୋଗାଡ଼ କରିବା, ନୂଆ ଭାଇରସ ବ୍ୟାପିବା, ବୟସ୍କ ପିତାମାତାଙ୍କ ଯତ୍ନ ନେବା, ଶିକ୍ଷା ଋଣ ପରିଚାଳନା ଓ ପରିବାର ଖର୍ଚ୍ଚ ଉପରେ ସରକାରୀ ଶୁଳ୍କର ପ୍ରଭାବକୁ ମଧ୍ୟ ସେମାନେ ଅନ୍ୟାନ୍ୟ ଚିନ୍ତାର ବିଷୟ କହିଛନ୍ତି।
ମୋଟ ଉପରେ ଜଣାପଡ଼ିଛି ଯେ ସହରରେ ଲୋକମାନେ ସ୍ୱଳ୍ପକାଳୀନ ନୁହେଁ, ବରଂ ଦୀର୍ଘକାଳୀନ ଆର୍ଥିକ ସ୍ଥାୟିତ୍ୱକୁ ନେଇ ଚିନ୍ତିତ ଅଛନ୍ତି। ଲୋକମାନେ ବୟସ୍କଙ୍କ ଯତ୍ନ ନେବା, ବର୍ଦ୍ଧିତ ଖର୍ଚ୍ଚ ପରିଚାଳନା ଏବଂ ଦୀର୍ଘକାଳୀନ ଯୋଜନା ମଧ୍ୟରେ ଛନ୍ଦି ହୋଇପଡ଼ିଛନ୍ତି ସେମାନଙ୍କ ଉଦବେଗକୁ କମ କରିବା ଏବଂ ଭବିଷ୍ୟତର ବିଶ୍ୱାସ ବଢ଼ାଇବା ପାଇଁ ଢ଼ାଂଚାଗତ ଆର୍ଥିକ ସୁରକ୍ଷା ଓ ବିବିଧ ପୋର୍ଟଫୋଲିଓ ଜରୁରୀ।
ଅ-ନିଶ୍ଚିତ ସୂଚୀ ୨.୦ ହେଉଛି ଆଦିତ୍ୟ ବିର୍ଲା ସନ ଲାଇଫ ଇନସ୍ୟୁରାନ୍ସର ଏକ ଜାତୀୟ ସର୍ବେକ୍ଷଣ ଯେଉଁଥିରେ ୩୫୮୩ ଲୋକ ଭାଗ ନେଇଥିଲେ। ସେମାନଙ୍କୁ ୨୧ଟି ଗୁଣାତ୍ମକ ପ୍ରଶ୍ନ ପଚରାଯାଇଥିଲା। ଆର୍ଥିକ ସୁରକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ମାନସିକ କଲ୍ୟାଣ, ଯତ୍ନ, ସୁରକ୍ଷା, ପରିବଶେ ଓ ସାମାଜିକ ଚିନ୍ତା ଭଳି ୧୧ଟି ମାନଦଣ୍ଡ ଉପରେ ପ୍ରଶ୍ନଗୁଡ଼ିକୁ ପର୍ଯ୍ୟବେସିତ ଥିଲା।
Comments are closed.