ବକ୍ସ ଅଫିସରେ ଧମାଲ୍ କରୁଛି କାର୍ତ୍ତିକଙ୍କ ‘ଭୁଲ୍ ଭୁଲେଇୟା ୨’


ବକ୍ସ ଅଫିସରେ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ଭୁଲ୍ ଭୁଲେଇୟା ୨ ନନଷ୍ଟପ୍ ଧମାଲ କରୁଛି । ଏହି ଫିଲ୍ମ ଏବେ ଧିମା ପଡ଼ିଥିବା ବକ୍ସ ଅଫିସକୁ ପୁଣି ଥରେ ଚଳଚଞ୍ଚଳ କରିଦେଇଛି। ବହୁ ଦିନ ପରେ କୌଣସି ଏକ ହିନ୍ଦୀ ଫିଲ୍ମ ନିଜର ଦମ୍ ଦେଖାଇଛି । ‘ଭୁଲ୍ ଭୁଲେଇୟା ୨’ ୧୪.୧୧କୋଟି ସହ ଓପନିଂ କରିଥିଲା ।

ଫିଲ୍ମର ପ୍ରଥମ ସପ୍ତାହ ଦମଦାର୍ ରହିଛି। ଏହି ଫିଲ୍ମ ୫୦କୋଟିର ଗ୍ରାଫ୍ ପାର୍ କରିନେଇଛି । ‘ଭୁଲ୍ ଭୁଲେଇୟା ୨’ ତିନି ଦିନରେ ଭାରତୀୟ ବଜାରରେ ୫୫.୯୬କୋଟିର କଲେକ୍ସନ କରିଛି । ଫିଲ୍ମ ଯଦି ଏହିଭଳି ଭାବେ କଲେକ୍ସନ କରେ ତେବେ ୧୦୦କୋଟିର ସଂଖ୍ୟା ପାର୍ କରିବ ବୋଲି ସିନେ ସମୀକ୍ଷକମାନେ ଅନୁମାନ କରିଛନ୍ତି।
ବକ୍ସ ଅଫିସରେ କଙ୍ଗନାଙ୍କ ଧାକଡ଼ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମକୁ ଟକ୍କର ଦେଇଥିଲା । ମାତ୍ର କାର୍ତ୍ତିକଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି ।


Share It

Comments are closed.