ଭିମ୍ ପକ୍ଷରୁ “ପୈସୋଁ କି କଦର’ ଅଭିଯାନ ଜରିଆରେ ନିଜକୁ “ଭାରତର ନିଜର ପେମେଂଟ୍ ଆପ୍’ ଭାବେ ଉପସ୍ଥାପନ
ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନ୍ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍ବିଏସ୍ଏଲ୍) ପକ୍ଷରୁ ବିକାଶ କରାଯାଇଥିବା ପେମେଂଟ୍ ଆପ୍ ଭିମ୍ ପକ୍ଷରୁ ନିଜକୁ ଭାରତର ନିଜର ପେମେଂଟ୍ ଆପ୍ ଭାବେ ଉପସ୍ଥାପନ କରିବା ପାଇଁ “ପୈସୋଁ କି କଦର’ ନାମରେ ଏକ ନୂଆ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହା ଜରିଆର ଭିମ୍ ଏକ ଆଧୁନିକ ଓ ଅନ୍ତର୍ଭୁକ୍ତୀକରଣ ପେମେଂଟ୍ ଆପ୍ ଭାବେ ନିଜର ଭୂମିକାକୁ ସୁଦୃଢ଼ କରି ସାରା ଭାରତରେ ଲୋକଙ୍କ ଦୈନନ୍ଦୀନ ପେମେଂଟ୍ ଆବଶ୍ୟକତା ପୂରଣ କରୁଛି।
ଟିଲ୍ଟ ବ୍ରାଣ୍ଡ୍ ସଲ୍ୟୁସନ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନରେ ପାଂଚଟି ବ୍ରାଣ୍ଡ୍ ଫିଲ୍ମ ରହିଛି। ଭିମ୍ ବ୍ରାଣ୍ଡ୍ ଦେଉଥିବା ମୂଳ ପ୍ରତିଶ୍ରତି ଯଥା ବିଶ୍ୱାସ, ନିରାପତା, ଗ୍ରାହକ ପ୍ରଥମ ଆଭିମୁଖ୍ୟ ଉପରେ ଆଲୋକପାତ କରୁଛି ଏବଂ ଆପ୍ର ବ୍ୟବହାରକୁ ଏହା ଦର୍ଶାଉଛି। ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚିବା ପାଇଁ ଏହି ଆପ୍କୁ ୯ଟି ଭାରତୀୟ ଭାଷାରେ ରିଲିଜ୍ କରାଯିବ।
ଏହି ଅଭିଯାନ ଭିମ୍ ୩.୦ର ଶୁଭାରମ୍ଭକୁ ଦର୍ଶାଉଛି ଯାହା ଅଧିକ ଗ୍ରାହକ ଅନୁକୂଳ ଅନୁଭୂତି ପ୍ରଦାନ କରୁଛି। ଏହାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ୧୫ରୁ ଅଧିକ ଭାରତୀୟ ଭାଷାକୁ ସମର୍ଥନ କରୁଥିବା ବେଳେ ଏହା ଦୁର୍ବଳ ଇଂଟରନେଟ୍ ଥିବା ସ୍ଥାନରେ ଭଲ ଭାବେ କାମ କରୁଛି ଏବଂ ଖର୍ଚ୍ଚକୁ ବିଭାଜନ, ଫାମିଲି ମୋଡ୍, ସ୍ପେଣ୍ଡ ଆନାଲଟିକ୍ସ ଓ ଆକ୍ସନ୍ ନିଡେଡ୍ ରିମାଇଣ୍ଡର ଭଳି ସୁବିଧା ଏଥିରେ ରହିଛି।
ଏନ୍ବିଏସ୍ଏଲ୍ର ଚିଫ୍ ବିଜନେସ୍ ଅଫିସର ରାହୁଲ ହାଣ୍ଡା କହିଛନ୍ତି ଯେ, “ଭାରତରେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିବା ବେଳେ ବିଶେଷ କରି ଅର୍ଥ ସମ୍ପର୍କିତ ପ୍ରଯୁକ୍ତିରେ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେ ଗ୍ରାମୀଣ ଭାରତରେ ଯେତେ ଅଧିକ ପ୍ରବେଶ କରୁଛୁ, ଆମେ ଦେଖିପାରୁଛୁ ଯେ ଡିଜିଟାଲ୍ ପେମେଂଟ୍ କେବଳ ସୁବିଧା ପ୍ରଦାନ କରୁନାହିଁ, ବରଂ ଏହା ବିଶ୍ୱାସ ବଢ଼ାଉଛି। ଭିମ୍ ୩.୦ ସହିତ ଆମେ ଏକ ଅନୁଭୂତି ଗଠନ ଉପରେ ଧ୍ୟାନ ଦେଉଛୁ ଯାହା ସରଳ, ସୁରକ୍ଷିତ ଓ ପରିଚିତର ଅନୁଭବ ପ୍ରଦାନ କରିବ। “ପୈସୋଁ କି କଦର’ ଅଭିଯାନ ଲୋକମାନଙ୍କୁ ଅର୍ଥ କାରବାରର ଉପାୟ ବଦଳି ଯାଇଥିବା ବେଳେ ଏହାର ମୂଲ୍ୟ ବଦଳି ନ ଥିବା ମନେ ପକାଇ ଏହି ଅନୁଭୂତିକୁ ଜୀବନ୍ତ କରିଛି। ତାହା ଭିମ୍କୁ ଭାରତର ପ୍ରକୃତ ନିଜର ପେମେଂଟ୍ ଆପ୍ରେ ପରିଣତ କରିଛି।’’
ଟିଲ୍ଟ ବ୍ରାଣ୍ଡ୍ ସଲ୍ୟୁସନ୍ସର ଚିଫ୍ କ୍ରିଏଟିଭ୍ ଅଫିସର ଆଦର୍ଶ ଅଟଳ କହିଛନ୍ତି ଯେ, “ଭାରତରେ ଅର୍ଥ ବିନିମୟର ଏକ ମାଧ୍ୟମଠାରୁ ବହୁତ କିଛି। ଲୋକମାନେ ଯେଉଁ ଭଳି ଭାବେ ଅର୍ଥକୁ ବ୍ୟବହାର କରନ୍ତି ସେଥିରେ ସେମାନଙ୍କ ମତାମତ, ମୂଲ୍ୟବୋଧ, ଅଗ୍ରାଧିକାର, ବ୍ୟକ୍ତିତ୍ୱ ଓ ଆହୁରି ବହୁତ କିଛି ପ୍ରତିଫଳିତ ହୋଇଥାଏ। ଆମେ କିଭଳି ଜୀବନ ଅତିବାହିତ କରୁଛନ୍ତି ସେଥିରେ ଆମେ କିଭଳି ଟଙ୍କାକୁ ବ୍ୟବହାର କରୁଛନ୍ତି ତାହା ପ୍ରତିଫଳିତ ହୋଇଥାଏ। ପୈସୋଁ କି କଦର ଅଭିଯାନ ଜରିଆରେ ଆମେ ଅର୍ଥର ପରିକଳ୍ପନାକୁ କେବଳ କାରବାରଠାରୁ ଆଗକୁ ବଢ଼ାଇ ଏହାର ମୂଲ୍ୟ ଓ କାହାଣୀ ଉପସ୍ଥାପନ କରିବାକୁ ଚାହୁଛୁ।’’
Comments are closed.