ଭିମ୍ ପକ୍ଷରୁ ଭାରତ କନେକ୍ଟ ଜରିଆରେ ଏନ୍‌ପିଏସ୍‌ରେ ଅବଦାନ ରାଶି ଦାଖଲ ସୁବିଧାର ଶୁଭାରମ୍ଭ

Share It

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନବିଏସ୍‌ଏଲ୍‌) ପକ୍ଷରୁ ଭିମ୍ ଆପ୍ ଜରିଆରେ ନ୍ୟାସନାଲ୍ ପେମେଂଟ୍ ସିଷ୍ଟମ୍ (ଏନ୍‌ପିଏସ୍‌)ରେ ଅବଦାନ ରାଶି ଦାଖଲ ସୁବିଧାର ଶୁଭାରମ୍ଭ କରାଯାଇଛି, ଯାହା ଫଳରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ପେନ୍‌ସନ୍ ପାଣ୍ଠିରେ ଯୋଗଦାନର ସରଳୀକରଣ ହୋଇପାରିଛି। ଏକ ନିରବଚ୍ଛିନ୍ନଳ ସୁରକ୍ଷିତ ଓ ସରଳ ଅବସରକାଳୀନ ସଂଚୟ ସମାଧାନ ପ୍ରଦାନ କରିବା ଲାଗି ଏହା ‘ଭାରତ କନେକ୍ଟ’କୁ ବ୍ୟବହାର କରୁଛି।
ଭିମ୍ ଗ୍ରାହକମାନେ ବର୍ତମାନ ଜଟିଳ ବିବରଣୀ ମନେ ରଖିବାର ଆବଶ୍ୟକତା ରହିବ ନାହିଁ। ସହଜରେ ସେମାନେ ଏନପିଏସ ଖାତାରେ ଯୋଗଦାନ କରିପାରିବେ । ଏହା ପରିବର୍ତେ ଗ୍ରାହକମାନେ କେବଳ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ସର୍ବନିମ୍ନ ଗ୍ରାହକ ମାନଦଣ୍ଡ ବ୍ୟବହାର କରି ଯୋଗଦାନ କରିପାରିବେ। ଭିମ୍ ମାଧ୍ୟମରେ ଦିଆଯାଇଥିବା ଯୋଗଦାନଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପ୍ରକ୍ରିୟାକରଣ କରାଯାଇ ଗୋଟିଏ ବ୍ୟବସାୟ ଦିବସ ମଧ୍ୟରେ ବିନିଯୋଗ କରାଯାଏ ଯାହା ଠିକ୍ ସମୟରେ ନିବେଶ ସୁନିଶ୍ଚିତ କରିବ।
ଏନବିଏସଏଲର ମୁଖ୍ୟ ବ୍ୟବସାୟ ଅଧିକାରୀ ରାହୁଲ ହାଣ୍ଡା କହିଛନ୍ତି ଯେ, “ଭୀମରେ ଏନପିଏସ ଯୋଗଦାନ ଯୋଡିବା ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଆର୍ôଥକ ସେବାକୁ ଅଧିକ ଉପଲବ୍ଧ କରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭିମରେ ସିଧାସଳଖ ଏନପିଏସ ଯୋଗଦାନକୁ ସକ୍ଷମ କରି ଆମେ ସମସ୍ତଙ୍କ ପାଇଁ ସକ୍ରିୟ ଅବସର ଯୋଜନା ଏବଂ ଦୀର୍ଘମିଆଦୀ ନିରାପତା ସଂସ୍କୃତିକୁ ପ୍ରୋତ୍ସାହିତ କରୁଛୁ। ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ଏକ ବ୍ୟାପକ ଆର୍ôଥକ ପ୍ଲାଟଫର୍ମ ଭାବରେ ଭିମର ବିକାଶ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଏକ ଅଧିକ ସ୍ଥିର ରାଷ୍ଟ୍ର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”
ଏନପିସିଆଇ ଭାରତ ବିଲ୍ ପେ ଲିମିଟେଡ୍ (ଏନବିବିଏଲ୍‌)ର ସିଇଓ ନୂପୁର ଚତୁର୍ବେଦୀ କହିଛନ୍ତି ଯେ, “ଭାରତ କନେକ୍ଟ ଦ୍ୱାରା ପରିଚାଳିତ ଏନ୍‌ପିଏସ୍ ନିବେଶ ପାଇଁ ଉପଲବ୍ଧ ଭିମ୍ ପାଇ ଆମେ ଆନନ୍ଦିତ। ସମଗ୍ର ଭାରତରେ ସମସ୍ତ ନାଗରିକଙ୍କ ପାଇଁ ଆର୍ôଥକ ଉପଲବ୍ଧତା ଏବଂ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରିବା ଆମର ଲକ୍ଷ୍ୟ ଏବଂ ଏହି ପଦକ୍ଷେପ ସେହି ପ୍ରତିବଦ୍ଧତାର ପ୍ରମାଣ।”
୨୦୨୪ ସେପ୍େଟମ୍ବର ସୁଦ୍ଧା ୩୮.୨୫ ଲକ୍ଷରୁ ଅଧିକ ଖୁଚୁରା ଖାତା ସହିତ ଏନପିଏସରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏହି ନୂତନ ବୈଶିଷ୍ଟ୍ୟ ଏନପିଏସ ଗ୍ରହଣକୁ ଆଗକୁ ବଢ଼ାଇବ ବୋଲି ଆଶା କରାଯାଉଛି ଯାହା ବ୍ୟକ୍ତିବିଶେଷଙ୍କୁ ଅବସର ପରବର୍ତୀ ବର୍ଷଗୁଡିକ ପାଇଁ ଏକ ନିର୍ଭରଯୋଗ୍ୟ ଆୟ ଧାରା ସୃଷ୍ଟି କରିବାରେ ସାହାଯ୍ୟ କରିବ।


Share It

Comments are closed.