‘ଦ କପିଲ ଶର୍ମା ସୋ’କୁ ଫେରିଲେ କମେଡିଆନ୍‌ ଭାରତୀ ସିଂହ


କମେଡିଆନ୍‌ ଭାରତୀ ସିଂହ ‘ଦ କପିଲ ଶର୍ମା’ ସୋକୁ ପୁଣି ଫେରିଛନ୍ତି। ଭାରତୀ ଇନଷ୍ଟାଗ୍ରାମରେ ସେଟରୁ କିଛି ଫଟୋ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି। ଲାଲ୍ ସାଲୱାର-କମିଜରେ ଭାରତୀଙ୍କ ଏହି ଫଟୋ ବହୁତ ସୁନ୍ଦର ଦେଖାଯାଉଛି । ଭାରତ ସିଂ ଏହା ସହିତ ଭାରି ଅଳଙ୍କାର ପିନ୍ଧିଛନ୍ତି । ଫଟୋ ସେୟାର କରିବା ସମୟରେ ଭାରତୀ ସିଂ ଲେଖିଛନ୍ତି ଯେ, ‘ନାଲି ରଙ୍ଗ ଦୁଇଟି ହୃଦୟର ବନ୍ଧନର ରଙ୍ଗ ବୋଲି ବିବେଚନା କରାଯାଏ । କପିଲ ଶର୍ମା ସୋ ପ୍ରତି ଶନିବାର – ରବିବାର ସାଢ଼େ ନଅଟା ବେଳେ ।’ ତେବେ ପୂର୍ବରୁ କୁହାଯାଉଥିଲା ଯେ ହାସ୍ୟ ଅଭିନେତା କପିଲ ଶର୍ମା ସୋ’କୁ ଅଲବିଦା କହିଦେଇଛନ୍ତି। ଯାହାର କାରଣ ତାଙ୍କ ଘରୁ ମିଳିଥିବା ଗଞ୍ଜେଇ। ଘରୁ ଗଞ୍ଜେଇ ମିଳିବା ପରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା। ଏବେ ଭାରତୀ ସିଂ ଏହି ଖବରକୁ ଖାରଜ କରି ଶୋ’ରେ ପ୍ରତ୍ୟାବର୍ତ୍ତନର ଫଟୋ ସେୟାର କରିଛନ୍ତି ଏବଂ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, କମେଡିଆନ୍‌ ଭାରତୀ ସିଂହଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା। କେବଳ ଭାରତୀ ନୁହେଁ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି। ଏହି ମାମଲାରେ ଉଭୟ ଭାରତୀ ଏବଂ ହର୍ଷଙ୍କୁ ଜାମିନ୍‌ ମିଳିସାରିଛି। ଭାରତୀଙ୍କୁ ଜାମିନ୍‌ ମିଳିବା ପରେ ଭାରତୀ ପ୍ରଥମେ ଭଗବାନ ଗଣପତିଙ୍କୁ ସ୍ମରଣ କରିଥିଲେ। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଗଣପତିଙ୍କ ଏକ ସୁନ୍ଦର ଫଟୋ ସେୟାର କରିଥିଲେ । ଜାମିନ୍‌ ମିଳିବା ପରେ ଦୁହେଁ ବହୁତ ଖୁସି ଥିବାବେଳେ ଭାରତର କପିଲ ଶର୍ମା ସୋରେ ନିଜ କାମ ଜାରି ରଖିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ହର୍ଷଙ୍କ ନୂଆ ପ୍ରୋଜେକ୍ଟ ସାମ୍ନାକୁ ଆସିନାହିଁ।


Share It

Comments are closed.