ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ କୋଭିଡ୍‌-୧୯ ସମୟରେ ନୂଆ ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର ବୀମାର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଆଜି ଏହାର ପ୍ରଥମ ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍ ବା ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷା ବୀମାର ଶୁଭାରମ୍ଭ କରାଯାଇଛି, ଯାହାକି ହେଉଛି କୋଭିଡ୍‌-୧୯ ମଧ୍ୟରେ ଲାଇଫ୍ କଭର୍‌, ହସ୍ପିଟାଲାଇଜେସନ ଓ ଗୁରୁତର ଅସୁସ୍ଥତାର ତିନିଗୁଣ ଲାଭ ସହିତ ଏକ ସମାବେଶୀ ସୁରକ୍ଷା ସମାଧାନ । ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍ ହେଉଛି ଏକ ଅଲ୍‌-ଇନ୍‌-ୱାନ୍ ସୁରକ୍ଷା ସମାଧାନ ଯାହା ଘରୋଇ ବୀମା ବଜାରରେ ଏକ ପ୍ରମୁଖ ଡିଫରେନ୍‌ସିଏଟର୍ ଭାବେ ଆର୍ଥିକ ସୁରକ୍ଷା, ବ୍ୟାପକ ସ୍ୱାସ୍ଥ୍ୟ ଓ ଗୁରୁତର ଅସୁସ୍ଥତା କଭରେଜ୍ ପ୍ରଦାନ କରିଥାଏ ।
ଏସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ପରାଗ ରାଜା କହିଛନ୍ତି, “ଏହି ଅପ୍ରତ୍ୟାଶିତ ପରିବେଶ ଓ କରୋନା ଭାଇରସ୍ ସଂକ୍ରମଣ ଓ ରୋଗକୁ ନେଇ ସୃଷ୍ଟି ହେଉଥିବା ଭୟ ଦୃଷ୍ଟିରୁ ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍ ହେଉଛି ବର୍ତମାନ ସମୟର ଏକ ପ୍ରମୁଖ ଆବଶ୍ୟକତା, ଯାହା ଗ୍ରାହକଙ୍କ ଜୀବନ ସୁରକ୍ଷା ଆବଶ୍ୟକତା, ଡାକ୍ତରଖାନାରେ ଭର୍ତି ହେବା ଓ ଗୁରୁତର ଅସୁସ୍ଥତାରୁ ଲାଭ ଆଦି ସମାଧାନ ପ୍ରଦାନ କରିଥାଏ । ଏହି ସମାଧାନ ବ୍ୟବସ୍ଥାର ସ୍ୱତନ୍ତ୍ର ପ୍ରସ୍ତାବ ହେଉଛି ଏହା ସ୍ୱାସ୍ଥ୍ୟ ଓ ଗୁରୁତର ଅସୁସ୍ଥତା ସମ୍ବନ୍ଧିତ ଖର୍ଚ୍ଚ ପରିଚାଳନା ପାଇଁ ଆର୍ଥିକ ସହାୟତା ଓ ସମର୍ଥନ ପ୍ରଦାନ କରିଥାଏ । ଏହା ଗ୍ରାହକଙ୍କୁ ସର୍ବୋତମ ବୀମା ସମାଧାନ ପ୍ରଦାନ କରିବା ପାଇଁ ରହିଥିବା ଆମର ଲକ୍ଷ୍ୟ ଓ ରଣନୀତିରେ ସାମିଲ ରହିଛି ।”
ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍‌, ଗୁରୁତର ଅସୁସ୍ଥତା ବିକଳ୍ପ ସହିତ ଭାରତୀ ଆକ୍ସା ଲାଇଫ୍ ଫ୍ଲେକ୍ସି ଟର୍ମ ପ୍ଲାନ୍‌, ଭାରତୀ ଆକ୍ସା ଲାଇଫ୍‌ହସ୍ପି କ୍ୟାସ୍ ବେନିଫିଟ୍ ରାଇଡର ଓ ଭାରତୀ ଆକ୍ସା ଲାଇଫ୍ ଆକ୍ସିଡେଂଟାଲ ଡେଥ୍ ବେନିଫିଟ୍ ରାଇଡର୍ ମାଧ୍ୟମରେ ଉପଲବ୍ଧ ହେଉଛି, ଯାହାକି ହେଉଛି ସମ୍ମିଶ୍ରଣ ଯାହା ଲୋକମାନଙ୍କର ଅର୍ଥକୁ ଭବିଷ୍ୟରେ ସୃଷ୍ଟି ହେବାକୁ ଥିବା ଯେକୌଣସି ପ୍ରକାରର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ସ୍ଥିତି ବିରୋଧରେ ସୁରକ୍ଷିତ ରଖିଥାଏ । ଏହି ସମାଧାନ ବ୍ୟବସ୍ଥା ଅଧୀନରେ ୧୮ରୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରବେଶ ସୀମା ସହିତ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ସର୍ବାଧିକ ଲାଇଫ୍ କଭରେଜ୍ ପ୍ରଦାନ କରାଯାଇଥାଏ । ଏହା ୭୫ ବର୍ଷ ବୟସ ପର୍ଯ୍ୟନ୍ତ ୫,୧୦,୧୫,୨୦ ବର୍ଷର ଫ୍ଲେକ୍ସିବୁଲ ପ୍ରିମିୟମ ପେମେଂଟ୍ ଟର୍ମ ବିକଳ୍ପ ସହିତ ୧୫ ଲକ୍ଷ ଟଙ୍କା ଓ ୨୦ ଲକ୍ଷ ଟଙ୍କାର ଦୁଇଟି ସୁବିଧାଜନକ ସୁନିଶ୍ଚିତ ଅର୍ଥ ବିକଳ୍ପ ପ୍ରଦାନ କରିଥାଏ ।
ହେଲ୍‌ଥ ଆଣ୍ଡ ଲାଇଫ୍ ସିକ୍ୟୋର୍ ଜୀବନ ପ୍ରତି ବିପଦ୍‌ଜନକ ଥିବା ରୋଗ ଓ ପ୍ରମୁଖ ଅସ୍ତ୍ରୋପଚାର ଗୁଡିକ ବିରୋଧରେ ଉନ୍ନତ ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରିଥାଏ । ଏହା ସୁଲଭ ପ୍ରିମିୟମ ବିକଳ୍ପ ସହିତ ସର୍ବାଧିକ ୩୪ଟି ଗୁରୁତର ଅସୁସ୍ଥତା ରୋଗ ପ୍ରତି କଭରେଜ୍ ପ୍ରଦାନ କରିଥାଏ । ଗ୍ରାହକମାନଙ୍କ ନିକଟରେ ଏହାର ବ୍ୟାପକ କଭର୍ (୩୪ଟି ଅସୁସ୍ଥତା) ଓ ଗୁରୁତର ଅସୁସ୍ଥତା କଭର୍ (୧୫ଟି ଅସୁସ୍ଥତା) ମଧ୍ୟରୁ ଗୋଟିଏ ଚୟନ କରିବାର ବିକଳ୍ପ ରହିଛି । ଏଥିରେ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଡେଥ୍ କଭର୍ ପାଇଁ ପ୍ରିମିୟମର ଇନ୍‌-ବିଲ୍ଟ ୱେଭିଅର ବା ଛାଡ ସୁବିଧା ରହିଛି । ଏହି ସ୍ୱତନ୍ତ୍ର ସମାଧାନ ଦୈନିକ ହସ୍ପିଟାଲାଇଜେସନ ଲାଭ, ଇଂଟେନ୍‌ସିଭ୍ କେୟାର ୟୁନିଟ୍ ସୁବିଧା ଓ ଛୋଟ କିମ୍ବା ବଡ ଅସ୍ତ୍ରୋପଚାର ସହିତ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଲାଭ ପ୍ରଦାନ କରିଥାଏ । ବୀମା ଚାଲୁ ଥିବା ସମୟରେ ଯଦି ହସ୍ପିଟାଲର ରହଣୀ ସମୟ ସର୍ବନିମ୍ନ ୪୮ ଘଂଟା ପାଇଁ ହୋଇଥାଏ ତେବେ ପ୍ରତ୍ୟେକ ଦିନର ହସ୍ପିଟାଲ ରହଣୀ ପାଇଁ ବୀମାଧାରକଙ୍କୁ ଏକ ସ୍ଥାୟୀ ଦୈନିକ ଲାଭ ପଇଠ କରାଯାଇଥାଏ ଯାହକୁ ଡେଲି ହସ୍ପିଟାଲାଇଜେସନ ବେନିଫିଟ୍ କୁହାଯାଏ ।


Share It

Comments are closed.