ଏୟାରଟେଲ୍ ପକ୍ଷରୁ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୈମାସିକ ଫଳାଫଳ ଘୋଷଣା


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମସେବା ପ୍ରଦାନକାରୀ,ଏୟାରଟେଲ ପକ୍ଷରୁ୨୦୨୧ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଏହାରଚତୁର୍ଥ ତ୍ରୟୈମାସିକର ଫଳାଫଳ ଘୋଷଣା କରାଯାଇଛି ।ଏହି ଅବଧିରେ କମ୍ପାନୀ ମୋଟ୍‌ ୭୫୯ କୋଟି ଟଙ୍କା ଆୟ କରିଥିବା ବେଳେ ମୋଟ ରାଜସ୍ୱ ୨୫,୭୪୭ କୋଟିରେ ପହଂଚିଛିା  ଯାହାକି ତୁଳନାତ୍ମକ ଭାବେ ବର୍ଷକୁ ୧୭.୬% ଏବଂରିପୋର୍ଟ ଆଧାରରେ ବର୍ଷକୁ ୧୧.୯% ବୃଦ୍ଧି ପାଇଛି । ବର୍ଷକୁ ୪୩.୨%ର ଏକ ଉତମ ଅଭିବୃଦ୍ଧି ସହିତଚଳିତତ୍ରୟୋମାସିକରେସମୁଦାୟମୋବାଇଲଡାଟାଟ୍ରାଫିକ ୮,୯୧୯ ପିବିଏସରେ ପହଂଚିଛି । ଭାରତରେଏହାରରାଜସ୍ୱ ୧୮,୩୩୮ରେ ପହଂଚିଛି ଯାହାକିତୁଳନାତ୍ମକଭିତିରେବର୍ଷକୁ ୧୭.୫% ଏବଂରିପୋର୍ଟଭିତିରେବର୍ଷକୁ ୯.୬% ଅଭିବୃଦ୍ଧି ଘଟିଛି । ସେହିଭଳି ଉନ୍ନତ ବୁଝାମଣାଏବଂ ଦୃଢ଼ଗ୍ରାହକସଂଯୋଗହେତୁମୋବାଇଲରାଜସ୍ୱରେତୁଳନାତ୍ମକଭିତିରେବର୍ଷକୁ ୧୯.୧% ବୃଦ୍ଧିଘଟିଛି ।
କମ୍ପାନୀର ଏଆରପିୟୁ ବା ଗ୍ରାହକ ପିଛା ଆୟ ୧୪୫ଟଙ୍କା ରହିଛି ଯାହାକି ଗତ ବର୍ଷ ସମାନ ଅବଧିରେ ୧୩୫ଟଙ୍କା ଥିଲା । ଏହା ହେଉଛି ଗୁଣାତ୍ମକ ଗ୍ରାହକ ହାସଲ କରିବା ସମେତ ୪ଜିକୁ ଗ୍ରାହକଙ୍କ ଅପ-ଗ୍ରେଡେସନ ଓ ଅପ-ଟ୍ରେଡିଙ୍ଗ କରିବା ଉପରେ କମ୍ପାନୀର ଧ୍ୟାନ କୈନ୍ଦ୍ରିକତାର ଏକ ଫଳାଫଳ । କମ୍ପାନୀ ବଜାରରେ ୪ଜି ନେଟ ଆଡର ଏକ ଦୃଢ଼ ଅଂଶ ଜାରିରଖିଛି । ଗତ ଚାରୋଟି ତ୍ରୟୈ ମାସିକରେ ପାଖାପାଖି ୪୩.୦ମିଲିୟନ ୪ଜି ଗ୍ରାହକଙ୍କ ଯୋଗ ସହିତ ବର୍ଷକୁ ୩୧.୫% ଅଭିବୃଦ୍ଧି ସହିତ କମ୍ପାନୀର ୪ଜି ଡାଟା ଗ୍ରାହକଙ୍କ ସଂଖ୍ୟା ୧୭୯.୩ ମିଲିୟନରେ ପହଂଚିଛି । କମ୍ପାନୀ ଏହାର ପୋଷ୍ଟପେଡ ବ୍ୟବସାୟରେ ଦୃଢ଼ ବୃଦ୍ଧି ଜାରି ରଖି ଚଳିତ ତ୍ରୟୋ ମାସିକରେ ୬୩୦ ହଜାର ପୋଷ୍ଟପେଡ ଗ୍ରାହକ ଯୋଗ କରିଛି । ଏହା ଛଡ଼ା ଚଳିତ ତ୍ରୟୋ ମାସିକରେ ହୋମ ବିଜନେସ କ୍ଷେତ୍ରରେ ସର୍ବାଧିକ୨୪୭ ହଜାର ଗ୍ରାହକ ଯୋଗ କରିଛି ଯାହାକି ସମୁଦାୟ ୩୦ଲକ୍ଷ ଅତିକ୍ରମ କରିଛି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ, ଇଣ୍ଡିଆ ଏବଂ ସାଉଥ ଏସିଆ, ଏମଡି ତଥା ସିଇଓଶ୍ରୀ ଗୋପାଲ ଭିଟଲ କହିଛନ୍ତି ଯେ, “ଏଭଳି ଏକ ଆହ୍ୱାନପୂର୍ଣ୍ଣ ସମୟରେ ଆମ ସେବା ହେଉଛି ଡିଜିଟାଲ ଅକ୍ସିଜେନ ଭଳି । ମୁଁ ଆମ ଲୋକଙ୍କ ପାଇଁ କୃତଜ୍ଞ ଯେଉଁମାନେ କି ଆମ ନେଟୱର୍କ ଅନୁଭୂତିକୁ ମଜବୁତ କରିବାକୁ ଏବଂ ଆମ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ସବୁ ସମ୍ଭବ ଚେଷ୍ଟା କରୁଛନ୍ତି । ଗ୍ରାହକଙ୍କ ପସନ୍ଦ ଉପରେ ଏହି ନିରନ୍ତର ଧ୍ୟାନ ହିଁ ଆମକୁ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଅନ୍ୟ ଏକ ସ୍ଥାୟୀ ତ୍ରୟୈମାସିକ ଫଳାଫଳ ପ୍ରଦାନ କରିବାକୁ ଅନୁମତି ଦେଇଛି ।”


Share It

Comments are closed.