ରିଲିଜ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟିଜର


ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟିଜର ରିଲିଜ ହୋଇଯାଇଛି । ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମର ଟିଜରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଟିଜରରେ ଅନେକ ଗୁଡିଏ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହାକି ଖୁବ ସୁନ୍ଦର ଲାଗୁଛି । ପ୍ରଥମ ସିନରେ ଭାରତ ବିଭାଜନର ଫଟୋ ସ୍ୱଚ୍ଛ ଭାବରେ ଦେଖିବାକୁ ମିଳିଛି । ଯେଉଁଥିରେ ଲୋକମାନେ ଭାରତ ବିଭାଜନ ହେବା ସମୟରେ ଟ୍ରେନରେ ବସି ନିଜ ଦେଶ ଛାଡିବାର ଦୃଶ୍ୟ ଦେଖିବାକୁ ମିଲିଥିଲା ।
ଏହି ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ଏକ ଡାଇଲଗ ସହ ହେଉଛି “ଜବ ମେ ଛୋଟା ଥା, ତବ ଲୋଗ ମେରା ନାମ େଓାର ଜାତି ପୁଛତେ ଥେ । ‘ଏସିଲିଏ ବାବା ମେରା ନାମ ଭାରତ ରଖଦିଏ’ । ‘ଅବ ନାମ କେ ଆଗେ ଜାତି ଲଗାକେ ଦେଶକା ନାମ କେସା କମ କର ସକତା ହୁଁ’ । ”
ଏହି ଡାଇଲଗ ଶୁଣିଲା ପରେ ଏହା ସ୍ପଷ୍ଟ ହେଉଛି ଯେ, ଫିଲ୍ମଟି କେତେ ଭଲ ହୋଇ ନଥିବ । ଏହି ଫିଲ୍ମରେ ସଲମାନଙ୍କୁ ଖୁବ ଦମଦାର ନଜରରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସଲମାନଙ୍କ ସମେତ କ୍ୟାଟ୍ରିନା ଏବଂ ଦିଶା ପଟାନୀ ମଧ୍ୟ ନଜର ଆସିବେ ।


Share It

Comments are closed.