ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନଙ୍କୁ ଛୁଟି ଘୋଷଣା


କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ବିରୋଧରେ ୧୦ରୁ ଉର୍ଦ୍ଧ୍ୱ କେନ୍ଦ୍ରିୟ ଟ୍ରେଡ ୟୁନିୟନ ସଂଗଠନ ପକ୍ଷରୁ ୮ ଜାନୁଆରୀରେ ହେବାକୁ ଥିବା ଦେଶବ୍ୟାପୀ ହରତାଳରେ ପାଖାପାଖି ୨୫ କୋଟି ବିକ୍ଷୋଭକାରୀ ସାମିଲ ରହିବେ । ଏହି ଟ୍ରେଡ ୟୁନିୟନ ସହିତ ବିଭିନ୍ନ ବ୍ୟାଙ୍କିଙ୍ଗ ସଂଗଠନ ଏବଂ ବିଭିନ୍ନ ଫେଡରେସନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିବାବେଳେ ଏହା ଦ୍ୱାରା ପରିବହନ, ନେଟବ୍ୟାଙ୍କିଙ୍ଗ, ଏଟିଏମ ଏବଂ ଫଣ୍ଡ ଟ୍ରାନ୍ସଫର ଭଳି ସେବା ଗୁଡିକ ପ୍ରଭାବିତ ହେବ । ତେବେ ଏହି ମଧ୍ୟରେ ଆସନ୍ତା କାଲିର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ବିିଜେଡି ନେତା ତଥା କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ କହିଛନ୍ତି ଯେ, “ହିନ୍ଦ ମଜଦୁରର କାର୍ଯ୍ୟକାରୀ ସଭାପତି ହୋଇଥିବା ହେତୁ ଏବଂ ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆଭିମୁଖ୍ୟକୁ ସମ୍ମାନ ଜଣାଇ ଆସନ୍ତା କାଲିର ବନ୍ଦ ଡକରାକୁ ସମର୍ଥନ ଜଣାଉଛି । ”
ଇନଟକ, ଏଟକ, ଏଚଏମଏସ, ସିଆଇଟିସି, ଏଆଇୟୁଟିୟୁସି, ଟିୟୁସିସି, ସେବା, ଏଆଇସିସିଟୁସି, ଏଲପିଏଫ ଏବଂ ୟୁଟିୟୁସି ଭଳି ୧୦ଟି ପ୍ରମୁଖ ଟ୍ରେଡ ୟୁନିୟନମାନ ସୋମବାର ଦିନ ମିଳିତ ଭାବେ ଆସନ୍ତା ୮ରେ ଭାରତ ବନ୍ଦରର ଡାକାରା ଦେଇଥିବାବେଳେ ଏଥିରେ ୨୫ କୋଟିରୁ ଉର୍ଦ୍ଧ ବ୍ୟକ୍ତି ସାମିଲ ହେବା ପାଇଁ ଆପିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଜନ-ବିରୋଧୀ ଏବଂ ରାଷ୍ଟ୍ର-ବିରୋଧୀ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।


Share It

Comments are closed.