ଖୁବ ଶୀଘ୍ର ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ


ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଅଗଷ୍ଟ ୨୨ ତାରିଖ ସକାଳ ୯ଟା ୪୦ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ଶୁକ୍ର ପୂର୍ବରୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଶୁକ୍ର-ବୁଧଙ୍କ ମିଳନ ଭଦ୍ରା ରାଜଯୋଗ ସୃଷ୍ଟି କରିବ। ଏହି ଭଦ୍ରା ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଏହି ଦୁର୍ଲଭ ସଂଯୋଗ କେଉଁସବୁ ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେଉଛି।
କନ୍ୟା: ବୁଧ-ଶୁକ୍ରଙ୍କ ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କାହିଁକିନା ବୁଧ ହେଉଛନ୍ତି କନ୍ୟା ରାଶି ପ୍ରଭୁ। ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟକ୍ତିତ୍ବର ବିକାଶ ହେବା ସହା ସହ କୌଣସି ନୂଆ ନିଯୁକ୍ତି ଅଫର ମିଳିପାରେ। ପୁରୁଣା ବିନିଯୋଗରୁ ଆଶାତିତ ଲାଭ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାର। ବ୍ୟବସାୟୀମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରେ ଅଗ୍ରଗତି କରିବା ସହ ବିଦେଶ ଯାତ୍ରାର ଯୋଗ ରହିଛି। ଆକସ୍ମିକ ଧନଲାଭର ଯୋଗ ରହିଛି।
ସିଂହ: ଭଦ୍ରାରାଜଯୋଗ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆଣିବ। ଏହି ଅବଧି ମଧ୍ୟରେ ଭାଗ୍ୟ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାକୁ ସମର୍ଥ ହେବେ। ଆୟର ନୂଆ ଉତ୍ସ ଖୋଲିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବେକାରୀମାନେ ନୂତନ ଚାକିରି ପାଇବେ। ଦିର୍ଘ ଦିନଧରି ଲାଗି ରହିଥିବା ଜମିଜମା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ।
ଧନୁ: ଭଦ୍ରା ରାଜଯୋଗ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବ। ଏ-ହି ଅବଧି ମଧ୍ୟରେ ବିଶେଷକରି, ବ୍ୟବସାୟୀମାନେ ଅଧିକ ଉପକୃତ ହେବେ। ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପଦୋନ୍ନତି ପାଇବା ସହ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ନୂତନ ଗାଡ଼ି କିମ୍ବା ଜମି କ୍ରୟ କରିପାରନ୍ତି।


Share It

Comments are closed.