ଟାଟା ପାୱାର ନେତୃତ୍ୱାଧୀନ ଡିସ୍କମ୍ଗୁଡ଼ିକ ଆଣିଛନ୍ତି ଗ୍ରାହକ କୈନ୍ଦ୍ରୀକ ଶକ୍ତି
ଭୁବନେଶ୍ୱର: ଦ୍ରୁତ ଗତିରେ ରୂପାନ୍ତରିତ ହୋଇଥିବା ଓଡିଶାରେ ବିଦ୍ୟୁତ୍ ଆଉ କେବଳ ଏକ ଉପଯୋଗିତା ନୁହେଁ, ଏହା ହେଉଛି ଏକ ସେବା ଅନୁଭୂତି। ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମ୍ ଯଥା ଟିପିସିଓଡିଏଲ, ଟିପିଏସଓଡିଏଲ, ଟିପିଏନଓଡିଏଲ ଏବଂ ଟିପିଡବ୍ଲ୍ୟୁଓଡିଏଲର ନେତୃତ୍ୱ ଅଧୀନରେ ରାଜ୍ୟରେ ବିଲିଂଠାରୁ ବହୁ ଆଗକୁ ବଢ଼ି ଗ୍ରାହକ ସେବା କ୍ଷେତ୍ରରେ ଏକ ବିପ୍ଳବ ଦେଖିବାକୁ ମିଳିଛି ଯାହା ସେବା ହାସଲ କରିବା, ସହାନୁଭୂତି ଓ ନବସୃଜନ ପାଇଁ ଗଭୀର ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହେଉଛି।
ଓଡିଶାରେ ପ୍ରାୟ ୧୦ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଏହି ଡିସକମଗୁଡିକ ଭାରତର ସବୁଠାରୁ ବ୍ୟାପକ ଏବଂ ଗ୍ରାହକ କୈନ୍ଦ୍ରୀକ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନ କରିଛନ୍ତି। ମୋବାଇଲ୍ ଆପ୍ ଏବଂ ହ୍ୱାଟସ୍ଆପ୍ ବିଲିଂରୁ ଆରମ୍ଭ କରି ଗ୍ରାମାଚଂଳ ସେବା ଶିବିର ଏବଂ ସ୍ଥାନୀୟ ସେବା କେନ୍ଦ୍ର ପର୍ଯ୍ୟନ୍ତ ଟାଟା ପାୱାର ଓଡିଶାରେ ବିଦ୍ୟୁତ୍ ସେବା ପ୍ରଦାନ, ବିଦ୍ୟୁତ୍ ସେବା ଅନୁଭୂତିକୁ ପୁନଃବ୍ୟାଖ୍ୟା କରିଛି।
ଭୁବନେଶ୍ୱର ସ୍ଥିତ ସରକାରୀ କର୍ମଚାରୀ ରାକେଶ ନନ୍ଦଙ୍କ ପାଇଁ “ଟିପିସିଓଡିଏଲ ମିତ୍ର ଆପ୍” ଦୈନନ୍ଦୀନ ଜୀବନର ଏକ ଅଭିନ୍ନ ଅଂଶ ହୋଇଯାଇଛି। ସେ କହିଛନ୍ତି ଯେ, “ବିଲ୍ ଦେବା ପାଇଁ ଲମ୍ବା ଧାଡିରେ ଠିଆ ହେବା କଥାକୁ ମୁଁ ମନେ ପକାଉଛି। ଏବେ ମୋର କଫି ବିରତି ସମୟରେ ମୁଁ ଦୁଇ ମିନିଟ୍ ମଧ୍ୟରେ ବିଲ୍ ଦେବା, ବିଦ୍ୟୁତ ବ୍ୟବହାରକୁ ଟ୍ରାକ୍ କରିବା କିମ୍ବା ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟା ରିପୋର୍ଟ କରିବା ଆଦି ସବୁକିଛି କରିପାରୁଛି।’’
ଗ୍ରାହକମାନେ ଅନଲାଇନ୍ କିମ୍ବା ଏକ ମିସ୍ କଲ୍ ସେବା ମାଧ୍ୟମରେ ନୂତନ ସଂଯୋଗ ପାଇଁ ମଧ୍ୟ ଆବେଦନ କରିପାରିବେ ଯାହାଦ୍ୱାରା କାଗଜପତ୍ର ଏବଂ ଅଫିସ୍ ପରିଦର୍ଶନ ଏବେ ଅତୀତ ହୋଇଛି। ହ୍ୱାଟସ୍ଆପ୍, ଇମେଲ୍, ଚବିଶ ଘଣ୍ଟିଆ କଲ ସେଣ୍ଟର ଏବଂ ଓଡିଶାର ମୋ ବିଦ୍ୟୁତ୍ ପୋର୍ଟାଲ୍ ମାଧ୍ୟମରେ ସେବା ଉପଲବ୍ଧ ହେଉଥିବାରୁ ବିଦ୍ୟୁତ୍ ପରିଚାଳନା ପୂର୍ବାପେକ୍ଷା ଅଧିକ ସହଜ ହୋଇପାରିଛି।
ଗ୍ରାମୀଣ ଓଡ଼ିଶାରେ ଏହାର ପ୍ରଭାବ ଗଭୀର ଭାବରେ ବ୍ୟକ୍ତିଗତ। ମୟୂରଭଞ୍ଜରେ ଏକ ଗ୍ରାହକ ସଂଯୋଗ ଶିବିର (ନିଷ୍ଠା ଶିବିର) ଅବସରପ୍ରାପ୍ତ ଶିକ୍ଷକ ବ୍ରଜମୋହନ ବେହେରାଙ୍କ ଏକ ଦୀର୍ଘସ୍ଥାୟୀ ବିଲ୍ ବିବାଦର ସମାଧାନ କରିଥିଲା। ସେ କହିଛନ୍ତି ଯେ, “ସେମାନେ ଆମ ପଂଚାୟତକୁ ଆସିଲେ, ସମ୍ମାନ ସହକାରେ ଆମ ଅଭିଯୋଗକୁ ଶୁଣିଲେ ଏବଂ ସେଠାରେ ସମସ୍ୟାର ସମାଧାନ କରିଦେଲେ। ଏହା ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ଯାହା ମୁଁ ପୂର୍ବରୁ କେବେବି ଅନୁଭବ କରିନଥିଲି।’’ ସ୍ଥାନୀୟ ପଂଚାୟତଗୁଡିକରେ ଅନୁଷ୍ଠିତ ଏହି ଶିବିର ଟାଟା ପାୱାରର ବ୍ୟକ୍ତିଗତ, ସହାନୁଭୂତିଶୀଳ ସେବା ପ୍ରଦାନ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ଯାହା ସୁନିଶ୍ଚିତ କରିଛି ଯେପରି କୌଣସି ଗ୍ରାହକ ଆଉ ଡିଜିଟାଲ୍ କିମ୍ବା ଭୌଗୋଳିକ ଭାବେ ପଛରେ ରହିବେ ନାହିିଁ।
ଯେଉଁମାନେ ବ୍ୟକ୍ତିଗତ ସହାୟତା ପସନ୍ଦ କରନ୍ତି ସେମାନଙ୍କ ପାଇଁ ଟାଟା ପାୱାର-ନେତୃତ୍ୱାଧୀନ ଓଡିଶା ଡିସକମଗୁଡିକ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ଥିବା ଗ୍ରାହକ ସେବା କେନ୍ଦ୍ର (ସିସିସି) ଏବଂ ଅନୁଭବ କେନ୍ଦ୍ରର ଏକ ବର୍ଦ୍ଧିତ ନେଟୱାର୍କ ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଗୁଡିକରେ ପ୍ରଶିକ୍ଷିତ ପେସାଦାର, ଡିଜିଟାଇଜଡ୍ ୱର୍କଫ୍ଲୋ ଏବଂ ଗ୍ରାହକଙ୍କ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧାସୁଯୋଗ ରହିଛି।
ଦୂରଦୂରାନ୍ତ ସ୍ଥାନରେ ଆହୁରି ଉନ୍ନତ ଢଙ୍ଗରେ ପହଂଚିବା, ଦ୍ରୁତ ତ୍ରୁଟି ସମାଧାନ, ଏସଏମଏସ୍ କିମ୍ବା କଲ୍-ବ୍ୟାକ୍ ମାଧ୍ୟମରେ ବାସ୍ତବ ସମୟ ଅପ୍ଡେଟ୍ ଏବଂ ବିଭ୍ରାଟ ସମୟରେ ଅଧିକ ପ୍ରତିକ୍ରିୟାଶୀଳତା ନିଶ୍ଚିତ କରିବାକୁ ଫ୍ୟୁଜ୍ କଲ୍ ସେଂଟର୍ (ଏଫ୍ସିସି) ଏବଂ ମୋବାଇଲ୍-ସକ୍ଷମ ଏଫ୍ସିସି ୨.୦ ୟୁନିଟ୍ ପ୍ରସ୍ତୁତ କରାଯାଇଛି।
କଟକର ଜଣେ ଉଦ୍ୟୋଗୀ ସୁନିଲ୍ ଏକ ନୂତନ ସଂଯୋଗ ପାଇଁ ଏକ ଅନୁଭବ କେନ୍ଦ୍ର ପରିଦର୍ଶନ କରିବାବେଳେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେ କହିଛନ୍ତି ଯେ, “ଏହା ପୁରୁଣା ଅଫିସ୍ ପରି ନଥିଲା। ପରିଷ୍କାର, ଅଧିକ ପ୍ରଭାବୀ ଏବଂ ଗ୍ରାହକଙ୍କ ପାଇଁ ଉପଯୋଗୀ ଥିଲା। ଗୋଟିଏ ଥର ପରିଦର୍ଶନ କରି ମୋର ସବୁ ସମସ୍ୟା ସମାଧାନ ହୋଇପାରିଥିଲା।’’
ସ୍ମାର୍ଟଫୋନ୍ ଦ୍ୱାରା ପରିଚାଳିତ ସ୍ୱୟଂ ସେବାରୁ ଗ୍ରାମ୍ୟ ସ୍ତରୀୟ ଅଭିଯୋଗ ନିବାରଣ ଏବଂ ପେସାଦାର ଢଙ୍ଗରେ ପରିଚାଳିତ ସେବା କେନ୍ଦ୍ର ପର୍ଯ୍ୟନ୍ତ ଟାଟା ପାୱାର-ନେତୃତ୍ୱାଧୀନ ଓଡିଶା ଡିସକମଗୁଡିକ ଏକ ବହୁବିଧ ଟଚ୍ପଏଂଟ୍ ବ୍ୟବସ୍ଥା ଗଠନ କରିଛନ୍ତି ଯାହା ଗ୍ରାହକଙ୍କୁ ପ୍ରାଥମିକତା ଦେଉଛି।
ଟାଟା ପାୱାରର ଓଡିଶା ଡିସକମଗୁଡିକ ମଧ୍ୟ ମହିଳାଙ୍କ ନେତୃତ୍ୱାଧୀନ ଆଉଟ୍ରିଚ୍ ଅଭିଯାନ, ଡିଜିଟାଲ୍ ବିଲ୍ ରିହାତି ଏବଂ ଗୋଷ୍ଠୀ ଅଭିଯୋଗ ନିବାରଣ ଫୋରମ୍ ସହ ଆଗୁଆ ରହିଛନ୍ତି।
କଟକର ଜଣେ ସହରୀ ଉଦ୍ୟୋଗୀ ନୂଆ ସଂଯୋଗ ପାଇଁ ଆବେଦନ କରି ଥାଆନ୍ତୁ କିମ୍ବା କୋରାପୁଟର ଜଣେ କୃଷକ ସ୍ଥାନୀୟ ଶିବିରରେ ଏକ ବିଦ୍ୟୁତ୍ ସରବରାହ ସମସ୍ୟାର ସମାଧାନ କରୁଥାଆନ୍ତୁ, ଟାଟା ପାୱାରର ପ୍ରତ୍ୟେକ ଟଚ୍ପଏଂଟ୍ କେବଳ କାରବାର ନୁହେଁ, ବିଶ୍ୱାସ ଗଠନ କରିବାକୁ ପ୍ରସ୍ତୁତ କରାଯାଇଛି।
ଓଡିଶା ଯେତେବେଳେ ଏକ ନୂତନ ଶକ୍ତି ଭବିଷ୍ୟତକୁ ଗ୍ରହଣ କରୁଛି, ସେତେବେଳେ ଟାଟା ପାୱାରର ଅନ୍ତର୍ଭୁକ୍ତୀକରଣ, ପ୍ରଯୁକ୍ତି ସକ୍ଷମ ଏବଂ ଗ୍ରାହକ ପ୍ରଥମ ସେବାର ମଡେଲ୍ କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସାରା ଭାରତରେ ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରୁଛି।
Comments are closed.