ଫ୍ରୋଜନ ଏବଂ ପ୍ୟାକେଡ ଫୁଡ ସ୍ୱାସ୍ଥ୍ୟ ପାଇଁ କେତେ ମାରାତ୍ମକ, ଜାଣନ୍ତୁ


ପରିବର୍ତ୍ତିତ ଜୀବନଶୈଳୀ ଏବଂ ସମୟର ଅଭାବ ଯୋଗୁଁ ଫ୍ରୋଜନ୍ ଏବଂ ପ୍ୟାକଡ ଫୁଡର ଚାହିଦା ବଢ଼ିଯାଇଛି। ତାଜା ଖାଦ୍ୟ ତୁଳନାରେ ଫ୍ରୋଜନ୍ ଫୁଡକୁ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ କୁହାଯାଇଥାଏ। ଫ୍ରୋଜନ୍ ଫୁଡରେ ହାଇଡ୍ରୋଜେନେଟେଡ ପାମ୍ ଅୟେଲ୍ ବ୍ୟବହାର କରାଯାଇଥାଏ ଯେଉଁଥିରେ ହାନିକାରକ ଟ୍ରାନ୍ସ ଫ୍ୟାଟ୍ ରହିଥାଏ। ଏହା ବ୍ୟତୀତ ଏଥିରେ ଷ୍ଟାର୍ଚ ଏବଂ ଗ୍ଲୁକୋଜରୁ ପ୍ରସ୍ତୁତ କର୍ଣ୍ଣ ସିରପ୍ ଭଳି ପ୍ରିଜରଭେଟିଭ ବ୍ୟବହାର କରାଯାଇଥାଏ। ଫ୍ରୋଜନ୍ ଫୁଡରେ ସୋଡ଼ିୟମର ମାତ୍ରା ମଧ୍ୟ ଅତ୍ୟଧିକ ରହିଥାଏ। ଏହା ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ଏହି ଖାଦ୍ୟକୁ ବେଳେ ବେଳେ ଖାଇ ପାରିବେ କିନ୍ତୁ ଏହାକୁ ଅଭ୍ୟାସ କରନ୍ତୁ ନାହିଁ। ଆସନ୍ତୁ ଜାଣିବା ଏଗୁଡ଼ିକ ଅଧିକ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ସମସ୍ୟା ହୋଇପାରେ।

୧. ଡାଇବେଟିସ୍ : ଫ୍ରୋଜନ୍ ଫୁଡକୁ ତାଜା ରଖିବା ପାଇଁ ଷ୍ଟାର୍ଚ ବ୍ୟବହାର କରାଯାଇଥାଏ। ଏହି ଷ୍ଟାର୍ଚ ଖାଦ୍ୟରେ ସ୍ୱାଦ ବଢ଼ାଇବା ସହ ଦେଖିବାକୁ ମଧ୍ୟ ଭଲ ଲାଗିଥାଏ। ବିଘଟନ ହେବା ପୂର୍ବରୁ ଆମ ଶରୀର ଏହି ଗ୍ଲୁକୋଜକୁ ସୁଗରରେ ପରିବର୍ତ୍ତନ କରିଥାଏ। ସୁଗାରର ଅଧିକ ମାତ୍ରା ଡାଇବେଟିସ୍ ହେବାର ସମ୍ଭାବନା ବଢ଼ାଇ ଦେଇଥାଏ। ଏହା ବ୍ୟତୀତ ଏହା ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ କ୍ଷତି ପହଞ୍ଚାଇଥାଏ।

୨. ହୃଦରୋଗ : ଫ୍ରୋଜନ୍ ଏବଂ ପ୍ରୋସେସଡ ଫୁଡ ସହ ଜଡ଼ିତ ଅନ୍ୟ ଏକ ବିପଦ ହେଉଛି ହୃଦରୋଗ। ଏହି ଖାଦ୍ୟରେ ଥିବା ଟ୍ରାନ୍ସ ଫ୍ୟାଟ୍ ବନ୍ଦ ଧମନୀର ସମସ୍ୟା ବଢ଼ାଇଥାଏ। ଟ୍ରାନ୍ସ ଫ୍ୟାଟ୍ ଶରୀରରେ ଖରାପ କୋଲେଷ୍ଟୋଲ୍ ସ୍ତରକୁ ବଢ଼ାଇଥାଏ ଏବଂ ଭଲ କୋଲେଷ୍ଟୋଲ କମ୍ କରି ଦେଇଥାଏ ଯାହା ଫଳରେ ହୃଦରୋଗର ଆଶଙ୍କା ବଢ଼ି ଯାଇଥାଏ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ ଯାହା ଫଳରେ ରକ୍ତଚାପ ମଧ୍ୟ ବଢ଼ି ଯାଇଥାଏ।

୩. ଅତ୍ୟଧିକ କ୍ୟାଲୋରୀ : ଫ୍ରୋଜନ୍ ଫୁଡରେ ଫ୍ୟାଟ୍ ବହୁତ ଅଧିକ ଥାଏ। ଫ୍ୟାଟରେ କାର୍ବୋହାଇଡ୍ରେଟ୍ କିମ୍ବା ପ୍ରୋଟିନ ତୁଳନାରେ ୨ଗୁଣ ମାତ୍ରାରେ କ୍ୟାଲୋରୀ ହୋଇଥାଏ। ଯେପରିକି ଏକ କପ୍ ଫ୍ରୋଜନ୍ ଚିକେନରେ ପାଖାପାଖି ୬୦୦କ୍ୟାଲୋରୀ ହୋଇଥାଏ।

୪. କ୍ୟାନସର : ଅତ୍ୟଧିକ ଫ୍ରୋଜନ୍ ଫୁଡ ଖାଇବା ଦ୍ୱାରା କ୍ୟାନସରର ଆଶଙ୍କା ବଢ଼ି ଯାଇଥାଏ। ଗବେଷଣାରୁ ଜଣା ପଡ଼ିଛି ଯେ ଫ୍ରୋଜନ୍ ଫୁଡ,ଖାସ୍ କରି ଫ୍ରୋଜନ୍ ମାଂସ ଖାଇବା ଦ୍ୱାରା ଅଗ୍ନାଶୟ କ୍ୟାନସରର ସମ୍ଭାବନା ବଢ଼ି ଯାଇଥାଏ।

 

 


Share It

Comments are closed.