ଔଷଧୀୟ ଗୁଣରେ ଭରପୁର ତୁଳସୀ


ସ୍ୱାସ୍ଥ୍ୟ ପାଇଁ ତୁଳସୀ ଖୁବ ଉପକାରୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ତୁଳସୀର ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ।
୧. ତୁଳସୀ ଏକ ଭଲ ଡିିଟକ୍ସିଫାଇନ ଏଜେଣ୍ଟ ଯାହା ଶରୀରର ଆଭ୍ୟନ୍ତରୀଣ ସ୍ତର ଏବଂ ବର୍ହି ସ୍ତରକୁ ସଫା ରଖିବାରେ ସାହାଯ୍ୟ କରେ ।
୨. ଏହାର ସେବନ ଦ୍ୱାରା ତ୍ୱଚା ସମସ୍ୟା ଦୂର ହେବା ସହିତ ଖୁବ ଭଲ ରହିଥାଏ । କୁଣ୍ଡାଇ ହେଲେ,କୌଣସି କ୍ଷତିକାରକ ପୋକ କାମୁଡା, ମୁହଁର ବ୍ରଣ ସମସ୍ୟା ଠାରୁ ଏହା ସୁଫଳ ପ୍ରଦାନ କରିଥାଏ ।
୩. ଡାଇବେଟିସ ରୋଗ ପାଇଁ ପ୍ରତିଦିନ ତୁଳସୀର ସେବନ ଖୁବ ଉପକାରୀ । ଏହା ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରଣ କରି ଡାଇବେଟିସକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ ।
୪. କ୍ୟାନସର ରୋଗରୁ ମଧ୍ୟ ତୁଳସୀ ପତ୍ର ରକ୍ଷା କରିଥାଏ । ପ୍ରତ୍ୟେକ ଦିନ ତୁଳସୀ ସହିତ ମହୁ କିମ୍ବା ଚା ସହିତ ତୁଳସୀର ସେବନରେ କ୍ୟାନସର ରୋଗକୁ ଦୂରେଇ ଦିଆଯାଇପାରିବ ।
୫. ତୁଳସୀ ଶରୀରରେ ଥିବା ହରମୋନ ମଧ୍ୟରେ ସନ୍ତୁଳନ ରକ୍ଷା ରଖିଥାଏ । ଶରୀରରେ ହେଉଥିବା ହରମୋନ ଜନିତ ପରିବର୍ତ୍ତନକୁ ଏହା ନିୟନ୍ତ୍ରଣ କରିଥାଏ ।
୬. ତୁଳସୀର ପତ୍ର ଏବଂ ମଞ୍ଜି ଭିଟାମିନ କେ, ଏ, ସି ଇତ୍ୟାଦିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଜ୍ୱର,ମୁଣ୍ଡ ବିନ୍ଧା, କାସ, ସର୍ଦ୍ଦି, କଫ, ଦାନ୍ତ ଜନିତ ରୋଗ, ଦାନ୍ତ ମାଢି ଜନିତ ସମସ୍ୟା, ଶ୍ୱାସକ୍ରିୟା ଜନିତ ସମସ୍ୟାର ସମାଧାନ ପାଇଁ ଖୁବ ଉପଯୋଗୀ ।
୭. ପ୍ରତ୍ୟେହ ତୁଳସୀର ସେବନ ଦ୍ୱାରା ହଜମ ମଧ୍ୟ ଶକ୍ତି ବୃଦ୍ଧି ହୋଇଥାଏ ।
୮. କିଡନୀ ଷ୍ଟୋନକୁ ମଧ୍ୟ ତୁଳସୀ ସେବନ ଦ୍ୱାରା ଠିକ କରାଯାଇପାରିବ ।
୯. ଏହା ମ୍ୟାଲେରିଆ, ହେପାଟାଇଟିସ, ଟ୍ୟୁବରକ୍ୟୁଲୋସିସ, ସ୍ୱାଇନ ଫ୍ଲୁ, ଡେଙ୍ଗୁ ଇତ୍ୟାଦି ରୋଗରୁ ମୁକ୍ତି ଦେଇଥାଏ ।
୧୦. ଚକ୍ଷୁ ଜନିତ ସମସ୍ୟାରୁ କଷ୍ଟ ପାଉଥିଲେ ପ୍ରତ୍ୟେକ ଦିନ ତୁଳସୀର ସେବନ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ ।


Share It

Comments are closed.