ଜାଣନ୍ତୁ କେଶ ଝଡା ଏବଂ କେଶର ଶୁଷ୍କତା ପାଇଁ କେତେ ଉପକାରୀ ଚାହା ପତି ପାଣି


ଭାରତରେ ଚାହା ପିଇବାକୁ ସମସ୍ତେ ଭଲ ପାଇଥାନ୍ତି । ଚାହା ପିଇବାକୁ ସୁସ୍ୱାଦୁ ହୋଇଥିବା ବେଳେ ଏହାର ପାଣି କେଶର ବୃଦ୍ଧି ଏବଂ କେଶର ଶୁଷ୍କତା ପାଇଁ ଖୁବ ଳାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କିପରି କରିବେ ଏହି ଚାହାପତି ପାଣିର ବ୍ୟବହାର ଏବଂ ଏହା କେଶ ପାଇଁ କେତେ ଉପକାରୀ ।
୧. ଚାହାପତିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ କେଶ ଝଡାରୁ ମୁକ୍ତି ପ୍ରଦାନ କରିଥାଏ । ବିଶେଷ କରି ଗ୍ରିନ ଟିର ପାଣି କେଶ ଝଡା ସମସ୍ୟାରୁ ମୁକ୍ତି ମିଳିଥାଏ ।
୨. ଯଦି ଆପଣ ନିଜ କେଶକୁ ପ୍ରାକୃତିକଭାବେ କଳା ଏବଂ ଘନ କରିବାକୁ ଚାହୁଁଛନ୍ତି ତେବେ ଆପଣ କେଶରେ ଚାହା ପତି ପାଣିର ବ୍ୟବହାର କରିପାରିବେ ।
୩. ଚାହା ପତି ପାଣିରେ କେଶ ଧୋଇବା ଦ୍ୱାରା କେଶରେ ଚମକ ଆସିଥାଏ ଏବଂ କେଶ ସାଇନିଂ କରିଥାଏ । ଏହା ସହିତ କେଶର ଶୁଷ୍କତା, କେଶର ଫଟା ଏବଂ କେଶ ଝଡା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୪. ଚାହା ପତିରେ ପାନ୍ଥିନଲ, ଭିଟାମିନ ବି, ଭିଟାମିନ ଏ ଇତ୍ୟାଦି ଭରପୁର ଥିବାରୁ ଏହା କେଶର ମୂଳକୁ ମଶ୍ଚରାଇଜ କରିଥାଏ । କେଶ ଝଡିବା ଏବଂ କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୫. ଚାହା ପତିର ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମେଟାରୀ ଏବଂ ଆଣ୍ଟି-ଫଙ୍ଗାଲ ଗୁଣ ସ୍କାଲ୍ପରେ ସଂକ୍ରମଣକୁ ଦୂର କରି ରୂପି ମଧ୍ୟ ଦୂର କରିଥାଏ ।


Share It

Comments are closed.