ତେନ୍ତୁଳି ଆଣିବ ଆପଣଙ୍କ ମୁହଁରେ ସୁନ୍ଦର ତ୍ୱଚା, ଜାଣନ୍ତୁ କିପରି


ଖରାଦିନେ ତାତି ଓ ପ୍ରଦୂଷଣ କାରଣରୁ ତ୍ୱଚା ଶୁଷ୍କ ଓ ମୃତ ପରି ମନେ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ମହଙ୍ଗା ବ୍ୟୁଟୀ ପ୍ରଡକ୍ଟ ବ୍ୟବହାର କରିଥାଉ । ଏହା ସତ୍ତେ୍ୱ ବି ଚେହରାରେ ଚମକ ଫେରି ପାଇ ନଥାଉ । କିନ୍ତୁ ଏବେ ଆଉ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଏହା ନିଜ ରୋଷେଇଘରେ ଉପଲବ୍ଧ ତେନ୍ତୁଳିର ଉପଯୋଗରେ ଆପଣ ଚେହେରାରେ ଚମକ ଆଣି ପାରିବେ । ତେନ୍ତୁଳିରେ ହାଇଡ୍ରୋକ୍ସୀ ଏସିଡ ରହିଛି, ଯାହା ଆମ ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ମୃତ ତ୍ୱଚାକୁ ହଟାଇ ଚେହେରାରେ ଗ୍ଲୋ ଆଣିଥାଏ । ଲଗାତାର ଏହା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରାରୁ ଦାଗ ଓ ଭାଙ୍ଗ ଦୂର ହୋଇଯାଇଥାଏ । ତେନ୍ତୁଳିରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଯାହା ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟଙ୍କ ଅତିବାଇଗେଣୀ ରଶ୍ମୀରୁ ସୁରକ୍ଷା ଦେଇଥାଏ । ତେବେ ତେନ୍ତୁଳିରୁ କିପରି ପେସପ୍ୟାକ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ।

ମୁଲତାନୀ ମାଟି ଓ ତେନ୍ତୁଳି ଫେସପ୍ୟାକ – ଏକ ଛୋଟ ଚାମଚ ମୁଲତାନି ମାଟି, ୨ ଛୋଟ ଚାମଚ ତନ୍ତେୁଳି ରସକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ । ସପ୍ତାହରେ ଥରେ ଏହି ପ୍ୟାକ ମୁହଁରେ ଲଗାନ୍ତୁ ।

ବେସନ ଓ ତେନ୍ତୁଳିରେ ଫେସପ୍ୟାକ – ଏହି ପେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଛୋଟ ଚାମଚ ବେସନ ଓ ୨ ଛୋଟ ଚାମଚ ତେନ୍ତୁଳି ପେଷ୍ଟ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ଏକ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହା ସଂପୂର୍ଣ୍ଣ ଭାବେ ଶୁଖିଯିବା ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ଏହା ପରେ ପରିଷ୍କାର ପାଣିରେ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ । ସପ୍ତାହରେ ଥରେ ଏହି ପ୍ୟାକ ମୁହଁରେ ଲଗାନ୍ତୁ ।


Share It

Comments are closed.