ପିଆଜ ରସରେ ପ୍ରସ୍ତୁତ ହେୟାର ସ୍ପ୍ରେରେ ଏଭଳି ନିଅନ୍ତୁ କେଶର ଯତ୍ନ, ଜାଣନ୍ତୁ ବ୍ୟବହାର


ପ୍ରତ୍ୟେକ ମଣିଷ ନିଜ କେଶକୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । କିନ୍ତୁ ବେଳେବେଳେ ବ୍ୟସ୍ତବହୁଳ ଜୀବନ ଯୋଗୁଁ ଆମେ କେଶର ସଠିକ ଯତ୍ନ ନେଇପାରି ନଥାଉ । ବିଶେଷକରି ଯେଉଁ ମହିଳାଙ୍କର କେଶ ଲମ୍ବା ହୋଇଥାଏ ସେମାନଙ୍କ ପାଇଁ କେଶର ଯତ୍ନ ନେବା ଟିକେ କଷ୍ଟକର ହୋଇଥାଏ । ଏମିତିରେ କେଶର ଯତ୍ନ ନେବା ପାଇଁ ବଜାରରେ ଅନେକ ପ୍ରକାର ପ୍ରଡକ୍ଟ ମିଳୁଛି କିନ୍ତୁ ଏହା ମନ ମୁତାବକ ରେଜଲ୍ଟ ଦେଇପାରି ନଥାନ୍ତି । ଏଥିପାଇଁ ଆପଣ ଘରେ ହିଁ କେଶର ଯତ୍ନ ନେଇପାରିବେ । ଘରୋଇ ଉପଚାର ସାହାଯ୍ୟରେ ଆପଣ ଆପଣଙ୍କ କେଶରେ ପିଆଜ ବ୍ୟବହାର କରିପାରିବେ । ପିଆଜ ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆପଣ କିପରି ନିଜ କେଶରେ ପିଆଜ ରସ ବ୍ୟବହାର କରି କେଶକୁ ସୁସ୍ଥ ରଖିପାରିବେ ।

ସାମଗ୍ରୀ : ଗୋଟିଏ ପିଆଜର ରସ, ଏକ ବଡ ଚାମଚ ଲେମ୍ବୁ ରସ, ଗୋଟିଏ ଭିଟାମିନ୍ ଇ କ୍ୟାପସୁଲ୍ ।

ପ୍ରଥମେ ପିଆଜକୁ ଗ୍ରାଇଣ୍ଡ କରି ଏହାର ରସ ବାହାର କରନ୍ତୁ । ଏହା ପରେ ଏଥିରେ ଲେମ୍ବୁ ରସ ମିଶାନ୍ତୁ । ଏହା ପରେ ଭିଟାମିନ୍ ଇ କ୍ୟାପସୁଲକୁ ଏହି ପେଷ୍ଟରେ ମିଶାନ୍ତୁ । ଏବେ ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ବ୍ୟବହାର କରନ୍ତୁ ।

ଏହି ହୋମ୍‌ମେଡ୍ ହେୟାର ସ୍ପ୍ରେର ବ୍ୟବହାର ରାତିରେ ଶୋଇବା ପୂର୍ବରୁ କରିବା ଭଲ । ଏହି ସମୟରେ ଆପଣଙ୍କ କେଶ ଶୁଷ୍କ ହେବା ଉଚିତ ଏବଂ କେଶରେ ତେଲ ନରହିବା ଉଚିତ । ଯେତେବେଳେ ଆପଣ ଏହି ହେୟାର ସ୍ପ୍ରେ ବ୍ୟବହାର କରୁଛନ୍ତି ତାପରେ ତେଲ ମାଲିସ୍ କରନ୍ତୁ । କେଶକୁ ମାଲିସ୍ କରିବା ପରେ ଆପଣ ଏହି ସ୍ପ୍ରେକୁ ରାତିସାରା କେଶରେ ଛାଡି ପାରିବେ । ସକାଳେ ଉଠିବା ପରେ ହାଲୁକା ଭାବେ କେଶକୁ ମାଲିସ୍ କରନ୍ତୁ ଏବଂ ତାପରେ କେଶ ଧୋଇ ଦିଅନ୍ତୁ ।

ପିଆଜ ରସରେ ପ୍ରସ୍ତୁତ ହେୟାର ସ୍ପ୍ରେ କେବଳ କେଶର ଷ୍ଟାଇଲକୁ ବଜାୟ ରଖେ ନାହିଁ ବରଂ କେଶକୁ ମଜଭୁତ କରିଥାଏ । ଏହାଦ୍ବାରା କେଶ ଝଡିବା ସମସ୍ୟା ମଧ୍ୟ ହ୍ରାସ ପାଇଥାଏ । ସ୍କାଲ୍ପ ପାଇଁ ପିଆଜ ହେୟାର ସ୍ପ୍ରେ ବହୁତ ଭଲ । କିନ୍ତୁ ଯଦି ଆପଣଙ୍କ ସ୍କାଲ୍ପରେ କୌଣସି ସଂକ୍ରମଣ ହେଉଛି ତେବେ ଏହାକୁ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।


Share It

Comments are closed.