କଫିରେ ଦୂର କରନ୍ତୁ ଡାର୍କ ସର୍କଲ, ଜାଣନ୍ତୁ କଫିର ୮ଟି ଫାଇଦା


କଫିକୁ ବର୍ତମାନ ପର୍ଯ୍ୟନ୍ତ ଆପଣ କେବଳ ପିଇବା କାର୍ଯ୍ୟରେ ବ୍ୟବହାର କରୁଥିଲେ । କିନ୍ତୁ ଏହି ସ୍ୱାଦିଷ୍ଟ କଫି ଆପଣଙ୍କୁ ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ । କଫି ତ୍ୱଚାକୁ ପୋଷଣ ପ୍ରଦାନ କରିବା ସହ ଏହାକୁ ଉଜ୍ଜ୍ୱଳ ଓ ସୁସ୍ଥ ରଖିଥାଏ । କାରଣ କଫି ମୁହଁରେ ଡେଡ୍ ସ୍କିନ୍କୁ ହଟାଇଥାଏ । ଏହା ସୂର୍ଯ୍ୟ କିରଣରୁ ସୁରକ୍ଷା ଦେବା ସହ ବ୍ରଣ ଦୂର କରିବାରେ ସହାୟକ ହୋଇଥାଏ । ଫେସିଆଲ ସମୟରେ ଆପଣ ନିଜ ତ୍ୱଚାକୁ କୋମଳ ଓ ଉଜ୍ଜ୍ୱଳ କରିବାକୁ ଚାହାନ୍ତି । ଏଥିପାଇଁ ଆପଣ ପାର୍ଲରରେ ବହୁତ ଟଙ୍କା ଖର୍ଚ୍ଚ ମଧ୍ୟ କରନ୍ତି । କିନ୍ତୁ ଏବେ ଆପଣ କଫିର ବ୍ୟବହାର କରି ଏହି ଖର୍ଚ୍ଚକୁ ରୋକିପାରିବେ । କଫିରେ ଏଭଳି କିଛି ତତ୍ୱ ରହିଛି ଯାହା ତ୍ୱଚାର ମୃତ କୋଶିକାକୁ ବାହାର କରି ନୂଆ କୋଶିକା ବନାଇବାରେ ସହଯୋଗ କରିଥାଏ ।
ପରିବେଶରେ ତ୍ୱଚାକୁ କ୍ଷତି ପହଂଚାଉଥିବା ଫ୍ରି-ରେଡିକାଲ୍ସର ମାତ୍ରା ଯଥେଷ୍ଟ ଅଧିକ ରହିଛି । ଫ୍ରି-ରେଡିକାଲ୍ସକୁ ପ୍ରଦୂଷଣର ଛୋଟ କାରକ କୁହାଯାଇଥାଏ । ଏଥିରୁ ସୁରକ୍ଷା ପାଇବା ପାଇଁ ଆମକୁ ନିଜ ତ୍ୱଚାକୁ ଆଂଟିଅକ୍ସିଡାଂଟ୍ରେ ଭରିବାକୁ ହେବ । ଅନେକ ଅଧ୍ୟୟନରୁ ଜଣାଯାଇଛି ଯେ, କଫିର ବୀଜରେ ତ୍ୱଚାର କୋଶିକାଗୁଡିକର ଶକ୍ତିକୁ ବଂଚାଇ ତାହାକୁ ସଂରକ୍ଷଣ କରିବାର କ୍ଷମତା ରହିଛି । କଫିରେ ସଂକ୍ରମଣ ଦୂର କରିବାର କ୍ଷମତା ରହିଛି ଯାହାଫଳରେ ଆଖି ଚାରିପାଖରେ ଡାର୍କ ସର୍କଲ ଓ ଫୁଲାକୁ କମ୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ ।
ସୂର୍ଯ୍ୟକିରଣ ଯୋଗୁ ମୁହଁରେ ଦେଖାଦେଉଥିବା ସମସ୍ୟାକୁ କଫି ମାଧ୍ୟମରେ ଦୂର କରାଯାଇପାରିବ । କଫିରେ ଥିବା କ୍ୟାଫେନାଇନ୍ ତ୍ୱଚାକୁ ସୂର୍ଯ୍ୟକିରଣରୁ ସୁରକ୍ଷା ଦେଇଥାଏ । କଫିକୁ ତ୍ୱଚା ବ୍ୟତୀତ ଶରୀରରେ ବଡି ସ୍କ୍ରବ ରୂପେ ବ୍ୟବହାର କରାଯାଇପାରିବ । ଏହି ସ୍କ୍ରବ୍ ଶରୀରରୁ ଡେଡ୍ ସେଲ୍ ଓ ଅତିରିକ୍ତ ତୈଳକୁ ବାହାର କରିଥାଏ । ଅଧା କପ୍ କଫି ଗୁଣ୍ଡରେ ଅଧା କପ୍ କୋକୋନଟ୍ ପାମ୍ ସୁଗର, ଶ୍ଛ କପ୍ ନଡିଆ ତେଲ ଓ ୧ ଚାମଚ ଡାଲ୍ଚିନି ଗୁଣ୍ଡ ମିଶାଇ ପେଷ୍ଟ କରନ୍ତୁ । ସେହି ପେଷ୍ଟକୁ ଏକ ଏୟାରଟାଇଟ୍ ଡବାରେ ରଖି ବଡି ସ୍କ୍ରବ୍ ରୂପେ ବ୍ୟବହାର କରନ୍ତୁ । ମୁହଁର ଥକ୍କାପଣ ଦୂର କରିବା ଲାଗି ଏହାର ମାସ୍କ ଏକ ଭଲ ବିକଳ୍ପ । ଅଧାକପ୍ କଫି ଗୁଣ୍ଡରେ ଅଧାକପ୍ କୋକୋ ପାଉଡର, ୧ କପ୍ କ୍ଷୀର, ଏକ ଚାମଚ ଲେମ୍ବୁ ରସ ଓ ୧ ଚାମଚ ମହୁ ମିଶାଇ ତାହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସେହିପରି ଏକ କପ୍ କଫି ବୀଜରେ ଅଧାକପ୍ ସି-ସଲ୍ଟ ଓ ୨ ଚାମଚ ଅଲିଭ ଅଏଲ ମିଶାଇ ତାହାକୁ ଫୋ୍ ସ୍କ୍ରବ ରୁପେ ବ୍ୟବହାର କରନ୍ତୁ ।


Share It

Comments are closed.