ଜାଣନ୍ତି କି ଶଙ୍ଖ ପୁଙ୍କିବା ମଧ୍ୟରେ କଣ ରହିଛି ବୈଜ୍ଞାନିକ ତଥ୍ୟ
ସମୁଦ୍ର ମନ୍ଥନ ସମୟରେ ମିଳିଥିବା ୧୪ଟି ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ । ପ୍ରେତ୍ୟକଙ୍କ ଘରେ ଘରେ ଏହି ଶଙ୍ଖ ମଧ୍ୟ ପୂଜା ପାଇଥାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଘରେ ଘରେ ଶଙ୍ଖ ବଜାଯାଇଥାଏ । ଶାସ୍ତ୍ରରେ ଶଙ୍ଖକୁ ଖୁବ ଏକ ଶୁଭ ଉପାଦାନ ରୂପେ ବିବେଚନା କରାଯାଇଛି ଏବଂ ଏହାର ବହୁ ଲାଭ ଏବଂ ଉପକାରିତା ରହିଛି ବୋଲି ଦର୍ଶାଯାଇଛି । କୁହାଯାଇଛି ଯେ ଶଙ୍ଖର ଧ୍ୱନି ଲୋକଙ୍କ କଲ୍ୟାଣ ହେବା ପ୍ରାରମ୍ଭ ହୋଇଥାଏ । ଏହି ଶଙ୍ଖର ଧ୍ୱନି ଏବଂ ବଜାଇବା ପଛରେ କେବଳ ଶାସ୍ତ୍ର ନାହିଁ ବୈଜ୍ଞାନିକ ସମ୍ମତ ମଧ୍ୟ ରହିଛି । ଆସନ୍ତୁ ଜାଣିବା କଣ ଲାଭ ମିଳିଥାଏ ଶଙ୍ଖ ଫୁଙ୍କିବା ଦ୍ୱାରା । କାହିଁିକି ଡାକ୍ତରୀ ବିଜ୍ଞାନରେ ଶଙ୍ଖ ଫୁଙ୍କିବାର ଯଥାର୍ଥ ରହିଛି ।
୧. ଶଙ୍ଖ ଫୁଙ୍କିବା ଦ୍ୱାରା ଫୁସଫୁସ ମଜବୁତ ହୋଇଥାଏ ।
୨. ଏହା ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
୩. ଥାଇରଏଡ ସମସ୍ୟା ହେଉଥିଲେ ଆପଣ ନିୟମିତ ଶଙ୍ଖ ଫୁଙ୍କିବା ଦ୍ୱାରା ସୁଫଳ ମିଳିଥାଏ ।
୪. ମୂତ୍ରାଶୟ, ବ୍ଲାଡର, ତଳ ପେଟ, ଛାତି ଏବଂ ବେକର ମାଂସପେଶୀ ପାଇଁ ଶଙ୍ଖ ବଜାଇବା ଦ୍ୱାରା ସୁଫଳ ମିଳିଥାଏ ।
୫. ଶଙ୍ଖ ଫୁଙ୍କିବା ଦ୍ୱାରା ପ୍ରଶ୍ୱାସ ନେବା କ୍ଷମତା ଉନ୍ନତ ହୋଇଥାଏ ।
୬. ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କ ବୃଦ୍ଧାବସ୍ଥାରେ ଦେଖାଯାଉଥିବା କୁଞ୍ଚନ ସମସ୍ୟା ଦୂର ହୋଇଥାଏ ଏବଂ ମୁଖର ମାଂସପେଶୀ ବିସ୍ତାରିତ ହୋଇଥାଏ ।
୭. ଶଙ୍ଖରେ ଭର୍ତ୍ତି କରି ରଖାଥିବା ଜଳ ପାନ କରିବା ଦ୍ୱାରା କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ ଏବଂ ଏହା ମୁଖରେ ଲଗାଇବା ଦ୍ୱାରା ମୁଖ ଉଜ୍ଜ୍ୱଳମୟ ହୋଇଥାଏ ।
୮. ଶଙ୍ଖ ଫୁଙ୍କିବା ଦ୍ୱାରା ଯୋଗର ତିନୋଟି ଆସନ କୁମ୍ଭକ, ରୋଚକ ଏବଂ ପ୍ରାଣାୟମ ହୋଇଥାଏ ।
୯. ଏହା ହୃଦୟରେ ଥିବା ସମସ୍ତ ଛିଦ୍ରକୁ ସଫା କରିଥାଏ ଏବଂ ହୃଦଘାତର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୧୦. ବୈଜ୍ଞାନିକ ମତରେ ଶଙ୍ଖ ଫୁଙ୍କିବା ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଜୀବାଣୁ କୁ ନଷ୍ଟ କରିଦିଏ ଏବଂ ବାୟୁମଣ୍ଡଳ ଜୀବାଣୁ ଏବଂ ସୂକ୍ଷ୍ମ ଅଣୁଜୀବ ମୁକ୍ତ ହୋଇଥାଏ ।
Comments are closed.