ଶରୀରରେ କ୍ୟାଲସିୟମ ଅଭାବରେ ଦେଖାଦେଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ ଏହାକୁ ସଠିକ ରଖିବାର ଉପାୟ


ଶକ୍ତିଶାଳୀ ହାଡ ଗଠନ ଏବଂ ରକ୍ଷଣାବେକ୍ଷଣ ପାଇଁ ମଣିଷ କ୍ୟାଲସିୟମ ଆବଶ୍ୟକ କରେ ଏବଂ ଶରୀରର ୯୯% କ୍ୟାଲସିୟମ ହାଡ ଏବଂ ଦାନ୍ତରେ ଥାଏ | ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଙ୍ଗ ମଧ୍ୟରେ ସୁସ୍ଥ ଯୋଗାଯୋଗ ବଜାୟ ରଖିବା ପାଇଁ ମଧ୍ୟ ଏହା ଆବଶ୍ୟକ | ଏହା ମାଂସପେଶୀ ଗତି ଏବଂ କାର୍ଡିଓଭାସ୍କ୍ୟୁଲାର ପ୍ରକ୍ରିୟାରେ ଏକ ଭୂମିକା ଗ୍ରହଣ କରିଥାଏ |ଅସ୍ଥି ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଅନେକ ସମୟରେ ହାତ-ପାଦ ଝିମ ଝିମ ହେଉଥିବା ଆପଣ ଅନୁଭବ କରୁଥିବେ ? ଏହା ଶରୀରରେ କ୍ୟାଲସିୟମ ଅଭାବ ଯୋଗୁଁ ହୋଇପାରେ । ବୟସ ବଢୁଥିବା ବ୍ୟକ୍ତିଙ୍କ ପାଇଁ କ୍ୟାଲସିୟମ ଖାଇବା ଅତ୍ୟନ୍ତ ଜରୁରୀ କାରଣ ଶରୀରକୁ ଅନ୍ୟ ଖଣିଜ ପଦାର୍ଥ ଅପେକ୍ଷା ଏହାର ଅଧିକ ଆବଶ୍ୟକତା ପଡିଥାଏ । ମହିଳାମାନଙ୍କ ପାଇଁ କ୍ୟାଲସିୟମ ଖାଇବା ଜରୁରୀ । ବିଶେଷକରି ୩୦ରୁ ଉର୍ଦ୍ଧ୍ବ ବୟସ୍କ ମହିଳାଙ୍କ ପାଇଁ କାରଣ ୩୦ ପରେ ମହିଳାଙ୍କ ହାଡ ଦୁର୍ବଳ ହେବାକୁ ଲାଗେ । ଋତୁସ୍ରାବ, ଗର୍ଭଧାରଣ ଏବଂ ସ୍ତନ୍ୟପାନ ସମୟରେ ମହିଳାଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ । ଗର୍ଭବତୀ ମହିଳାଙ୍କ ପାଇଁ କ୍ୟାଲସିୟମ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଦିନରେ କେତେ କ୍ୟାଲସିୟମ୍ ଜରୁରୀ :

୪ ରୁ ୧୮ ବର୍ଷ ବୟସ୍କ ମହିଳାମାନେ ୧୩୦୦ ମିଗ୍ରା, ବୟସ୍କ ମହିଳା ୧୦୦୦ ମିଗ୍ରା ଏବଂ ୫୦ ରୁ ୭୦ ବର୍ଷର ମହିଳାମାନେ ପ୍ରତିଦିନ ୧୨୦୦ ମିଗ୍ରା କ୍ୟାଲସିୟମ ନେବା ଉଚିତ୍ । ୨୦୧୫ର ଏକ ଅନୁସନ୍ଧାନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୩.୫ ବିଲିୟନ ଲୋକ କ୍ୟାଲସିୟମ ଅଭାବରେ ପୀଡିତ । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ କ୍ୟାଲସିୟମର ଅଧିକ ଅଭାବ ଦେଖାଦେଇଥାଏ ।

କ୍ୟାଲସିୟମ୍ କମ୍ ହେବାର ସଂକେତ :

୧. ହାତ ପାଦ ଝିମଝିମ୍ ହେବା ସହିତ ଶରୀରରେ ଥକ୍କା ଏବଂ ଅଳସୁଆତା ଦେଖାଯାଏ ।

୨. ନିଦ ହୁଏ ନାହିଁ ଏବଂ ଭୋକ ମଧ୍ୟ କମିଯାଏ ।

୩. ମାଂସପେଶୀରେ ଯନ୍ତ୍ରଣା ହେବା ।

୪. ଚର୍ମ ବହୁତ ଶୁଷ୍କ ହେବା ।

୫. ନଖଗୁଡିକ ଧଳା ରଙ୍ଗର ଦାଗ ଦେଖାଯାଏ ।

୬. ବିଚଳିତ ଲାଗିବା କିମ୍ବା ହୃଦସ୍ପନ୍ଦନ ଦ୍ରୁତ ଏବଂ କମ୍ ହେବା ।

କ୍ୟାଲସିୟମ ପାଇଁ କ୍ଷୀର, ପନିର, ଦହି ପରି ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ସହିତ ଅଣ୍ଡାର ଧଳା ଅଂଶ, ସାମୁଦ୍ରିକ ଖାଦ୍ୟ, ପତ୍ରଯୁକ୍ତ ସବୁଜ ପନିପରିବା, ଡାଲି, ଶୁଖିଲା ଫଳ, ବ୍ରୋକୋଲି, ସୋୟାବିନ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ । ତାଜା ଖରା ନିଅନ୍ତୁ । ଏହା ଦ୍ୱାରା ଶରୀରରେ ଭିଟାମିନ୍ ଡି’ ମିଳିଥାଏ ଯାହା କ୍ୟାଲସିୟମ୍ ଅବଶୋଷିତ କରି ରଖିଥାଏ ।

କ୍ୟାଲସିୟମର ଅଭାବ କାହିଁକି ହୋଇଥାଏ :

. ମହିଳାମାନଙ୍କ ଋତୁସ୍ରାବରେ ରକ୍ତ ପ୍ରବାହ ହେତୁ, ସ୍ତନ୍ୟପାନ, ଗର୍ଭଧାରଣ ସମୟରେ ଏହା କମିଯାଏ, ତଥାପି ଏହାର ଅନ୍ୟ କାରଣ ମଧ୍ୟ ଥାଇପାରେ ।

. ଯଦି ଶରୀରରେ ଭିଟାମିନ-ଡି ର ଅଭାବ ରହିଥାଏ ତେବେ କ୍ୟାଲସିୟମ୍ ର ସ୍ତର କମିଯାଇଥାଏ କାରଣ ଭିଟାମିନ୍-ଡି କ୍ୟାଲସିୟମ୍ କୁ ଅବଶୋଷିତ କରି ରଖିବାରେ ସାହାଯ୍ୟ କରିଥାଏ ।

. ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ମଧ୍ୟ କ୍ୟଲସିୟମ୍ ର ସ୍ତର ମଧ୍ୟ କମିଯାଇଥାଏ ।

. ଚର୍ବି, ପ୍ରୋଟିନ୍ କିମ୍ବା ଚିନିରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍ ଅଭାବ ମଧ୍ୟ ହୋଇଥାଏ । ଅଧିକ ପରିମାଣର ଚା, କଫି, ତମାଖୁ, ମଦ୍ୟପାନ, ବିଶୋଧିତ ଚିନି ଏବଂ ଲୁଣ କ୍ୟାଲସିୟମ ଅଭାବର କାରଣ ମଧ୍ୟ ହୋଇଥାଏ ।


Share It

Comments are closed.