କଳା ଲୁଣ ପାଣି ପିଇବାର ଉପକାରିତା


୧. ପ୍ରସ୍ତୁତି ପ୍ରଣାଳୀ- ଗୋଟେ ଚାମଚ ଉଷୁମ ପାଣିରେ ଛୋଟ ଚାମଚରେ ଲୁଣ ଆଣି ମିଶ୍ରଣ କରନ୍ତୁ । ଏହାକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।
୨. ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ – ଏହି ପାଣି ପିଇବା ଦ୍ୱାରା ବ୍ରଣ, ଦାଗ ଆଦି ସହଜରୁ ଆରାମ ମିଳିଥାଏ । କାରଣ ଏହି ଲୁଣ ପାଣିରେ ଏପରି ଏକ ତତ୍ତ୍ୱ ରହିଛି ଯାହା ତ୍ୱଚା ସମସ୍ୟା ସହ ଲଢିବାରେ ସହାୟକ ହୋଇଥାଏ ।
୩. ହାଡକୁ ମଜବୁତ ରଖିଥାଏ – ଶରୀରରେ ମିନେରାଲ୍ସ ଏବଂ କ୍ୟାଲସିୟମର ଅଭାବ ଦେଖାଗଲେ ହାଡ ଦୁର୍ବଳ ହୋଇଥାଏ । ଏପରି ସ୍ଥିତିରେ ଲୁଣ ପାଣିରେ ମହଜୁଦ ମିନେରାଲ୍ସ ହାଡକୁ ରଖିବାରେ ସହାୟକ ହୋଇଥାଏ ।
୪. ମାଂସପେଶୀ ମଜବୁତ କରିଥାଏ – କଳାଲୁଣକୁ ଉଷୁମା ପାଣିରେ ମିଶାଇ ପିଇଲେ ଶରୀରରେ ଥିବା ପୋଟାସିୟମ ଦୂର ହୋଇଥାଏ । ଫଳରେ ମାଂସପେଶୀ ମଜବୁତ ରହିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ ।
୫. ଓଜନ କମ କରିଥାଏ – ଏହି ପାନୀୟ ସେବନ କରିବା ଦ୍ୱାରା ଏକ୍ସଟ୍ରା ଫ୍ୟାଟ କମ୍ ହୋଇଥାଏ , ଯେଉଁ କାରଣରୁ ସହଜରେ ମୋଟାପଣ ଦୂର ହୋଇଥାଏ । ଏହା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ ହ୍ରାସ ପାଇଥାଏ । ଯାହା ଡାଇବେଟିସ ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ନଥାଏ ।
୬. ଶରୀରକୁ ହାଇଡ୍ରେଟ କରିଥାଏ – ଏହି ପାଣି ଆପଣଙ୍କ ଶରୀରକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରେ । ଏହାର ସିଧା ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।
୭. ଯକୃତ ସମସ୍ୟା ଦୂର କରିଥାଏ – ଲୁଣ ପାଣି ପିଇବା ଦ୍ୱାରା ନିଷ୍ଟ ହୋଇଥିବା ଯକୃତ ସେଲ ପୁନଃଶ୍ଚ କାମ କରିଥାଏ । ଏହା ବ୍ୟତୀତ ସିରୋସିସ ସମସ୍ୟା ମଧ୍ୟ ଠିକ ହୋଇଥାଏ ।
୮. ଭଲ ନିଦ ହୋଇଥାଏ – ଲୁଣ ରକ୍ତରେ କାର୍ଟିସୋଲ ଏବଂ ଏଡ୍ରନିଲକୁ ବଢାଇବାରେ ସାହଯ୍ୟ କରେ । ଏହା ସହ ହରମୋନ ଷ୍ଟ୍ରେସ କମ କରିଥାଏ ।


Share It

Comments are closed.