ଡବ୍ଲୁଏଚଓର ପ୍ରମୁଖଙ୍କ ସହ ଚର୍ଚ୍ଚା କରିବା ପୂର୍ବରୁ ଟ୍ରୋଲ ହେଲେ ଦୀପିକା ପାଦୁକୋନ, ଟ୍ରୋଲର ଏଭଳି କଲେ କମେଂଟ


ବର୍ତମାନ ପୁରା ଦୁନିଆରେ ଚାଲିଥିବା ମହାମାରୀ କରୋନା ବିରୁଦ୍ଧରେ ସଚେତନତା ଓ ସହାୟତା ପାଇଁ ଏପର୍ଯ୍ୟନ୍ତ ଅନେକ ବଲିଉଡ କଳାକାର ଡବ୍ଲୁଏଚଓ ସହ ଯୋଡି ହୋଇଛନ୍ତି । ନୀକଟରେ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଡବ୍ଲୁଏଚଓ କାର୍ଯ୍ୟକ୍ରମର ଅଂଶ ହେବାକୁ ଯାଉଛନ୍ତି । ସେ ଏପ୍ରିଲ ୨୩ ରେ ଇନଷ୍ଟାଗ୍ରାମ ଲାଇଭ ଜରିଆରେ ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧାନୋମ ଗେବ୍ରେୟେସସ୍‌ଙ୍କ ସହ ମେଂଟାଲ ହେଲଥ ଉପରେ ଚର୍ଚ୍ଚା କରିବେ । ଏହି ଚର୍ଚ୍ଚା କରୋନା ମହାମାରୀ ସମୟରେ ଲୋକଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ହେବ । ଏହି ସୂଚନା ସ୍ୱୟଂ ଦୀପିକା ନିଜର ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ।


କିନ୍ତୁ ଦୀପିକାଙ୍କୁ ଏହି ପୋଷ୍ଟ ସେୟାର କରିବା ଭାରୀ ପଡ଼ିଛି । ତାଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ତାଙ୍କୁ ଜୋର ଶୋରରେ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଦୁଇଜଣ ଠକ ଗୋଟିଏ ଫ୍ରେମରେ । ସେହିଭଳି ସ୍ୱପ୍ନିଲ ଚଉଧୂରୀ ନାମକ ଜଣେ ୟୁଜର ଲେଖିଛନ୍ତି, ‘ଏହି ଝିଅ ନିଜର ମସ୍ତିଷ୍କ ହିଁ ହରାଇଦେଇଛି ।’ କିପ ସ୍ମାଇଲିଂ ଲେଖିଛନ୍ତି ଯେ, ‘ସେ ସେହି ବ୍ୟକ୍ତିଙ୍କ ସହ କଥା ହେବେ ଯାହାକୁ ପୁରା ଦୁନିଆ ଏବେ ଘୃଣା କରୁଛି ।’ ବସୁନ୍ଧା ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ‘ଦୀପିକାଙ୍କୁ ଅଳ୍ପ ଟଙ୍କା ମିଳିଗଲା’ । ଏହିଭଳି ଅନେକ ଟ୍ରୋଲ ବର୍ଷିଛି ଦୀପିକାଙ୍କ ଉପରେ ।


Share It

Comments are closed.