କେବଳ ରୋହମନ ନୁହନ୍ତି ତାଙ୍କ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଡେଟ କରିସାରିଛନ୍ତି ସୁସମିତା


ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସମିତା ସେନ ନିଜ ପ୍ରେମ ସଂପର୍କ ଏବଂ ବିବାହକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ୧୯ ନଭେମ୍ବର ୧୯୭୫ରେ ଜନ୍ମ ହୋଇଥିବା ସୁସମିତା ନିଜର ୪୩ତମ ଜନ୍ମ ଦିନକୁ ପାଳନ କରିବା ପାଇଁ ସେ ନିଜ ଦୁଇ ଝିଅଙ୍କୁ ନେଇ ଦୁବାଇ ଚାଲିଯାଇଛନ୍ତି । ସୁସମିତା ବର୍ତ୍ତମାନ ମଡେଲର ରୋହମନଙ୍କୁ ଡେଟ କରୁଛନ୍ତି । ସେ ନିକଟ କିଛି ଦିନ ତଳେ ସୋସିଆଲ ମିଡିଆରେ ରୋହମନଙ୍କ ସହ ଏକ ଫଟୋ ଫୋଷ୍ଟ କରି ତାଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କର ସତ୍ୟାସତ୍ୟ ସମସ୍ତଙ୍କ ସାମନାକୁ ଆଣିଛନ୍ତି । ପ୍ରକାଶ ଥାଉକି କେବଳ ରୋହମନ ନୁହନ୍ତି ତାଙ୍କ ପୂର୍ବରୁ ସୁସମିତା ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଡେଟ କରି ସାରିଛନ୍ତି ।

 ବିକ୍ରମ ଭଟ୍ଟ –

ସୁସମିତା ଏବଂ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା । ଉଭୟଙ୍କ ଆଫେୟାର ଫିଲ୍ମ “ଦସ୍ତକ”ର ସୁଟିଙ୍ଗ ସମୟରେ ହିଁ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଦିନ ପରେ ଏହି ସମ୍ପର୍କର ଅନ୍ତ ଘଟିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ସୁସମିତା, ବିକ୍ରମଙ୍କ ଠାରୁ ସମ୍ପର୍କ ଛିନ୍ନ କଲା ପରେ ବିକ୍ରମ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ।

ରଣଦୀପ ହୁଡ୍ଡ୍ା –

ଅଭିନେତା ରଣଦୀପ ହୁଡ୍ଡା ଏବଂ ସୁସମିତାଙ୍କ ମଧ୍ୟରେ ପ୍ରେମ ସଂପର୍କ ଦୀର୍ଘ ୩ ବର୍ଷ ଯାଏଁ ଚାଲିଥିଲା । ଏହି ଦୁହେଁଙ୍କ ସାକ୍ଷାତ ଫିଲ୍ମ ‘କର୍ମା ଏବଂ ହୋଲି’ର ସୁଟିଙ୍ଗ ସେଟରେ ହିଁ ହୋଇଥିଲା । ଯେତେବେଳେ ରଣଦୀପଙ୍କର ସୁସମିତାଙ୍କ ସହ ଆଫେୟାର ଆରମ୍ଭ ହୋଇଥିଲା, ସେତେବେଳେ ରଣଦୀପ ବଲିଉଡରେ ଏହି ଷ୍ଟ୍ରଗଲିଙ୍ଗ ଆକ୍ଟର ରୂପେ ଷ୍ଟ୍ରଗଲ କରୁଥିଲେ ।

ହ୍ରିତିକ ଭସିନ –

ସୁସମିତା ସେନଙ୍କ ନାମ ହ୍ରିତିକ ଭସିନଙ୍କ ସହ ମଧ୍ୟ ଅନେକ ଦିନ ହେବ ଯୋଡି ହୋଇ ରହିଥିଲା । ଉଭୟଙ୍କ ମଧ୍ୟରେ ୪ ବର୍ଷ ଯାଏଁ ପ୍ରେମ ସଂପର୍କ ରହିବା ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । କ୍ରିକେଟର ଜାହିର ଖାନ ଏବଂ ଅଭିନେତ୍ରୀ ସାଗରିକାଙ୍କ ବିବାହ ଉତ୍ସବରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ବଣ୍ଟି ସଜଦେହ –

ଏହା ପରେ ସୁସମିତାଙ୍କ ଲିଷ୍ଟରେ ସେଲିବ୍ରିଟି ବଣ୍ଟି ସହଦେହଙ୍କ ନାମ ଆସିଥିଲା । କେବଳ ସୁସମିତା ନୁହନ୍ତି ବଣ୍ଟି ସହଦେହଙ୍କ ନାମ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇ ରହିଛି । କିଛି ଦିନ ସୋନାକ୍ସୀ ସିହ୍ନାଙ୍କ ତାଙ୍କ ସଂପର୍କ ଥିବାର ଖବର ମଧ୍ୟ ସାମନାକୁ ଆସିଥିଲା ।


Share It

Comments are closed.